ବିଦ୍ୟାଳୟ ସୁରକ୍ଷା

ଅରୁଣ ଦାସ
ଦିନକୁ ଦିନ ଘରୋଇ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢୁଛି। ଶିକ୍ଷାଦାନ ପଦ୍ଧତିଠାରୁ ଆରମ୍ଭ କରି ସ୍କୁଲ ସେଫ୍ଟି ବ୍ୟବସ୍ଥା ଯାହା ହେଇଥାଉ ନା କାହିଁକି ପ୍ରତି ଗଳିକନ୍ଦି ଓ ଜାତୀୟ ରାଜପଥ ଧାରରେ ବିଦ୍ୟାଳୟ ପ୍ରତିଷ୍ଠା ହେବାରେ କୌଣସି ବାଧା ନାହିଁ। ଶିକ୍ଷାକୁ ବ୍ୟବସାୟ କଲେ ଭଲ ଦି’ ପଇସା ମିଳୁଛି, ସେଥିପାଇଁ ଅନେକ ବ୍ୟକ୍ତିବିଶେଷ ଅନ୍ୟ ସୂତ୍ରରୁ ଅସାଧୁ ଉପାୟରେ ଅର୍ଥ ରୋଜଗାର କରି ସମାଜରେ ନିଜର ସ୍ବତନ୍ତ୍ର ଧୋବଧାଉଳିଆ ପରିଚୟ ସୃଷ୍ଟି କରିବା ପାଇଁ ଯେ ଶିକ୍ଷାନୁଷ୍ଠାନ ଖୋଲି ପକାଉଛନ୍ତି। ଏଥିରେ ପଞ୍ଜୀକରଣ ବ୍ୟବସ୍ଥାରେ ମଧ୍ୟ ସେମିତି କୌଣସି ବଡ଼ ବାଧା ଉପୁଜୁନାହିଁ। କାରଣ ସାମାନ୍ୟ ରାଜନୈତିକ ଚାପରେ ସବୁ କିଛି ସମ୍ଭବ ହୋଇପାରେ।
ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ପବ୍ଲିକ ସ୍କୁଲରେ ପିଲା ପିଛା ମାସିକ ଦୁଇ ହଜାରରୁ ପାଞ୍ଚ ହଜାର ଟଙ୍କା ଆଦାୟ କରାଯାଉଛି। ପାଠପଢା ସହିତ ନାଚ, ଗୀତ, ଖେଳ, ଚିତ୍ରାଙ୍କନ ଓ ଯୋଗାସନ ଆଦିର ଶିକ୍ଷା ପିଲାମାନଙ୍କୁ ଦିଆଯାଉଛି ବୋଲି ଅଭିଭାବକମାନଙ୍କୁ କୁହାଯାଉଛି। ଏହା ନିଶ୍ଚିତ ଭଲ କଥା। କିନ୍ତୁ କେବଳ ଶ୍ରେଣୀଗୃହ ଓ ସେଠାରେ ଶିକ୍ଷକମାନେ ପିଲାମାନଙ୍କୁ ପାଠ ପଢ଼େଇଲେ ଏହା ଏକ ବିଦ୍ୟାଳୟ ହୋଇଯାଏନି। ଉପଯୁକ୍ତ ମାନର ବିଦ୍ୟାଳୟ ପାଇଁ ତା’ର ଆନୁଷଙ୍ଗିକ ଉପକରଣ ନିହାତି ଆବଶ୍ୟକ। ଏଥିମଧ୍ୟରେ ସୁରକ୍ଷା ଉପକରଣ ହେଉଛି ମୁଖ୍ୟ। ଆଜିକାଲି ଅନେକ ସମୟରେ ଉପଯୁକ୍ତ ସୁରକ୍ଷା ଅଭାବରୁ କିଛି କୋମଳମତି ଛାତ୍ରୀଛାତ୍ର ମୃତାହତ ହେଉଛନ୍ତି।
ପିଲାଟିଏ ବିଦ୍ୟାଳୟକୁ ଯିବାଠାରୁ ପୁଣି ଆସି ଘରେ ପହଞ୍ଚିବା ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ୱ ବିଦ୍ୟାଳୟର ଯାହା ସ୍କୁଲ ସେଫ୍ଟି ନିୟମର ଅନ୍ତର୍ଭୁକ୍ତ। ପିଲାମାନେ ଯିବାଆସିବା କରୁଥିବା ଯାନର ମାନ ସୁରକ୍ଷା ଦୃଷ୍ଟିରୁ ଉପଯୁକ୍ତ କି ନୁହେଁ ଏବଂ ଚାଳକ ଓ ଯାନ ପରିଚାଳକ ପିଲାମାନଙ୍କୁ ଦାୟିତ୍ୱର ସହ ନେବା ଆଣିବା କରୁଛନ୍ତି କି ନାହିଁ, ତାହା ଦେଖିବା ଦରକାର। କାରଣ ପିଲାମାନଙ୍କ ଚଞ୍ଚଳତା ପାଇଁ ଅନେକ ସମୟରେ ଗାଡ଼ିରୁ ଖସିପଡ଼ିବା, ଓହ୍ଲେଇବା ବେଳେ ଅନ୍ୟମନସ୍କ ହୋଇ ଚଳନ୍ତା ଗାଡି ସାମ୍ନାକୁ ଚାଲିଯିବା ଓ ଚକୋଲେଟ୍‌ ଖାଇବା ଆଶାରେ ଅଚିହ୍ନା ଲୋକ ସହ ଯାଇ ଅପହୃତ ହେବା ଆଦି ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବନି। ବିପତ୍ତି ବା ବିପର୍ଯ୍ୟୟ ଯେ କୌଣସି ସମୟରେ ଆସିପାରେ। ପ୍ରାକୃତିକ ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ଓ ଏଥିରେ ଶକ୍ତ ହୋଇ ଛିଡ଼ା ହେବାକୁ ବିଦ୍ୟାଳୟ ଗୃହଟି କେତେ ମଜଭୁତ? ଏଥିରେ ଥିବା ପିଲର, କଂକ୍ରିଟ ବିମ୍‌ ଓ ବ୍ରେସିଙ୍ଗ୍‌ ସବୁ ଉଚ୍ଚମାନର ହୋଇଛି କି ନାହିଁ? ପାଣି, ପବନ ଆଦିର ବାହ୍ୟବଳକୁ ସମ୍ଭାଳିଲା ପରି ଏହା ନିର୍ମିତ ହୋଇଛି ନା ନାହିଁ? ଏସବୁ ଉପରେ ଧ୍ୟାନ ଦେବାକୁ ହେବ। ଅବଶ୍ୟ ପିଲାମାନଙ୍କୁ ନେଇ ଅଧିକାଂଶ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକ୍‌ଡ୍ରିଲ୍‌ କରାଯାଉଛି। ଆତ୍ମରକ୍ଷା ନିମନ୍ତେ ବିଭିନ୍ନ କୌଶଳ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। କିନ୍ତୁ ବିଦ୍ୟାଳୟରେ ପିଲାମାନଙ୍କ ପ୍ରତି ଯୌନ ଉତ୍ପୀଡନ ମାତ୍ରା ପ୍ରବଳ ହେବାରେ ଲାଗିଛି। ଏହା ବାଦ୍‌ ପ୍ରତିଟି ବିଦ୍ୟାଳୟରେ ଯେଉଁ ସଂଖ୍ୟାରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା କଥା ତାହା ଅଛି କି ନାହିଁ? କିଛି ବିଦ୍ୟାଳୟରେ ଖରାପ ହୋଇ ପଡ଼ିଥିବା ଯନ୍ତ୍ରକୁ ଲୋକମାନଙ୍କୁ ଦେଖାଇବା ପାଇଁ କେବଳ ଲଗାଯାଇଥାଏ, ଯାହା ଅସଲ ବିପତ୍ତି ବେଳେ କାମରେ ଆସି ନ ଥାଏ। ବିଦ୍ୟାଳୟ ନିକଟରୁ ଉପଯୁକ୍ତ ବ୍ୟବଧାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଓ ତା’ର ରହିଛି କି ନାହିଁ ଏବଂ ଏହାର ପରିସର ଓ ଶ୍ରେଣୀଗୃହରେ ନିରାପଦ ଭାବରେ ବିଦ୍ୟୁତ୍‌ ସଂଯୋଗୀକରଣ ହୋଇଛି କି ନାହିଁ, ଏଗୁଡିକୁ ଆଗ ନିରୀକ୍ଷଣ କରିବା ଜରୁରୀ।
ପିଲାମାନେ ସଂଘବଦ୍ଧ ହୋଇ ନିଜ ନିଜ ଭିତରେ ମାରପିଟ୍‌ ପରି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ ମଧ୍ୟ ବିଦ୍ୟାଳୟ କର୍ମଚାରୀ ଏହାକୁ ଦେଖି ତାଗିଦ କରନ୍ତିନାହିଁ। କିନ୍ତୁ ଯାହା ଜଣାପଡେ ସହରାଞ୍ଚଳର ଅଧିକାଂଶ ପବ୍ଲିକ ସ୍କୁଲ ଅପେକ୍ଷା ସାଧାରଣ ସରକାରୀ ବିଦ୍ୟାଳୟଗୁଡିକର ସୁରକ୍ଷା ବ୍ୟବସ୍ଥା ଶହେଗୁଣ ଭଲ। କାରଣ ଏହି ବିଦ୍ୟାଳୟଗୁଡିକ ପ୍ରାୟତଃ ବହୁମୁଖୀ ଆଶ୍ରୟସ୍ଥଳୀରେ ଚାଲୁଥିବାର ଦେଖାଯାଇଥାଏ। ଯେଉଁଗୁଡିକ ଏକାବେଳକେ ବନ୍ୟା, ବାତ୍ୟାରେ ସୁରକ୍ଷା ପାଇଁ ଆଶ୍ରୟସ୍ଥଳୀ ହେବା ସହିତ ପିଲାମାନଙ୍କ ସ୍କୁଲ ଗୃହର କାର୍ଯ୍ୟ କରିିଥାଏ। ତେଣୁ ସମ୍ପ୍ରତି ଶିକ୍ଷାଦାନ ନାମରେ ଯେଉଁ ବ୍ୟବସାୟୀ ଗୋଷ୍ଠୀ ଶିକ୍ଷାନୁଷ୍ଠାନ ଖୋଲି ଆମେ ଉଚ୍ଚମାନର ଶିକ୍ଷାଦାନ କରୁଛୁ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି, ସେମାନେ ପ୍ରଥମେ ନିଜର ସ୍କୁଲ ସେଫ୍ଟି ସମ୍ବନ୍ଧରେ ଆକଳନ କରିବା ଆବଶ୍ୟକ। କାରଣ ପିଲାମାନେ ଆଗାମୀ ପିଢ଼ିର ଭବିଷ୍ୟତ। ସାମ୍ବିଧାନିକ ନିୟମ ଅନୁଯାୟୀ ଏମାନଙ୍କ ପଢ଼ିବା, ବଢ଼ିବା ଓ ସାମଗ୍ରିକ ବିକାଶର ଅଧିକାରକୁ ସଂରକ୍ଷିତ ରଖାଯାଇଛି। ତେଣୁ ବିଦ୍ୟାଳୟ ସୁରକ୍ଷା ବ୍ୟବସ୍ଥାକୁ ଜମାରୁ ହାଲୁକା ଭାବରେ ନ ନେଇ ଏଥିପ୍ରତି ବିଦ୍ୟାଳୟ ପ୍ରଶାସନ, ଶିକ୍ଷକ, କର୍ମଚାରୀ ଯତ୍ନବାନ ହେବା ଜରୁରୀ। ଅଭିଭାବକମାନେ ମଧ୍ୟ ବିଦ୍ୟାଳୟଗୁଡିକର ମୂଲ୍ୟାଙ୍କନ କରିବା ସହ ଏଥିରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରିବା ପାଇଁ ତତ୍ପର ରହିବା ଆବଶ୍ୟକ।
ଯଦି ସ୍କୁଲ ସେଫ୍ଟି ନିୟମକୁ ଧରାଯାଏ ତେବେ ଭାରତର କୋଣ ଅନୁକୋଣରେ ଥିବା ୮୦ରୁ ୯୦ ପ୍ରତିଶତ ବିଦ୍ୟାଳୟ ଏହି ନିୟମରେ ବିଫଳ ହେବା ସୁନିଶ୍ଚିତ। ବିଗତ ଦିନରେ ଯେଉଁମାନେ ସାଧାରଣ ସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢିଥିଲେ ସେମାନେ ଆଜିର ସମୟରେ ଉଚ୍ଚ ପଦମର୍ଯ୍ୟଦାରେ ନିଜକୁ ଅଳଙ୍କୃତ କରାଇପାରିଛନ୍ତି। କାରଣ ସେତେବେଳର ଶାସନ ବ୍ୟବସ୍ଥା ଥିଲା କଡ଼ାକଡ଼ି। ତେଣୁ ଉଭୟ ବିଦ୍ୟାଳୟ ପ୍ରଶାସନ ଓ ଅଭିଭାବକ ମହଲରେ ଏଇ ବ୍ୟୟବହୁଳ ପବ୍ଲିକ ସ୍କୁଲ ଢାଞ୍ଚାରେ ମସ୍‌ଗୁଲ ନ ହୋଇ ଏହାର ସୁରକ୍ଷା ପରିସର ଓ ପରିବେଶ କିପରି ଉଚ୍ଚମାନର ହୋଇପାରିବ, ସେଥିପ୍ରତି ଆଗ୍ରହ ଦେଖାଇବା ଉଚିତ।
ପତରପଡ଼ା, ବରମୁଣ୍ଡଳୀ, ଜଗତ୍‌ସିଂହପୁର, ମୋ-୭୮୭୩୭୧୯୦୫୬


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?