ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ୫ ବର୍ଷ ତଳର ଏହି ଘଟଣାରେ ସନମତିଙ୍କୁ ନ୍ୟାୟ ମିଳି ନ ଥିବାବେଳେ ସେ ଏବେ ନିଜ ଭାଗ୍ୟକୁ ଆଦରି ବାପଘର ଦୋରାଗୁଡ଼ା ପଞ୍ଚାୟତ କଲୋନୀଗୁଡ଼ା ଗ୍ରାମରେ ପଡ଼ିରହିଛନ୍ତି। ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି। ପ୍ରକାଶ ଯେ, କେବିକେ ଜିଲାରେ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଚାଲିଛି। କିନ୍ତୁ ନିରକ୍ଷରତା କାରଣରୁ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁ ନାହାନ୍ତି। ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଷ୍ଟର ରୋଲ ପ୍ରସ୍ତୁତି ବେଳେ ଶ୍ରମିକଙ୍କ ଟିପ ଚିହ୍ନ ତଥା ବ୍ୟାଙ୍କ ଉଠାଣ ଫର୍ମରେ ଜାଲ ଟିପ ଚିହ୍ନ ଦ୍ୱାରା ସେମାନଙ୍କ ଜମାଖାତାରୁ ଟଙ୍କା ହଡ଼ପ କରାଯିବା ନଜିର ରହିଛି। ସରକାରୀ ଅନୁଦାନର ସଠିକ କାର୍ଯ୍ୟକାରିତା ପାଇଁ ଅଙ୍ଗନୱାଡି କର୍ମୀ-ୱାର୍ଡମେମ୍ବର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ-ପରିଚାଳନା କମିଟି ସଭାପତି, ବନାଞ୍ଚଳ ଅଧିକାରୀ-ବନ ସୁରକ୍ଷା ସମିତି ସଭାପତିଙ୍କ ଯୁଗ୍ମ ଜମାଖାତା ରହିଛି। ତେବେ ଅନେକ ସମୟରେ ସରକାରୀ କର୍ମଚାରୀ ଲୋକଙ୍କ ନିରକ୍ଷରତାର ସୁଯୋଗରେ ସେମାନଙ୍କ ଟିପଚିହ୍ନ ନେଇ ଅର୍ଥ ହଡ଼ପ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡମେମ୍ବରଙ୍କ ଯୁଗ୍ମ ଜମାଖାତାକୁ ଆସୁଥିବା ଅର୍ଥ ସମେତ ଅନ୍ୟ ସରକାରୀ ଅନୁଦାନରୁ ବ୍ୟାପକ ହେରଫେର ହେଉଛି। ବ୍ଲକରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଅତୀତରେ ଦାୟିତ୍ବରେ ଥିବା ଶିକ୍ଷକମାନେ ବିଦ୍ୟାଳୟ କମିଟି ସଭାପତିଙ୍କୁ ଭୁଆଁ ବୁଲାଇ ନିର୍ମାଣ ଅନୁଦାନ ଚଳୁ କରିଛନ୍ତି। ଟିପ ଚିହ୍ନ ନେଇ ପରିବାର ମଙ୍ଗଳ ଯୋଜନା ହିତାଧିକାରୀଙ୍କ ଜମାଖାତାରୁ ଅର୍ଥ ହଡ଼ପ ହେଉଛି । ଆଦିବାସୀ ମହିଳାଙ୍କୁ ନେଇ ଗଠିତ ବିଭିନ୍ନ ଏସଏଚ୍‌ଜିକୁ ମିଳୁଥିବା ସବସିଡ୍‌ ଲୋନରେ ମଧ୍ୟ କାରସାଦି ଚାଲିଛି। ଅନେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଟିଏଚ୍‌ଆର୍‌ ଖାଦ୍ୟ ବଣ୍ଟନରେ ହିତାଧିକାରୀଙ୍କ ଟିପଚିହ୍ନରେ ଜାଲିଆତି କରାଯାଇ ସେ ସବୁ ହଡ଼ପ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ୧୮ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ସାକ୍ଷରତା ହାର ବୃଦ୍ଧି ପାଇଁ ନବେ ଦଶକରୁ ବିଭିନ୍ନ ଯୋଜନା କରାଯାଇ ଆସୁଛି। ପ୍ରୌଢ଼ଶିକ୍ଷା, ସାକ୍ଷରତା, ସାକ୍ଷର ଭାରତ ଯୋଜନା, ସାକ୍ଷର ସୁନ୍ଦର କୋରାପୁଟ, ଦେଲେ ଟିପ ହେବ ପାପ ଭଳି ସ୍ଳୋଗାନ ଦିଆଯାଇଛି। ଉକ୍ତ ଯୋଜନାରେ ବିପୁଳ ଅନୁଦାନ ଭୋଜିଭାତ, ମିଟିଂ ଓ ମେଟେରିଆଲସ୍‌ ବାବଦରେ ଖର୍ଚ୍ଚ ହୋଇଆସୁଛି। କିନ୍ତୁ ଫଳ ଶୂନ୍‌। ସାକ୍ଷର ନାମରେ ଏବେ ମଧ୍ୟ ଅନେକ ଅଛନ୍ତି, ଯେଉଁମାନେ କେବଳ ନିଜ ନାମ ଦସ୍ତଖତ ଛଡ଼ା ଅନ୍ୟ କିଛି ଲେଖିବା ଜାଣିନାହାନ୍ତି। ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଅନେକ ସମୟରେ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ନାମାଙ୍କନ ଦାଖଲ ୧୫ ଦିନ ପୂର୍ବରୁ ସେମାନେ କେବଳ ନିଜ ନାମ ଦସ୍ତଖତ କରିବା ଅଭ୍ୟାସ କରନ୍ତି। ଏ ସଂପର୍କରେ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଥିବା ତଥ୍ୟ ଅନୁସାରେ ସାକ୍ଷର ଭାରତ ଯୋଜନାରେ ୨୦୧୫ରେ ୮,୦୬୪ ଜଣଙ୍କୁ ସାକ୍ଷର କରିବାକୁ ଟାର୍ଗେଟ ଥିଲା। ଏପର୍ଯ୍ୟନ୍ତ ୪,୮୮୦ ଜଣ ଶିକ୍ଷାଦାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୧ ଜଣ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ଏହା କେବଳ କାଗଜ କଲମରେ ସରକାରୀ ହିସାବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri