ବାତ୍ୟାଠାରୁ ପୁରୀରେ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟା ‘ଫନୀ’ରେ ଧ୍ୱସ୍ତବିଧ୍ୱସ୍ତ ପୁରୀ ଜିଲାରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ (ଏମ୍‌ଏସ୍‌ଏମ୍‌ଇ) ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର ମାସକ ପରେ ବି ଅଣ୍ଟା ସଳଖିପାରୁନୀ ଶିଳ୍ପ ସଂସ୍ଥା। ରାଜ୍ୟର ଅନ୍ୟ ବାତ୍ୟା ପ୍ରଭାବିତ ଜିଲାରେ ଥିବା ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତିରେ ସୁଧା ଆସିଥିଲେ ମଧ୍ୟ ପୁରୀ ଜିଲାରେ ଜଟିଳ ସ୍ଥିତିକୁ ସାମ୍ନା କରୁଛି। ଏବେ ବି ଜିଲାରେ ଥିବା ଏମ୍‌ଏସ୍‌ଏମ୍‌ଇ ବନ୍ଦ ଅବସ୍ଥାରେ ରହିଛି। ଫଳରେ ଶିଳ୍ପ ସଂସ୍ଥାର ମାଲିକ ଓ ଉଦ୍ୟୋଗୀମାନେ ଚିନ୍ତାରେ ରହିଥିବାବେଳେ ପରିସ୍ଥିତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିବାକୁ ଧରିତ୍ରୀ ପକ୍ଷରୁ ଉଦ୍ୟମ କରାଯାଇଥିଲା। ତେବେ କ୍ଷେତ୍ରସ୍ଥଳ ଅନୁଧ୍ୟାନବେଳେ ଯାହା ଦେଖିବାକୁ ମିଳିଲା ତାହା ଥିଲା ଅତ୍ୟନ୍ତ ସ୍ପର୍ଶକାତର। ଅନେକ ଅବହେଳା, ସମସ୍ୟା ଓ ଜଟିଳତା ଥିଲା ମାସକ ଧରି ବନ୍ଦ ରହିଥିବା କ୍ଷୁଦ୍ର ଶିଳ୍ପସଂସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ। ଜିଲାରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇ ନ ଥିବାରୁ ଏହା ଶିଳ୍ପଗୁଡିକ ଉପରେ ପ୍ରଭାବ ପକାଉଥିବା ସାମ୍ନାକୁ ଆସିଛି। ଫନୀରେ ଶିଳ୍ପ ୟୁନିଟ୍‌ଗୁଡିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାବେଳେ ପୁନଃରୁଦ୍ଧାର କରି ଏହାକୁ ପୁଣିଥରେ ଛିଡା କରିବାକୁ ମାଲିକ ତଥା ଉଦ୍ୟୋଗୀମାନେ ଉଦ୍ୟମ ଚଳାଇଛନ୍ତି। ହେଲେ ବିଦ୍ୟୁତ୍‌ ସମସ୍ୟା ସହ ଅର୍ଥ ଓ ମାନବ ସମ୍ବଳ ଅଭାବ ଦେଖାଦେଇଛି।
ପୁରୀରେ ହୋଟେଲ ଶିଳ୍ପ ବାଦ୍‌ ଫ୍ଲାଏଆସ୍‌ ବ୍ରିକ୍ସ ୟୁନିଟ୍‌, ଘରୋଇ କ୍ଷୁଦ୍ର ଶିଳ୍ପ, ରାଇସ୍‌ ମିଲ ଭଳି ବହୁ ଶିଳ୍ପ ୟୁନିଟ ଫନୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ସରକାରୀ ଆକଳନ ମୁତାବକ ଜିଲାରେ ୩୭୪ ଏମ୍‌ଏସ୍‌ଏମ୍‌ଇ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ କ୍ଷୟକ୍ଷତି ପରିମାଣ ୭୮ କୋଟି ଟଙ୍କା ବୋଲି କୁହାଯାଉଛି। ମାତ୍ର ବେସରକାରୀ ଆକଳନ ଅନୁଯାୟୀ, ଜିଲାରେ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ୟୁନିଟଗୁଡିକରେ ବାତ୍ୟାରେ ୧୫୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ମାସକ ଧରି ୟୁନିଟଗୁଡିକରୁ ଉତ୍ପାଦନ ବନ୍ଦ ରହିଥିବାରୁ ମୋଟ କ୍ଷତି ପରିମାଣ ୬୦୦ କୋଟି ଟଙ୍କା ହେବ ବୋଲି ଶିଳ୍ପ ସଂଘ ପକ୍ଷରୁ ଆକଳନ କରାଯାଇଛି। ୟୁନିଟ୍‌ ବନ୍ଦ ହୋଇ ପଡିଥିବାରୁ ମହଜୁଦ ଥିବା ସାମଗ୍ରୀ ବାହାରକୁ ପଠାଯାଇପାରୁ ନାହିଁ। ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତି ଶୋଚନୀୟ ହୋଇ ପଡିଥିବାବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ଅଣଦେଖା କରିଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। କ୍ଷୁଦ୍ର ସଂସ୍ଥାଗୁଡିକ ଋଣ ନେଇ ବ୍ୟବସାୟ କରୁଥିବାବେଳେ ଏବେ ଋଣ ପରିଶୋଧ, କର୍ମଚାରୀ ଦରମା ପ୍ରଦାନ ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।
ଚନ୍ଦନପୁରଠାରେ ଥିବା ଜେପି ଇଣ୍ଡଷ୍ଟ୍ରିଜ୍‌ର ପ୍ରୋପାଇଟର ଅମ୍ରିତ ଆନନ୍ଦ ଚନ୍ଦୁକା କହିଛନ୍ତି, ଫନୀ ଯୋଗୁ ବ୍ୟବସାୟରେ ଅନେକ କ୍ଷତି ହୋଇଛି। ବର୍ତ୍ତମାନ ଲୋକ ମିଳୁ ନ ଥିବାରୁୁ ପୁଣି ଥରେ ୟୁନିଟ୍‌ ସଜାଡି କାମ ଆରମ୍ଭ କରିବା କଷ୍ଟକର ହୋଇଛି। ସେହିଭଳି ବିଦ୍ୟୁତ୍‌ ଭିତ୍ତିଭୂମି ଭୁଶୁଡି ପଡିଥିବାରୁ ଏହା ସମସ୍ୟାକୁ ଦ୍ୱିଗୁଣିତ କରିଛି। ପୂର୍ବରୁ ବ୍ୟାଙ୍କରୁ ଋଣ ନେଇଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ବର୍ତ୍ତମାନର ସ୍ଥିିିତି ଯୋଗୁ ତାହାକୁ ପରିଶୋଧ କରିପାରୁନାହାନ୍ତି। ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକର ପ୍ରକୃତ ଅସୁବିଧା ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ଜଗନ୍ନାଥ ଫ୍ଲାଏ ଆସ୍‌ ବ୍ରିକ୍ସର ମାଲିକ ଦିବାକର ହାତୀ କହିଛନ୍ତି, ଫନୀ କ୍ଷୁଦ୍ର ଶିଳ୍ପଗୁଡିକର ଅଣ୍ଟା ଭାଙ୍ଗିଦେଲା। କିନ୍ତୁ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଣଦେଖା କରିବା ଭଳି ସ୍ଥିତି ଉପୁଜିଛି। ସବୁ କ୍ଷୁଦ୍ର ଓ ମଧ୍ୟମ ୟୁନିଟ ବୀମା କରି ନାହାନ୍ତି। କିନ୍ତୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନବେଳେ ବୀମା କର୍ମଚାରୀମାନେ କେବଳ ବୀମାଭୁକ୍ତ କମ୍ପାନୀଗୁଡ଼ିକୁ ବୁଲି ଦେଖୁଛନ୍ତି। ପୁଣି ବୀମା ଟଙ୍କା କେବେ ମିଳିବ ସେ ନେଇ ସମସ୍ତେ ଚୁପ୍‌। ଏପରିସ୍ଥଳେ ବୀମା କମ୍ପାନୀଗୁଡ଼ିକର ଅସହଯୋଗ କଷ୍ଟଦାୟକ ହୋଇଛି। ଅଭିଯୋଗ ଗଲେ ଭାଲ୍ୟୁୟର ଆଣି ନିଜେ ଆକଳନ କରିବାକୁ କହୁଛନ୍ତି। ତେଣୁ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗେଇ ଆସନ୍ତୁ ବୋଲି ହାତୀ ପ୍ରକାଶ କରିଛନ୍ତି। ବୀର ହରେକୃଷ୍ଣପୁରର ଜଗନ୍ନାଥ ରାଇସ୍‌ ମିଲ୍‌ର ସୌମ୍ୟରଞ୍ଜନ ପଣ୍ଡା କହିଛନ୍ତି, ତାଙ୍କର ୨ଟି ୟୁନିଟ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ସ୍ତରରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ୭୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇ ସାରିଲାଣି। ସ୍ଥିତି ଯାହା ରହିଛି ଆସନ୍ତାବର୍ଷରୁ ୟୁନିଟରୁ ଉତ୍ପାଦନ ଆରମ୍ଭ ହେବ। ରୀତା ଫ୍ଲାଏଆସ୍‌ ବ୍ରିକ୍ସର ପରିଚାଳକ ବୁଧନାଥ ନାୟକ କହିଛନ୍ତି, ବୀମା କମ୍ପାନୀଗୁଡିକ ବର୍ତ୍ତମାନ ବୀମା ଟଙ୍କା ପ୍ରଦାନ ନେଇ ହଇରାଣ କରୁଛନ୍ତି। ଏଦିଗରେ ସରକାର ପଦକ୍ଷେପ ନେଲେ ଶିଳ୍ପଗୁଡିକ ଲାଗି ହିତକର ହୁଅନ୍ତା। ସେହିଭଳି ବାଲିଗଳିର ଏକ କ୍ଷୁଦ୍ର ୟୁନିଟ୍‌ ପରିଚାଳକ ସୌମ୍ୟକାନ୍ତ ପ୍ରଧାନ କହିଛନ୍ତି, ବ୍ୟାଙ୍କରୁ ଋଣ ନେଇ ସେ ବ୍ୟବସାୟ କରୁଥିଲେ। ଏବେ ସମ୍ପୂର୍ଣ୍ଣ ୟୁନିଟ ଭାଙ୍ଗିରୁଜି ଯାଇଛି। ପୁଣି ବ୍ୟବସାୟ ଛିଡା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଛି। ଉଗ୍ର ୟୁଟିଲିଟି ପ୍ରାଇଭେଟ ଲିମିଟେଡର ସହ ପରିଚାଳକ ବିଜୟ ଚୌଧୁରୀ କହିଛନ୍ତି, ବାତ୍ୟାରେ କଞ୍ଚାମାଲ ସମେତ ପ୍ରସ୍ତୁତ ହୋଇଥିବା ବହୁ ସାମଗ୍ରୀ ଖରାପ ହୋଇଯାଇଛି। ବର୍ତ୍ତମାନ ଯାଏ ଉତ୍ପାଦନ ସ୍ଥିତିକୁ ୟୁନିଟ ଆସିନାହିଁ। ବୀମା କରି ନ ଥିବା ଯୋଗୁ ଅନେକ କ୍ଷୟକ୍ଷତିର ସାମ୍ନା କରିଛୁ। କୌଣସି ସରକାରୀ ସହାୟତା ମିଳି ନ ଥିବାରୁ ଏହା ଶିଳ୍ପଗୁଡିକ ଲାଗି ସମସ୍ୟା ସୃଷ୍ଟି କରିଛି। ଚନ୍ଦନପୁର ନିକଟ ଜୟ ମା’ ଚୁଡ଼ା ମିଲ୍‌ ମଧ୍ୟ ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ମିଲ୍‌ ମାଲିକ ସାଗରିକା ମିଶ୍ର କହିଛନ୍ତି, ସରକାରଙ୍କଠାରୁ ଋଣ ଆଣି ସଂସ୍ଥା ଚଳାଇଥିଲି। ବାତ୍ୟାରେ ମିଲ୍‌ର ୭୦ ପ୍ରତିଶତ କ୍ଷତି ହୋଇଛି। ଏହାକୁ ଭରଣା କରିବା କଷ୍ଟକର ହୋଇପଡିଛି। ସହକାର ସହଯୋଗର ହାତ ବଢ଼ାଇଲେ ମୋ ପରି ଅନେକ ଉଦ୍ୟୋଗ ପୁଣି ଚାଲିପାରିବ।

ସତ୍ୟାନନ୍ଦ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri