ବିଜେଡି ଶାସନରେ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୨୨ା୮-ବିଜେଡି ଶାସନରେ ରେଶମ ନଗରୀ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ ହୋଇଛି।
ସାମାନ୍ୟ ବର୍ଷା ହେଲେ ମହାନଗର ଜଳାର୍ଣ୍ଣବ ହେବା ସହ ପାଣି ନିଷ୍କାସନ ହୋଇ ନ ପାରି ଲହଡ଼ି ମାରୁଛି । ଫଳରେ ବିକାଶର ନଗ୍ନ ଚିତ୍ର ପଦାରେ ପଡ଼ୁଛି । ସ୍କୁଲ କଲେଜ ଭିତରେ ପାଣି ପଶି ପାଠପଢ଼ା ଠପ୍‌ ସାଙ୍ଗକୁ ସରକାରୀ ଅଫିସରେ ଅଚଳାବସ୍ଥା ଦେଖାଦେଉଛି। ଗତ ମଙ୍ଗଳବାର ମାତ୍ର ଦେଢ଼ଘଣ୍ଟାର ବର୍ଷା ବିପତ୍ାତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସହର ଭିତରେ ୪୩୨.୬୫୮ କି.ମି. ପକ୍କା ଓ କଚା ଡ୍ରେନ ରହିଛି । ତନ୍ମଧ୍ୟରୁ ପ୍ରାୟ ୭୦% ପୋତି ହୋଇ ରହିଛି । ପୁନରୁଦ୍ଧାର ଦିଗରେ ନିଗମ ଆଖି ବୁଜି ଦେଇଥିବାରୁ ଶୋଚନୀୟ ଅବସ୍ଥା ସୃଷ୍ଟି ହେଉଛି । ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଏଭଳି ସଙ୍ଗିନ ଅଭିଯୋଗ ହୋଇଛି ା
କଂଗ୍ରେସ ଆହୁରି କହିଛି, ୨୦୧୩ ଅକ୍ଟୋବରରେ ଘଟିଥିବା ସାମୁଦ୍ରିକ ଝଡ଼ ବାତ୍ୟାରେ ମହାନଗର ଧ୍ୱସ୍ତବିଧ୍ୱସ୍ତ ହୋଇ ମାନଚିତ୍ର ବଦଳି ଯାଇଥିଲା। ଭିତ୍ତିଭୂମି ବିକାଶ, ଡ୍ରେନ ଓ ରାସ୍ତା ପୁନଃ ନିର୍ମାଣ ପାଇଁ ବିଶ୍ୱବ୍ୟାଙ୍କ ୨ ଶହ କୋଟି ଟଙ୍କା ସହାୟତା ମଞ୍ଜୁର କରିଛି । ଏହାର ୬ ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ ପର୍ଯ୍ୟାୟକ୍ରମେ ମିଳୁଥିବା ଟଙ୍କା ବିନିଯୋଗ ହୋଇ ନ ଥିବାରୁ ବର୍ଷାଦିନରେ ସହର ସ୍ଥିତି ଅସମ୍ଭାଳ ହେଉଛି। ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନଁାରେ ମହାନଗର ସାରା ପାଇପ୍‌ ବିଛାଇବା ପାଇଁ ସବୁ ରାସ୍ତାଘାଟ ଖୋଳି ଦିଆଯାଇଛି । ଫଳରେ ସବୁଠି ଖାଲଖମା ହୋଇଯାଇଛି । ପାଇପ୍‌ ବିଛା କାମ ସରିବା ପରେ ସମ୍ପୃକ୍ତ ଠିକା ସଂସ୍ଥା ମାଟି ସଫା ଏବଂ ଖୋଳା ଯାଇଥିବା ରାସ୍ତାଗୁଡ଼ିକରେ ସିମେଣ୍ଟ କଙ୍କ୍ରିଟ କରୁ ନ ଥିବାରୁ ଯାନବାହନ ଦୁର୍ଘଟଣା ଘଟୁଛି। ଜିଲାପାଳ, ବିଏମ୍‌ସି କମିଶନର ଏବଂ ଏମ୍‌ପି ଓ ବିଧାୟକଙ୍କ ତାଗିଦକୁ ଠିକା ସଂସ୍ଥା ମାନୁ ନାହିଁ। ଏହାର ଅବଧି ବଢ଼ି ଚାଲିଥିବାରୁ ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତତା ହୋଇଯାଇଛି ।
ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ ବୋଲି ନିର୍ବାଚନୀ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଉଥିଲେ। ଭୋଟ ପରେ ସେ ଏହାକୁ ଭୂଲି ଯାଇଥିବା ଜିଲା କଂଗ୍ରେସ ଅନ୍ୟ ଏକ ଅଭିଯୋଗ କରିଛି ।
୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ବ୍ରହ୍ମପୁର ବିଧାନସଭା ଆସନ ତତ୍କାଳୀନ ଜନତା ଦଳ ଓ ବର୍ତ୍ତମାନର ବିଜେଡି ଦଖଲରେ ରହିଛି। ୨୦୧୯ ନିର୍ବାଚନରେ ବିଧାନସଭା ଓ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଦ୍ୱୟ ନିର୍ବାଚିତ ହୋଇଛନ୍ତି । ଏବେ ଉଭୟ କେବଳ ସମ୍ବର୍ଦ୍ଧନା ସମାରୋହରେ ମାତି ଜନ ସମସ୍ୟା ପ୍ରତି ଧ୍ୟାନ ଦେଉ ନ ଥିବା ସମାଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ବହୁବାର ଗସ୍ତରେ ଆସି ବିଭିନ୍ନ ପ୍ରସ୍ତାବିତ ଯୋଜନାର ଶିଳାନ୍ୟାସ କରିଛନ୍ତି । ତନ୍ମଧ୍ୟରୁ ଅନେକ କାର୍ଯ୍ୟକାରୀ ହୋଇନାହିଁ। ଥରେ ମଧ୍ୟ ଏହି ମହାନଗର ଏବଂ ଜିଲାର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ନ ଥିବା ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କଟାକ୍ଷ କରିଛନ୍ତି ।
ଉଦ୍‌ଘାଟନର ୩ ବର୍ଷ ପରେ ବି ହଳଦିଆପଦର ବସ୍‌ ଟର୍ମିନାଲରେ ତାଲା ଝୁଲୁଛି। ଶିଳାନ୍ୟାସର ୩ ବର୍ଷ ବିତିବା ପରେ ରାମଲିଙ୍ଗମ୍‌ ପୋଖରୀ ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ ଯୋଜନା ଅଧାପନ୍ତରିଆ ହୋଇ ରହିଛି। ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିିଲ୍ଡିଂଗୁଡ଼ିକରୁ ଅର୍ଦ୍ଧେକ ବ୍ୟବହାର ହୋଇ ନ ପାରି ରହିଛି ।
ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପ ନିର୍ବାଚନ ଓ ଭୋଟ ରାଜନୀତି ପାଇଁ ଗତ ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଉଦ୍‌ଘାଟନ କରିଛନ୍ତି। ଫଳରେ ମହାନଗରବାସୀଙ୍କ ଅସନ୍ତୋଷ ବଢ଼ି ଚାଲିଥିବାରୁ ସରକାର ପୌର ନିର୍ବାଚନ ଘୁଞ୍ଚାଇ ଚାଲିଥିବା କଂଗ୍ରେସ ସମାଲୋଚନା କରିଛି। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ସହର ପାଇଁ ଅନେକ ଯୋଜନା ହୋଇଥିବା କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri