ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗିଲା: ୨ ଭଉଣୀ ମୃତ, ମା’ ଭାଇ ଆହତ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୦ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗଁାରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯିବାରୁ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଓ ଭାଇ ଆହତ ହୋଇଛନ୍ତି। ମୃତ ୨ ଭଉଣୀ ହେଲେ କ୍ରିଷ୍ଣା ବେହେରା (୧୩) ଓ ରମ୍ଭା ବେହେରା(୧୮) ା ଆହତ ମା’ ବାଲମତୀ ବେହେରା ଓ ଭାଇ ରୁଦ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା
ମିଳିଥିବା ସୂଚନା ଅନୁସାରେ ଗେରୁପଡ଼ା ଗାଁର ଅରୁଣ ବେହେରାଙ୍କ ପରିବାର ମଙ୍ଗଳବାର ରାତିରେ ଖାଇପିଇ ଶୋଇଥିଲେ। ଅରୁଣ, ସ୍ତ୍ରୀ ବାଲମତୀ ଏବଂ ପୁଅ ରୁଦ୍ର ଗୋଟିଏ ଘରେ ଶୋଇଥିବା ବେଳେ ଅନ୍ୟ ଏକ ଘରେ ଦୁଇ ଝିଅ କ୍ରିଷ୍ଣା ଏବଂ ରମ୍ଭା ଶୋଇଥିଲେ। ଦୁଇ ଘର ମଝିରେ ଏକ ଛୋଟ ବାଟ ରହିଛି। ରାତିରେ ଲାଇନ୍‌ କଟିଯିବାରୁ ୨ ଭଉଣୀ ଡିବିରି ଲଗାଇ କିଛି ସମୟ କଥା ହୋଇ ପୁଣି ଶୋଇ ପଡ଼ିଥିଲେ ା ରାତି ପ୍ରାୟ ୩ଟାରେ ଲାଇନ ଆସିଥିଲା। ଏହି ସମୟରେ ବିଦ୍ୟୁତ୍‌ ବୋର୍ଡରୁ ଶର୍ଟ ସର୍କିଟ ହୋଇ ନିଆଁ ଖସିଥିଲା। ଏହି ନିଆଁ ଡିବିରି ଏବଂ ଘରେ ଥିବା କିରୋସିନ ଜାର୍‌କିନ ସଂସ୍ପର୍ଶରେ ଆସିବାରୁ ଜୋରରେ ଜଳି ଉଠିଥିଲା ା ଚାହୁଁ ଚାହୁଁ ଘରସାରା ନିଆଁ ବ୍ୟାପି ଯାଇଥିଲା। କ୍ରିଷ୍ଣା ଓ ରମ୍ଭା ପୋଡ଼ିହୋଇ ଚିତ୍କାର କରୁଥିଲେ ମଧ୍ୟ ଘରୁ ବାହାରି ପାରୁ ନ ଥିଲେ। ଏହା ଦେଖି ଅରୁଣ ପଡ଼ୋଶୀଙ୍କୁ ଡାକ ପକାଇଥିଲେ। କୌଣସି ପ୍ରକାରେ ସେ ବାଲମତୀ ଓ ରୁଦ୍ରଙ୍କୁ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲେ ମଧ୍ୟ ଉଭୟେ ଆହତ ହେଇଥିଲେ। ଦୁଇ ଝିଅଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ନିଆଁ ଲାଗିଥିବା ସମ୍ପର୍କରେ କେହି ଜଣେ ପଡ଼ୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ା ଫିରିଙ୍ଗିଆ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହ ଗାଡିରେ ସମସ୍ତ ଆହତଙ୍କୁ ଫିରିଙ୍ଗିିଆ ଡାକ୍ତରଖାନାକୁ ଆଣିଥିଲା। ସେଠାରୁ ସମସ୍ତଙ୍କୁ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ା ବୁଧବାର ଭୋର ପ୍ରାୟ ସାଢ଼େ ୫ଟାରେ ଦୁଇଭଉଣୀ କ୍ରିଷ୍ଣା ଓ ରମ୍ଭାଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲ ରେଫର କରିଥିଲେ। ବ୍ରହ୍ମପୁର ଯିବା ପୂର୍ବରୁ ଫୁଲବାଣୀରେ ସକାଳ ପ୍ରାୟ ସାଢ଼େ ୮ଟାରେ କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଥିଲା ା ରମ୍ଭାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିଲା। ଚିକିତ୍ସା ପୂର୍ବରୁ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଅଗ୍ନିକାଣ୍ଡରେ ଅରୁଣଙ୍କ ସମସ୍ତ ଆସବାବପତ୍ର, ଖାଦ୍ୟପଦାର୍ଥ ଓ ନଗଦ ୧୫ ହଜାର ଟଙ୍କା ପୋଡିଯାଇଛି। କେଳାପଡା ସରପଞ୍ଚ ପ୍ରେମଶୀଳା ଝାଙ୍କର ଅରୁଣଙ୍କ ପରିବାର ଲୋକଙ୍କୁ ବସ୍ତ୍ର, ଡାଲି, ଚାଉଳ ପ୍ରଦାନ କରିଛନ୍ତି। ବିଡିଓ ପ୍ରବୀଣ କୁମାର ବାଣୁଆ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଭିଏଲଡବ୍ଲ୍ୟୁ ଗେରୁପଡ଼ା ଗ୍ରାମକୁ ଯାଇ ଅରୁଣଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ବିଡିଓ ବାଣୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri