ବିଜେପୁରର ଅଇତିହାସିକ ଦାମୋଦର କଟା:ସାଫ୍‌ ନାଇଁ ହେଲା ଅମରି, ପଦମ୍‌ଫୁଲ୍‌

ବିଜେପୁର, ୨୫।୬ (ଡି.ଏନ୍‌.ଏ):
ଖେତ୍‌ ଟାକେ ମୁଡ଼ାଟେ ଲେଖେଁ ବରଗଡ଼ ଜିଲା ବିଜେପୁରବାସୀଙ୍କର ଜୀବନ୍‌ ଜୀବିକା ସଂଗେ ବରକସ୍‌ କରି ଜୁଡ଼ି ହେଇ ରହିଛେ ଦାମୋଦର କଟା। ଆଏଜ୍‌କେ ଦୁଇଶହ ବଛର୍‌ ଭରନା ହେଇଥିବାର ଇ ୧୫୩ ଏକର କଟା ଇହାଦେ ଲୁଭ ଲୁଭନିଅଁା ଦିଶୁଛେ। ଆଘର ମିତାର ହାତୀ ବୁଡ଼ବୁଡ଼ ଲେଖେଁ ପାଏନ୍‌ ରହି ଝଲି ମାରୁଛେ। ଇହାଦେ ଭିଲ କଟାର ପାଏନଥି ଦୁଇ ଫସଲି ଚାଷ ହେଉଛେ। ପଦ୍ମପୁର କ୍ଷୁଦ୍ର ଜଳ ସେଚନ୍‌ ବିଭାଗ ଇତାର୍‌ ଦେଖ୍‌ଭାଲ୍‌ ନାଇଁକଲା। ଯେନ୍‌ଥିରଲାଗି ଗଲା ୧୫ ବଛର୍‌ ତଲେ ପଁକ୍‌, ଅମରି, ପଦମ୍‌ଫୁଲଥି କଟା ଭରତି ହେଇଯାଇଥିଲା। ହେଲେ ୨୦୧୦ନୁ ଲାଗ୍‌ଲାଗ୍‌ ଫିବଛର କଟାର ଉନ୍‌ନତିକରନ୍‌ ଲାଗି ଭିନ୍‌ ଭିନ୍‌ ଅନୁଷ୍‌ଠାନ ଦାବି କରିଥିଲେ। ୨୦୧୮ ଉପନିରବାଚନ୍‌ ସମିଆକେ ସରକାରକଁର ଚେତା ପଶ୍‌ଲା। କଟାର ବଢ଼ତିଲାଗି ସାଢ଼େ ଚାଏର କୋଟି ଟଁକା ଅନୁଦାନ ଦେଲେ। ପଦ୍ମପୁର ଏମ୍‌ଆଇପି ବିଭାଗର୍‌ ହେପାଜତଥି ଗଲା ବଛର୍‌ କାମ ମୂଲ ହେଇଥିଲା। କଟାର ତଲିଫାଲର ଅମରି, ପଦମ୍‌ଫୁଲ, ପଁକ୍‌ ସଫା କରାଯାଇଥିଲା। ହେଲେ ଉପରଫାଲେ ଏହାଦେ ଭିଲ ଅମରି, ପଦମ୍‌ଫୁଲ୍‌, ପଁକ୍‌ ଭରି ରହିଛେ। ଇତାକେ ସାଫ୍‌ ନାଇଁ କଲେ ବଛର୍‌ ପାଁଚେକେ କଟାର ହାଲ୍‌ ଫେର ଆଘୋର ମିତାର ହେଇଯିବା। ପଦମ୍‌ପୁର କ୍ଷୁଦ୍ର ଜଳ ସେଚନ ବିଭାଗ ନିରବାଚନ୍‌ ଆଚରଣ ବିଧି ଉଠଲା ଉତାରୁ ଅମରି, ପଦମ୍‌ଫୁଲ ସାଫ୍‌ କରାଯିବା ବଲି କଥା ଦେଇଥିଲା। ହେଲେ ଅଷାଡ଼ ମାସ୍‌ ମୂଲ ହେଇଗଲାନ ହେଲେ କାମ୍‌ ନୁହେ ହୁଏ। ସାଢ଼େ ୪ କୋଟିଥି ଅମରି, ପଦମ୍‌ଫୁଲ, ପଁକ୍‌ ସାଫ୍‌ ନାଇଁ ହେଲା ତ ଆର କେତେ କୋଟି ହେଲେ ସାଫ୍‌ ହେବା। କେତେଟା ଉପନିର୍‌ବାଚନ ହେଲେ କଟାର ହାଲ୍‌ ସୁଧିରବା ବଲି ସବୁଠାନେ ଚରଚା ଜୋର ଧରିଛେ। ଭାଜପା ନେତ୍ରୀ ଶକୁନ୍ତଳା ମହାପାତ୍ର କହିଛନ୍‌ ଯେ, ଗଲା ଭୋଟ ସମିଆରେ ଦାମୋଦର କଟାର ଉନ୍‌ନତି କରାଯିବା, ହେଲେ ଭୋଟ ସଏଲା ଉତାରୁ ସବୁ ଚୁଛାଟା। ଏଛେନ୍‌ ଭିଲ ଉପର ଫାଲେ ପଦମ୍‌ଫୁଲ, ଅମରି ଭରି ରହିଛେ। ଆଏବା ଭୋଟ ସମିଆରେ ବି ସରକାର ଦାମୋଦର କଟାର କଥା କହି ଲୁକ୍‌କୁ ଭକୁଆ ବନାବେ। ସେନ୍‌ତା ବିଜେଡି ନେତା ଜନାର୍ଦ୍ଧନ ପାଣିଗ୍ରାହୀ କହଛନ୍‌ ଯେ, ଦାମୋଦର କଟାର୍‌ ବଢ଼ତି ଲାଗି ସରକାର୍‌ କ୍ଷୁଦ୍ର ଜଳ ସେଚନ୍‌ ବିଭାଗ ପଦ୍ମପୁରକେ ଦାଇତିଅ ଦେଇଛନ୍‌। ଖେପ୍‌ ଖେପ୍‌ କରି ବିଭାଗ କଟାର କାମ୍‌ କରୁଛେ, ଆଗ୍‌କେ ବି କରବା। ଇ ବାବ୍‌ଦେ ପଦ୍ମପୁର କ୍ଷୁଦ୍ର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁକୁଁ ପଚରାଲାରୁ ବରଷା ଆସିଗଲାନ, ମେଶିନରେ କାମ୍‌ କରବାର ସମଭବ୍‌ ନୁହେ। ଲୋକ୍‌ ଲଗେଇ ଅମରି, ପଦମ୍‌ଫୁଲ ସାଫ୍‌ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରୀଛାତ୍ରଙ୍କ ସହ ଗ୍ରାମବାସୀ

ଜମନକିରା,୧୩।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି । କିନ୍ତୁ ଆଜି ବି ଅନେକ ଗ୍ରାମାଞ୍ଚଳ ଏହି ମୌଳିକ…

ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri