ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ,କାମଚଳା ଅଧ୍ୟକ୍ଷାଙ୍କୁ ପୁଣି ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨୮ା୪-ପୁଣି ଥରେ ବଦଳିଲେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଦେବଦତ୍ତା ମିଶ୍ରଙ୍କର କଟକସ୍ଥିତ ଜାତୀୟ କବି ବୀର କିଶୋର (ଜେକେବିକେ) ମହାବିଦ୍ୟାଳୟକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ଅଧ୍ୟକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଫେସର ପ୍ରମିଳା ଖାଡ଼ଙ୍ଗା। ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ସେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଫେସର ଖାଡ଼ଙ୍ଗା ୨୦୧୬ରେ ମାତ୍ର ୪ ଦିନ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ୱରେ ରହିଥିଲେ। ଡିସେମ୍ବର ୪ରୁ ୮ତାରିଖ ଥିଲା ତାଙ୍କ କାର୍ଯ୍ୟକାଳ ଅବଧି। ବ୍ରହ୍ମପୁରର ଅନ୍ୟତମ ପୁରାତନ ଏହି ଶିକ୍ଷାନୁଷ୍ଠାନ ଅନେକ ବର୍ଷ ହେଲା ସରକାରୀ ଅବହେଳାର ଶିକାର ହେଉଛି। କେବଳ ଗଞ୍ଜାମ ନୁହଁ, ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଏହି କଲେଜରେ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ନିଯୁକ୍ତି ଦିଆଯାଉନାହିଁ । କାଳଚଳା ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ରାଜ୍ୟ ସରକାର ଚୁପ୍‌ ବସୁଛନ୍ତି। ଏହି ଅସ୍ଥାୟୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଖୁବ୍‌ କମ୍‌ ଦିନ ରହୁଥିବା ଯୋଗୁ ମହାବିଦ୍ୟାଳୟର ଉନ୍ନତି ହୋଇପାରୁ ନାହିଁ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କିମ୍ବା ଭିତ୍ତିଭୂମି ଉନ୍ନତି ଦିଗରେ ଅସ୍ଥାୟୀ ଅଧ୍ୟକ୍ଷମାନେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିପାରୁ ନାହାନ୍ତି । ୨୦୧୪ ପରଠାରୁ ଜଣେ ହେଲେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଏପରିକି ୩୮ବର୍ଷରେ ୨୬  ଜଣ ଅଧ୍ୟକ୍ଷଙ୍କ ମୁହଁ ଦେଖିସାରିଲାଣି ଉକ୍ତ ମହାବିଦ୍ୟାଳୟ।

ଗତ ବର୍ଷ ଅକ୍ଟୋବର ୩୧ତାରିଖରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟନାରାୟଣ ସାହୁ ଅବସର ଗ୍ରହଣ କରିଥିଲେ। ତାଙ୍କ ସ୍ଥାନରେ ଡ. ଦେବଦତ୍ତା ମିଶ୍ରଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ୱ ଦିଆଯାଇଥିଲା। ଦାୟିତ୍ୱ ଗ୍ରହଣର ମାତ୍ର ୬ ମାସ ଅର୍ଥାତ୍‌ ଗତ ୨୫ତାରିଖରେ ଡ. ମିଶ୍ରଙ୍କର କଟକକୁ ବଦଳି ହୋଇଛି। ଦେଖିବାକୁ ଗଲେ ପ୍ରଫେସର ସାହୁଙ୍କ କାର୍ଯ୍ୟକାଳ ମଧ୍ୟ ଅଧିକ ଦିନ ନ ଥିଲା। ସେ ୨୦୧୭ ଅଗଷ୍ଟ ୧ ତାରିଖରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ, ଅର୍ଥାତ୍‌ ତାଙ୍କ କାର୍ଯ୍ୟକାଳ ଥିଲା ମାତ୍ର ୧୫ମାସ । ଡ. ମିଶ୍ରଙ୍କ କାର୍ଯ୍ୟକାଳୟ ଥିଲା ମାତ୍ର ଛ’ମାସ। ଏହା ପୂର୍ବରୁ ମଧ୍ୟ ଥରେ ଡ. ମିଶ୍ର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୧୬ ଡିସେମ୍ବର ୯ତାରିଖରୁ ୨୦୧୭ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷା ପଦରେ ଥିଲେ। କେବଳ ଏହି ଦୁଇଜଣ ନୁହନ୍ତି, ଗତ ଅନେକ ବର୍ଷ ହେଲା ମହାବିଦ୍ୟାଳୟରେ ଏହି ଧାରା ଜାରି ରହିଛି। ଆହୁରି ପୂର୍ବକୁ ଗଲେ ଜଣାପଡ଼ୁଛି, ଡ. ମହେନ୍ଦ୍ର ମିଶ୍ର ୨୦୧୪ ଅକ୍ଟୋବର ୧୭ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି। ମହାବିଦ୍ୟାଳୟର ଶେଷ ସ୍ଥାୟୀ ଅଧ୍ୟକ୍ଷା ଥିଲେ ଡ. ରୋଶନଆରା ବେଗମ୍‌। ତାଙ୍କ କାର୍ଯ୍ୟକାଳ ୨୦୧୪ ମାର୍ଚ୍ଚ ୧୪ରୁ ଅକ୍ଟୋବର ୧୬ତାରିଖ ପର୍ଯ୍ୟନ୍ତ ଥିଲା। ହେଲେ ତାଙ୍କ ପରଠୁ ଆଉ କାହାରିକୁ  ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ନାହିଁ । ସମସ୍ତେ ହେଉଛନ୍ତି ଅସ୍ଥାୟୀ ବା କାମଚଳା ଅଧ୍ୟକ୍ଷ ।

ପ୍ରତିଷ୍ଠା ହୋଇଥିଲା ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ। ମାତ୍ର ୩୮ବର୍ଷର ଇତିହାସ ଭିତରେ ସମ୍ପୃକ୍ତ ମହାବିଦ୍ୟାଳୟରେ ୨୬ଜଣ ଅଧ୍ୟକ୍ଷ ପଦରେ ରହିଲେଣି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଜଣେ ଭାରପ୍ରାପ୍ତ ଅଧ୍ୟକ୍ଷ ବଦଳି ହେବା ପରେ ବଳକା ଅଧ୍ୟାପିକା ଅଧ୍ୟାପକଙ୍କ ମଧ୍ୟରୁ ଯିଏ ବରିଷ୍ଠ, ତାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଉଛି। ତେବେ ସମସ୍ୟା ହେଲା, ସମ୍ପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ନିୟମିତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ମଧ୍ୟ ପଡ଼ୁଛି। ଏଣୁ ଉଭୟ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବାରେ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବର୍ଷକୁ ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ୁଛି। ପୂର୍ବରୁ କମ୍‌ ଛାତ୍ରୀଛାତ୍ର ଥିବା ବେଳେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଉଥିଲା। ଏବେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?