ବାତ୍ୟା ବିପନ୍ନଙ୍କ ଲାଗି ଜିଲା ପ୍ରଶାସନର ସହାୟତା : ନୂଆପଡ଼ା, ଚିଲିକା ଗଲେ ୮ ଡାକ୍ତର

ଛତ୍ରପୁର,୧୧ା୫(ଡି.ଏନ.ଏ)-ବାତ୍ୟା ‘ଫନୀ’ ପ୍ରଭାବିତ ଲୋକଙ୍କୁ ବିିଭିନ୍ନ ସାହାର୍ଯ୍ୟ ଓ ବାତ୍ୟା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ପ୍ରଦାନ କରାଯାଉଛି। ଜିଲାବାସୀ ସାହାର୍ଯ୍ୟ ଓ ସହଯୋଗ କରିବା କରିବାକୁ  ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି। ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଓ ସବ୍‌ରେଜିଷ୍ଟ୍ରାର କର୍ମଚାରୀମାନଙ୍କ ଉଦ୍ୟମରେ ବାତ୍ୟା ବିପନ୍ନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ଲକ୍ଷ ୨୦ ହାଜର ଟଙ୍କାର ଏକ ଚେକ୍‌ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଛି। ସେହିପରି ଗଞ୍ଜାମ ରେଡ୍ଡୀ ମହାଜନ ସଂଘ ପକ୍ଷରୁ ଜିଲାପାଳଙ୍କ ପ୍ରକୋଷ୍ଠରେ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଉଦେଶ୍ୟରେ ପ୍ରଦାନ କରିବା ସହ ଆଗାମୀ ଦିନରେ ପୁଣି ସଂଘ ପକ୍ଷରୁ ସାହାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା। ସେହିପରି ଛତ୍ରପୁର ଆଇସିଆଇସିଆଇ  ବ୍ୟାଙ୍କ ପକ୍ଷରୁ  ମଧ୍ୟ ୧୦ ଲକ୍ଷ ଟଙ୍କାର ଏକ ଚେକ୍‌ ଜିଲାପାଳଙ୍କୁ ଶାଖା ପରିଚାଳକ ଜିତେନ୍ଦ୍ର ରାଉତ ପ୍ରଦାନ କରିଛନ୍ତି। ବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ନିମନ୍ତେ ଆସିକା ନୂଆଗାଁ ଗ୍ରାମର ଏଲ.ସୁବାସ ଚନ୍ଦ୍ର ପାତ୍ର ଓ ପୁଅ ଏଲ.ସରୋଜ ପାତ୍ର ଏକ ଲକ୍ଷ ଟଙ୍କାର ଚେକ୍‌ ଜିଲାପାଳଙ୍କ ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କ ପାଇଁ ସହଯୋଗର ହାତ ବଢାଇଥିବାରୁ ସମସ୍ତଙ୍କୁ ଜିଲାପାଳ କୃତଜ୍ଞତା ଜଣାଇଛନ୍ତି।  ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଡିଆରଡିଏ ଏପିଡି ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଜିଲାର ବୁଗୁଡା,ବାଲିସିରା, ଧରାକୋଟ, ଆଡପଡା, ଶେରଗଡ, ବଡଗଡ ଓ ମୁନିଷିପେଣ୍ଠ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୮ ଆୟୁଷ ଡାକ୍ତର ବିପନ୍ନଙ୍କ ଚିକିସତ୍ା କରିବା ପାଇଁ ଜିଲା ମୁଖ୍ୟ ଚିକିସତ୍ାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ଓ ନୂଆପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଛନ୍ତି।  ଏଥିସହ ୪ ଜଣିଆ ଲେଖାଏ ୨ଟି ସ୍ବାସ୍ଥ୍ୟ ଟିମ୍‌ ମଧ୍ୟ ଗାଲେରି, ବୋମକେଇ, ଖଣ୍ଡଦେଉଳି, କବିସୂର୍ଯ୍ୟନଗର, କୁକୁଡାଖଣ୍ଡି, ଶେରଗଡ ଓ ବଡଗଡ ଅଞ୍ଚଳରୁ ଚିଲିକା,ନୂଆପଡା ଓ କୃଷ୍ଣପ୍ରସାଦ ଅଞ୍ଚଳକୁ ଯାଇଥିବା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପୁରୀ ସହରରେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ଗଞ୍ଜାମ ଜିଲାପ୍ରଶାସନ କେତେକ ଟ୍ରାକ୍ଟରକୁ ଚାଳକ ସହ ପଠାଇଛି। ଏଥିସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ୭୪ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାପୂର୍ବରୁ ୧୦ ରୁ ଉର୍ଦ୍ଧ୍ୱ ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ପୁରୀ ଜିଲାର ବାତ୍ୟା ବିପନ୍ନଙ୍କୁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ଏଥିସହ ୩୨୦୦ ପଲିଥିନ ପୁରୀ ଜିଲାକୁ ପଠାଯାଇଥିବା ବେଳେ ଗଞ୍ଜାମ ଜିଲାର ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ଆଦାୟ କରି ଏହି ଚେକ୍‌କୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଅର୍ଥର ଚେକ୍‌ ଖୁବ୍‌ ଶୀଘ୍ର ଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ସହରରେ ସଫେଇ କାମରେ ଗଞ୍ଜାମ ଜିଲାର ୩୦୦ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଠାରେ ଆଇଏଏସ୍‌ ଅଫିସର ତଥା ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ରହି ଏହି କାର୍ଯ୍ୟର ମନିଟରିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

ଛତ୍ରପୁର ଗସ୍ତରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ, ବୁଲି ଦେଖିଲେ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ…

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ପପୁ ପମପମଙ୍କ କମେଡି-ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର, ୨।୫:(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ମହାଆଡମ୍ବରରେ ଚାଲିଛି ‘ଛତ୍ରପୁର ମହୋତ୍ସବ’। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର…

ଦିଗପହଣ୍ଡିରେ ୭,୧୩୫ ହିତାଧିକାରୀଙ୍କୁ ମିଳୁନି ଭତ୍ତା: ପ୍ରତିବାଦରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କ ଧାରଣା

ଦିଗପହଣ୍ଡ,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନସ୍ଥ ୨୫ ଟି ପଞ୍ଚାୟତରେ ଦେଖାଦେଇଛି ଭତ୍ତା ସମସ୍ୟା। ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପଞ୍ଜୀକୃତ ହୋଇଥିବା…

୩୦ ଦିନରେ ପହଞ୍ଚିଲା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରେ ସହର ପରିକ୍ରମା

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ): ଛତ୍ରପୁରର ଆରାଧ୍ୟା ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ମଙ୍ଗଳବାର ଯାତ୍ରାର ୩୦ତମ ଦିନ…

ଖରା ଛୁଟିରେ ଅଜାଘରକୁ ବୁଲିବାକୁ ଆସିଥିଲେ ବାଦଲ, ଦୋକାନରେ ବସିଥିବାବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଘଟଣାସ୍ଥଳରେ…

ଭଞ୍ଜନଗର,୨/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରା ଘାଇ ଛକ ନିକଟରେ ଥିବା ତେଜରାତି ଦୋକାନରେ ମଙ୍ଗଳବାର ଅପରାହ୍ନରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri