ବିପର୍ଯ୍ୟସ୍ତ ଅବସ୍ଥାରେ ବଡ଼ମୂଳ ଗେଜ୍‌ ସାଇଟ୍‌ ଭିଏଚ୍‌ଏଫ୍‌ ଟାୱାର ଅଚଳ

ଗଣିଆ,୨୬ା୭(ଡି.ଏନ.ଏ.): ମହାନଦୀର ହୀରାକୁଦ ମୁଖ୍ୟ ନଦୀବନ୍ଧ ବୁର୍ଲା ଡିଭିଜନ ଅନ୍ତର୍ଗତ ବଡମୂଳ ଗେଜ ସାଇଟ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ପ୍ରତିଦିନ ମହାନଦୀରେ ପ୍ରବାହିତ ଜଳ ପରିମାଣ ସମ୍ପର୍କରେ ମୁଖ୍ୟ ନଦୀବନ୍ଧ ବୁର୍ଲା କାର୍ଯ୍ୟାଳୟକୁ ସୂଚନା ଦେବା ପାଇଁ ନଦୀବନ୍ଧ ଆରମ୍ଭ ସମୟରୁ ନୟାଗଡ଼ ଜିଲା ଗଣିଆ ବ୍ଲକ ବଡମୂଳଠାରେ ଏକ ଗେଜ୍‌ ସାଇଟ୍‌ ନିର୍ମାଣ କରାଯାଇଛି। ବର୍ଷାଋତୁରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ସମ୍ପର୍କରେ ସୂଚନା ପ୍ରଦାନ କରି ତଳିଆ ଅଞ୍ଚଳରେ ବଡଧରଣର ବନ୍ୟା ନିୟନ୍ତ୍ରଣ ପାଇଁ ଏହା ନିର୍ମାଣ କରାଯାଇଥିଲା। ଏଥିସହ ବିଭାଗୀୟ ଅଧିକାରୀଙ୍କ ରହଣି ପାଇଁ ମଧ୍ୟ ଏକ ଡାକବଙ୍ଗଳା ରହିଛି। ଡାକବଙ୍ଗଳା ରକ୍ଷଣାବେକ୍ଷଣ ଓ ପ୍ରତିଦିନ ଗେଜ ରିଡିଂ ପାଇଁ ଜଣେ ୱାକର୍‌ସ ୱାର୍କର ଓ ୨ଜଣ ଗେଜ୍‌ ରିଡରଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟହ ୩ଘଣ୍ଟା ବ୍ୟବଧାନରେ ମହାନଦୀରେ ପ୍ରବାହିତ ପାଣିକୁ ଗେଜ ରିଡିଂ ଦ୍ୱାରା ବୁର୍ଲାକୁ ସୂଚନା ପ୍ରଦାନ ପାଇଁ ଭିଏଚ୍‌ଏଫ୍‌ ଟାୱାର ନିର୍ମାଣ ହୋଇଛି। ହେଲେ ଦୀର୍ଘଦିନ ଧରି ଏହା ଅଚଳ ହୋଇପଡିଛି। ଫଳରେ ଗେଜ ରିଡରମାନେ ନିଜର ମୋବାଇଲ ଫୋନ୍‌ ଯୋଗେ ମେସେଜ୍‌ ପ୍ରଦାନ କରୁଛନ୍ତି। ଅଧିକାଂଶ ସମୟରେ ଏଠାରେ ମୋବାଇଲ୍‌ ନେଟ୍‌ୱର୍କ ରହୁ ନ ଥିବାରୁ ଗେଜ୍‌ ରିଡରମାନେ ମେସେଜ ପ୍ରଦାନ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିପ୍ରେକ୍ଷୀରେ ବର୍ଷାଋତୁରେ ମହାନଦୀର ବନ୍ୟାଜଳ କିମ୍ବା ହୀରାକୁଦ ନଦୀବନ୍ଧରୁ ଛଡାଯାଉଥିବା ବନ୍ୟାଜଳ ସମ୍ପର୍କରେ ସୂଚନା ପ୍ରଦାନରେ ଯଦି କୌଣସି ବ୍ୟତିକ୍ରମ ଦେଖାଦିଏ ତେବେ ମହାନଦୀର ତଳିଆ ଅଞ୍ଚଳରେ ବଡ ଧରଣର ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ଡାକବଙ୍ଗଳାଟିରେ ପାନୀୟଜଳ, ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ବୁର୍ଲା ଡିଭିଜନରୁ କୌଣସି ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ପାଦ ମଧ୍ୟ ଏଠାରେ ପଡେନାହିଁ। ପୂର୍ବରୁ ସାତକୋଶିଆ ଗଣ୍ଡକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକ, ରାଜନେତା ତଥା ସରକାରୀ ବାବୁମାନେ ଏହି ଡାକବଙ୍ଗଳାରେ ଭୋଜିଭାତ କରିବା ସହ ରାତ୍ରିଯାପନ କରୁଥିଲେ। ବର୍ତ୍ତମାନ ଏହା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳର କୋର ଏରିଆ ମଧ୍ୟରେ ରହୁଥିବାରୁ ବନ୍ୟପ୍ରାଣୀ ବିଭାଗର କଟକଣା ରହିଛି। ଏଠାକୁ କୌଣସି ପର୍ଯ୍ୟଟକ କିମ୍ବା ଅତିଥି ନ ଆସିବା ଯୋଗୁ ଡାକବଙ୍ଗଳାଟିର ରକ୍ଷଣାବେକ୍ଷଣ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉନାହାନ୍ତି। ଫଳରେ ଦିନକୁ ଦିନ ଏହା ନଷ୍ଟ ହେବାକୁ ବସିଲାଣି। ଡାକବଙ୍ଗଳା ସହ ଭିଏଚ୍‌ଏଫ୍‌ ଟାୱାରଟିର ମରାମତି କରାଯିବା ପାଇଁ ବିଭାଗୀୟ ଉଚ୍ଚପଦାଧିକାରୀ ଦୃଷ୍ଟି ଦେବା ନିମନ୍ତେ ଦାବି ହେଉଛି। ଏ ସମ୍ପର୍କରେ ଗେଜ୍‌ ସାଇଟ୍‌ର ୱାକର୍‌ସ ୱାର୍କର କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଭିଏଚ୍‌ଏଫ୍‌ ଟାୱାରଟି ଅଚଳ ହୋଇପଡିଥିବାରୁ ମୋବାଇଲ ଯୋଗେ ମେସେଜ ପଠାଯାଉଛି। ବନ୍ୟପ୍ରାଣୀ ବିଭାଗର କଟକଣା ଯୋଗୁ ଏଠାରେ କୌଣସି ପର୍ଯ୍ୟଟକଙ୍କୁ ରଖାଯାଉନାହିଁ। ଏଠାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପକର୍ର୍ରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri