ବିଜେଡି ଶାସନରେ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୨୨ା୮-ବିଜେଡି ଶାସନରେ ରେଶମ ନଗରୀ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ ହୋଇଛି।
ସାମାନ୍ୟ ବର୍ଷା ହେଲେ ମହାନଗର ଜଳାର୍ଣ୍ଣବ ହେବା ସହ ପାଣି ନିଷ୍କାସନ ହୋଇ ନ ପାରି ଲହଡ଼ି ମାରୁଛି । ଫଳରେ ବିକାଶର ନଗ୍ନ ଚିତ୍ର ପଦାରେ ପଡ଼ୁଛି । ସ୍କୁଲ କଲେଜ ଭିତରେ ପାଣି ପଶି ପାଠପଢ଼ା ଠପ୍‌ ସାଙ୍ଗକୁ ସରକାରୀ ଅଫିସରେ ଅଚଳାବସ୍ଥା ଦେଖାଦେଉଛି। ଗତ ମଙ୍ଗଳବାର ମାତ୍ର ଦେଢ଼ଘଣ୍ଟାର ବର୍ଷା ବିପତ୍ାତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସହର ଭିତରେ ୪୩୨.୬୫୮ କି.ମି. ପକ୍କା ଓ କଚା ଡ୍ରେନ ରହିଛି । ତନ୍ମଧ୍ୟରୁ ପ୍ରାୟ ୭୦% ପୋତି ହୋଇ ରହିଛି । ପୁନରୁଦ୍ଧାର ଦିଗରେ ନିଗମ ଆଖି ବୁଜି ଦେଇଥିବାରୁ ଶୋଚନୀୟ ଅବସ୍ଥା ସୃଷ୍ଟି ହେଉଛି । ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଏଭଳି ସଙ୍ଗିନ ଅଭିଯୋଗ ହୋଇଛି ା
କଂଗ୍ରେସ ଆହୁରି କହିଛି, ୨୦୧୩ ଅକ୍ଟୋବରରେ ଘଟିଥିବା ସାମୁଦ୍ରିକ ଝଡ଼ ବାତ୍ୟାରେ ମହାନଗର ଧ୍ୱସ୍ତବିଧ୍ୱସ୍ତ ହୋଇ ମାନଚିତ୍ର ବଦଳି ଯାଇଥିଲା। ଭିତ୍ତିଭୂମି ବିକାଶ, ଡ୍ରେନ ଓ ରାସ୍ତା ପୁନଃ ନିର୍ମାଣ ପାଇଁ ବିଶ୍ୱବ୍ୟାଙ୍କ ୨ ଶହ କୋଟି ଟଙ୍କା ସହାୟତା ମଞ୍ଜୁର କରିଛି । ଏହାର ୬ ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ ପର୍ଯ୍ୟାୟକ୍ରମେ ମିଳୁଥିବା ଟଙ୍କା ବିନିଯୋଗ ହୋଇ ନ ଥିବାରୁ ବର୍ଷାଦିନରେ ସହର ସ୍ଥିତି ଅସମ୍ଭାଳ ହେଉଛି। ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନଁାରେ ମହାନଗର ସାରା ପାଇପ୍‌ ବିଛାଇବା ପାଇଁ ସବୁ ରାସ୍ତାଘାଟ ଖୋଳି ଦିଆଯାଇଛି । ଫଳରେ ସବୁଠି ଖାଲଖମା ହୋଇଯାଇଛି । ପାଇପ୍‌ ବିଛା କାମ ସରିବା ପରେ ସମ୍ପୃକ୍ତ ଠିକା ସଂସ୍ଥା ମାଟି ସଫା ଏବଂ ଖୋଳା ଯାଇଥିବା ରାସ୍ତାଗୁଡ଼ିକରେ ସିମେଣ୍ଟ କଙ୍କ୍ରିଟ କରୁ ନ ଥିବାରୁ ଯାନବାହନ ଦୁର୍ଘଟଣା ଘଟୁଛି। ଜିଲାପାଳ, ବିଏମ୍‌ସି କମିଶନର ଏବଂ ଏମ୍‌ପି ଓ ବିଧାୟକଙ୍କ ତାଗିଦକୁ ଠିକା ସଂସ୍ଥା ମାନୁ ନାହିଁ। ଏହାର ଅବଧି ବଢ଼ି ଚାଲିଥିବାରୁ ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତତା ହୋଇଯାଇଛି ।
ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ ବୋଲି ନିର୍ବାଚନୀ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଉଥିଲେ। ଭୋଟ ପରେ ସେ ଏହାକୁ ଭୂଲି ଯାଇଥିବା ଜିଲା କଂଗ୍ରେସ ଅନ୍ୟ ଏକ ଅଭିଯୋଗ କରିଛି ।
୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ବ୍ରହ୍ମପୁର ବିଧାନସଭା ଆସନ ତତ୍କାଳୀନ ଜନତା ଦଳ ଓ ବର୍ତ୍ତମାନର ବିଜେଡି ଦଖଲରେ ରହିଛି। ୨୦୧୯ ନିର୍ବାଚନରେ ବିଧାନସଭା ଓ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଦ୍ୱୟ ନିର୍ବାଚିତ ହୋଇଛନ୍ତି । ଏବେ ଉଭୟ କେବଳ ସମ୍ବର୍ଦ୍ଧନା ସମାରୋହରେ ମାତି ଜନ ସମସ୍ୟା ପ୍ରତି ଧ୍ୟାନ ଦେଉ ନ ଥିବା ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ବହୁବାର ଗସ୍ତରେ ଆସି ବିଭିନ୍ନ ପ୍ରସ୍ତାବିତ ଯୋଜନାର ଶିଳାନ୍ୟାସ କରିଛନ୍ତି । ତନ୍ମଧ୍ୟରୁ ଅନେକ କାର୍ଯ୍ୟକାରୀ ହୋଇନାହିଁ। ଥରେ ମଧ୍ୟ ଏହି ମହାନଗର ଏବଂ ଜିଲାର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ନ ଥିବା ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କଟାକ୍ଷ କରିଛନ୍ତି ।
ଉଦ୍‌ଘାଟନର ୩ ବର୍ଷ ପରେ ବି ହଳଦିଆପଦର ବସ୍‌ ଟର୍ମିନାଲରେ ତାଲା ଝୁଲୁଛି। ଶିଳାନ୍ୟାସର ୩ ବର୍ଷ ବିତିବା ପରେ ରାମଲିଙ୍ଗମ୍‌ ପୋଖରୀ ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ ଯୋଜନା ଅଧାପନ୍ତରିଆ ହୋଇ ରହିଛି। ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିିଲ୍ଡିଂଗୁଡ଼ିକରୁ ଅର୍ଦ୍ଧେକ ବ୍ୟବହାର ହୋଇ ନ ପାରି ରହିଛି ।
ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପ ନିର୍ବାଚନ ଓ ଭୋଟ ରାଜନୀତି ପାଇଁ ଗତ ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଉଦ୍‌ଘାଟନ କରିଛନ୍ତି। ଫଳରେ ମହାନଗରବାସୀଙ୍କ ଅସନ୍ତୋଷ ବଢ଼ି ଚାଲିଥିବାରୁ ସରକାର ପୌର ନିର୍ବାଚନ ଘୁଞ୍ଚାଇ ଚାଲିଥିବା କଂଗ୍ରେସ ସମାଲୋଚନା କରିଛି। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ସହର ପାଇଁ ଅନେକ ଯୋଜନା ହୋଇଥିବା କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏନେଇ ସୋମବାର ଏନଏସି କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଥିବା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri