ବାପଛେଉଣ୍ଡ ୪ ଶିଶୁ ଅସହାୟ

ତେଲକୋଇ, ୬।୧(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମୋଦର ଗୌଣି ମୁଣ୍ଡା ସାହିରେ ୪ଜଣ ଅନାଥ ଶିଶୁ ରହୁଛନ୍ତି। ବାପା ମରିବା ପରେ ସେମାନଙ୍କ ମା’ ଛୁଆଙ୍କୁ ଛାଡି ପଳାଇବା ଯୋଗୁ ଛୁଆ ମାନଙ୍କ ପାଖରେ କେହି ନାହାନ୍ତି। ତାଙ୍କର ସାହା ଭରସା ପାଲଟିଛନ୍ତି ସମ୍ପର୍କୀୟ ଜେଜେ ମା’। ଏଭଳି ଅସହାୟଙ୍କ ପାଇଁ ସ୍ଥାନୀୟ ସରପଞ୍ଚ ରିଙ୍କୁ ମହାନ୍ତ ଜିଲା ପ୍ରଶାସନଙ୍କ ଠାରେ ତାଙ୍କୁ ସହାୟତା ଦେବା ପାଇଁ ଦାବି କରିଛନ୍ତି।
ଘଟଣା ଅନୁଯାୟୀ ବାପା ମରିଯିବା ପରେ ମା’ ଚାରି ଛୁଆଙ୍କୁ ଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି। ୪ଜଣ ଶିଶୁଙ୍କ ମଧ୍ୟରୁ କାଞ୍ଚନା ନାଏକ(୧୨), ଲଳିତା ନାୟକ(୧୦), ସୁରେଶ ନାଏକ(୮)ଓ ଅମ୍ବିତା ନାଏକ(୪)ଅସହାୟ ହୋଇପଡିଛନ୍ତି। ଏହି ଦୁଃସମୟରେ ତାଙ୍କର ଜଣେ ସମ୍ପର୍କୀୟ ଜେଜେ ମା’ ମୁଲ ମଜୁରୀ କରି ୪ଛୁଆଙ୍କୁ ଆହାର ଯୋଗାଡ କରିବା ଉଦ୍ୟମ କରିଛନ୍ତି। ତେବେ ଜଣେ ବୃଦ୍ଧା କେତେଦିନ ସେମାନଙ୍କ ପାଖରେ ରହିବେ ବୋଲି ସ୍ଥାନୀୟବାସୀ ପ୍ରଶ୍ନ କରିଛନ୍ତି। ବହୁ କଷ୍ଟରେ ୪ ଛୁଆଙ୍କ ମୁହଁରେ ଖାଇବା ଲାଗି ଦାନା ଯୋଗାଡ଼ କରୁଛନ୍ତି। ପାଠପଢାରେ ଛୁଆଙ୍କ ଡୋରି ବନ୍ଧା ହୋଇଥିବା ବେଳେ ସରକାରୀ ସହାୟତା ଲାଗି ସ୍ଥାନୀୟ ସରପଞ୍ଚଙ୍କୁ ଦାବି କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମ୍ପୃକ୍ତ ଅନାଥ ଛୁଆଙ୍କୁ ସହାୟତା କରିବା ପାଇଁ ପ୍ରତିଶ୍ରୁତି ସହିତ ଜିଲା ଚାଇଲଡଲାଇନ ଅଧିକାରୀଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri