ବିପଦପୂର୍ଣ୍ଣ ବାରଣ୍ଡାରେ ସ୍କୁଲର ମଧ୍ୟାହ୍ନଭୋଜନ

ନୂଆଗାଁ, ୭।୧୨(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କାପ୍ତାପଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭଙ୍ଗା ଘର ତଳେ ବିପଦ ପୂର୍ଣ୍ଣ ଅବସ୍ଥାରେ ମଧ୍ୟାହ୍ନଭୋଜନ ଖାଉଥିବା ଦେଖିବାକୁ ମିଳିଛି । ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ।
ଗୁମି କ୍ଲଷ୍ଟରରେ ଥିବା ୧୩ ଗୋଟି ସ୍କୁଲ ମଧ୍ୟରୁ କାପ୍ତାପଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୦ ଜଣ ପିଲା ପଢୁଛନ୍ତି। ସେମାନଙ୍କୁ ପଢାଇବା ପାଇଁ ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ପାଇଁ ପୂର୍ବରୁ ଆଜବେଷ୍ଟସ ଗୃହ ରହିଥିବା ବେଳେ କାଳକ୍ରମେ ସେଗୁଡିକ ନଷ୍ଟ ହୋଇଯିବାରୁ ସ୍କୁଲ ପରିସର ମଧ୍ୟରେ ପକ୍କା ଶ୍ରେଣୀଗୃହ ନିର୍ମାଣ କରାଯାଇ ପୁରାତନ ଗୃହକୁ ପରିତ୍ୟକ୍ତ ଘର ଭାବେ ଘୋଷଣା କରାଯାଇଛି । କିନ୍ତୁ ନୂତନ ଗୃହ ନିର୍ମାଣର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ପୁରାତନ ଗୃହକୁ ଭଙ୍ଗାଯାଇ ନାହିଁ । ଦିନକୁ ଦିନ ଘରଗୁଡିକ ଅଧିକ ନଷ୍ଟ ହୋଇଯିବାରୁ ସ୍କୁଲ ପରିସରରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ଛାତ୍ରୀଛାତ୍ରମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ପୁରୁଣା ଘରକୁ ଭାଙ୍ଗିବା ପାଇଁ ଶିକ୍ଷା ବିଭାଗ ଅଧିକାରୀମାନେ ଦୃଷ୍ଟି ଦେଉ ନାହାନ୍ତି । ଏପରିକି ମଧ୍ୟାହ୍ନ ଭୋଜନ ରୋଷେଇ ପରେ ସେହି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଅଧା ଭଙ୍ଗା ବାରଣ୍ଡାରେ ଛାତ୍ରୀଛାତ୍ରମାନଙ୍କୁ ଖାଇବାକୁ ଦିଆଯାଉଥିବା ଦେଖିବାକୁ ମିଳିଛି । କେବଳ କାପ୍ତାପଲୀ ପ୍ରାଥମିକ ବିଦ୍ୟାଳୟ ନୁହେଁ ସେହିଭଳି କଇଥପଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ବାପୁଜୀ ପ୍ରାଥମିକ ବିଦ୍ୟାଳୟ , ମକରାପଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ସୂତାକଟା ପ୍ରାଥମିକ ବିଦ୍ୟାଳୟ ଆଦି ଅନେକ ସ୍କୁଲରେ ନୂତନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ପୁରାତନ ଗୃହ ଗୁଡିକ ନ ଭାଙ୍ଗିବା ଫଳରେ ସେସବୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପରିତ୍ୟକ୍ତ ଗୃହଗୁଡିକ ଭଙ୍ଗା ନଯିବା ବିଷୟରେ ସର୍ବଶିକ୍ଷା କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ଜେନାଙ୍କୁ ପଚାରିବାରେ ପରିତ୍ୟକ୍ତ ପୁରୁଣା ଶ୍ରେଣୀଗୃହକୁ ଭାଙ୍ଗିଦେବା ପାଇଁ ମୁଁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ସେମାନେ ନ ଶୁଣି ଭାଙ୍ଗିବା ପାଇଁ ଟଙ୍କା ଦିଆଗଲେ ଭାଙ୍ଗିବେ ବୋଲି କହୁଛନ୍ତି । ଯାହାକି ଆମ ପକ୍ଷେ ସମ୍ଭବ ନୁହେଁ । ସେହିପରି ବିପଦପୂର୍ଣ୍ଣ ଅବସ୍ଥାରେ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବିଷୟରେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପଣ୍ଡାଙ୍କୁ ପଚାରିବାରେ ଏ ବିଷୟରେ ବୁଝି କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?