ବାତ୍ୟା ‘ଅକ୍ୱାନ’କୁ ନେଇ ପ୍ରଶାସନର ଆଗୁଆ ପଦକ୍ଷେପ: ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତା ସିଲ୍‌

ଦାରିଙ୍ଗବାଡ଼ି,୧୯।୧୧(ଅରୁଣ ସାହୁ):ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ହୋଇଛି ଜିଲା ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାକୁ ଗୁରୁବାର ସକାଳଠାରୁ ଉଭୟ ପଟୁ ସିଲ କରିଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଓ ଭଞ୍ଜନଗରକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

କନ୍ଧମାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗାଜଲବାଡ଼ି ପଟେ ସୋରଡ଼ା ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ ହୋଇ ଯାନବାହନକୁ ଅଟକାଉଛନ୍ତି। ସେହିପରି କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ବାଇମାଳା ବନବିଭାଗ ଚେକ୍‌ଗେଟ ନିକଟରେ ରାସ୍ତା ସିଲ କରାଯାଇଛି। ସେଠାରେ ମଧ୍ୟ ପୁଲିସ ମୁତୟନ ରହି ଗାଡ଼ିମୋଟର ଚଳାଚଳକୁ ରୋକିଛି।

ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ପ୍ରଭାବରେ ଘାଟି ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେଲେ ଭୂସ୍ଖଳନ, ପାହାଡ଼ରୁ ପଥର ଓ ମାଟି ଧସିବା ସହ ରାସ୍ତା ଓ ପୋଲର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପାହାଡ଼ିଆ ଓ ଦୁର୍ବଳ ଭୂମି ଦେଇ ଯାଇଥିବା ଏହି ରାସ୍ତାରେ ଯାତାୟାତ ଯାତ୍ରୀ ଓ ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସହ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ।

ଅନ୍ୟପକ୍ଷରେ ଘାଟି ରାସ୍ତା ବନ୍ଦ ହେବା ଯୋଗୁ ଗଞ୍ଜାମରୁ କନ୍ଧମାଳ ଜିଲାକୁ ନିୟମିତ ଆସୁଥିବା ରାସନ, ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗତ ୨୯ ତାରିଖରେ ଏହି ଘାଟି ରାସ୍ତାରେ ଭୂସ୍ଖଳନ ହୋଇଥିଲା। ଏଥିସହ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଅଡ଼ଙ୍ଗୀ ନଦୀ ନିକଟରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ଧୋଇ ହୋଇଯାଇଥିଲା। ପରେ ମରାମତି କରାଯାଇ ଚଳିତ ମାସ ୬ ତାରିଖଠାରୁ କେବଳ ହାଲୁକା ଯାନ ଚଳାଚଳକୁ ଅନୁମତି ମିଳିଥିଲା। ତେବେ ଯାତ୍ରୀବାହୀ ବସ ଓ ଭାରୀଯାନ ଚଳାଚଳ ଉପରେ ପୂର୍ବରୁ ହିଁ କଟକଣା ଜାରି ରହିଥିଲା।

ଏବେ ପୁଣି ଏକ ବାତ୍ୟାର ଆଶଙ୍କା ଦେଖାଦେବା ପରେ ପ୍ରଶାସନର ଏହି ଆଗୁଆ ପଦକ୍ଷେପ ଘାଟି ଅଞ୍ଚଳରେ ଯାତାୟାତକୁ ପ୍ରଭାବିତ କରିଛି। ତେବେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାସ୍ତା ବନ୍ଦ ରଖାଯାଇଥିବାରୁ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

କଟକଣାକୁ ଫୁ’; ଗୋବରୀ ନଦୀ ମଝିରେ ଟଳମଳ ହେଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ…

ମହାକାଳପଡ଼ା, ୨୦ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ‘ଅକ୍ୱାନ’କୁ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି।…

ବିପଦପ୍ରବଣ ଅଞ୍ଚଳରେ ପ୍ରଶାସନର ତଦାରଖ: ୨୫ ଆଶ୍ରୟସ୍ଥଳୀରେ ୩୬୦୦ ଲୋକ

ରାଇକିଆ, ୨୦।୧୧ (ପ୍ରଦୀପ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ କନ୍ଧମାଳ ଜିଲାର ରାଇକିଆରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ରେ…

ବାଲିଯାତ୍ରାରେ DRONE କୁ ନାଁ: ୧୧ ପର୍ଯ୍ୟନ୍ତ ଦୁଲୁକିବ ମଞ୍ଚ, ୫ କିମି ପରିଧି ନୋ ଡ୍ରୋନ୍ ଜୋନ୍, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୦।୧୧ ଐତିହାସିକ ବାଲିଯାତ୍ରାରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍। ଏଥିପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି। ଏଥିସହ…

ବିପଦ ଟଳିଲା, ତଥାପି ସଜାଗ ରହିବାକୁ ପରାମର୍ଶ: ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ …

ଛତ୍ରପୁର/ଦିଲ୍ଲୀପ ସାମଲ, ୨୦/୧୧: ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ଏବଂ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଞ୍ଜାମ…

ପାକିସ୍ତାନର ପୁଣି ଥରେ ପର୍ଦ୍ଦାଫାଶ: ଭାରତ ଗସ୍ତ ସମୟରେ ମୁସାଦିକ ମଲିକଙ୍କୁ ସ୍ବାଗତ କରାଯାଇ ନଥିଲା ଦାବି ମିଥ୍ୟା ପ୍ରମାଣିତ

ନୂଆଦିଲ୍ଲୀ,୨୦।୧୧: ଶୁକ୍ରବାର (ନଭେମ୍ବର ୨୦) ନୂଆଦିଲ୍ଲୀରେ ତିନି ଦିନିଆ ଏସସିଓ (SCO) ‘ସଭ୍ୟତାଗୁଡ଼ିକର ସଂଳାପ’ (Dialogue of Civilizations) ଆରମ୍ଭ ହେବାକୁ ଯାଉଛି, ଯେଉଁଥିପାଇଁ ଏସସିଓ ସଦସ୍ୟ…

ସଙ୍କଟରେ ୪୨ ମୌଜା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁ

କଟକ ସଦର,୨୦ା୧୧(ସୁଶାନ୍ତ କୁମାର ଜେନା): ୪୨ ମୌଜାର ଜୀବନ ରେଖା କୁହାଯାଉଥିବା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁଟି ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି। ୪୦ ବର୍ଷ ତଳେ…

ନେପାଳ ବିପକ୍ଷରେ ଫ୍ଲପ ହେଲେ ବୈଭବ ସୂର୍ଯ୍ୟବଂଶୀ; ୨୬ ରନର ଇନିଂସ ପରେ ଥମିଗଲା ଏହି ‘ଓ୍ବାଣ୍ଡର ବୟ’ଙ୍କ ଝଡ଼

ନୂଆଦିଲ୍ଲୀ,୨୦।୧୧: ‘ରାଇଜିଂ ଷ୍ଟାର୍ସ ଏସିଆ କପ’ରେ ନେପାଳ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂରେ କୌଣସି ପ୍ରଭାବ ପକାଇ ପାରିଲେ ନାହିଁ। ଅଭିଷେକ ଶର୍ମାଙ୍କ ସହ ଇନିଂସ…

୨ ବର୍ଷ ପରେ ଟେଷ୍ଟ ସିରିଜ ଜିତିଲା ପାକିସ୍ତାନ: ତଥାପି ତାଲିକାରେ ବଦଳିଲାନି ଭାଗ୍ୟ, ରହିଲା ଶେଷରେ…

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ପାଇଁ ଶୁକ୍ରବାର ଦିନଟି ଭଲ ରହିଛି। ପ୍ରାୟ ଦୁଇ ବର୍ଷ ପରେ ଦଳ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?