ବାଇଗଣ ବୋଝେଇ ଗାଡିରୁ ୩ କୁଇଣ୍ଟାଲ ଗଞ୍ଜେଇ ମିଳିଲା

ଗୁଡଭେଲା,୧।୫(ଡି.ଏନ.ଏ.):କରୋନା ସମୟରେ ଖାଉଟି ସାମଗ୍ରୀ ପରିବହନ ପାଇଁ ଗାଡିମୋଟର ଉପରେ ରାଜ୍ୟ ସରକାର କଟକଣା କରି ନାହାନ୍ତି। ଏଣୁ ଖାଉଟି ସାମଗ୍ରୀ ବୋଝେଇ ଗାଡିର ଅପବ୍ୟବହାର ହେଉଛି। ଗଞ୍ଜେଇ ମାଫିଆମାନେ ଫଇଦା ଉଠାଉଛନ୍ତି। ଶୁକ୍ରବାର ଏପରି ଏକ ଘଟଣା ଦେଖିବାକୁ ମିଳଛି ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ। ଏକ ବଲୋରୋ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୦୩-ଏମ-୨୦୩୨)ରେ ବାଇଗଣ ଯାଉଥିବାବେଳେ ପୋଲିସ ସେଥିରୁ ଗଞ୍ଜେଇ ଧରିଛି। ତୁଷୁରା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀ ପାଟ୍ରୋଲିଙ୍ଗ କରୁଥିବା ବେଳେ ଗୁଡଭେଲା ବ୍ଲକ୍‌ ଅଧୀନ ଡୁଙ୍ଗିବାହାଲ ଗ୍ରାମ ପାଖରେ ଉକ୍ତ ଗାଡିକୁ ସନ୍ଦେହ କରି ଅଟକାଇଥିଲେ। ଯାଞ୍ଚ କରାଯିବାରୁ ୪୫ବସ୍ତା ବାଇଗଣ ତଳେ ୧୦ଟି ପ୍ୟାକେଟରେ ଗଞ୍ଜେଇ ମିଳିଥିଲା, ଯାହାର ଓଜନ ପ୍ରାୟ ୩ କୁଇଣ୍ଟାଲ ହେବ। ତେବେ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗଙ୍କ ଉପସ୍ଥିତିରେ ଏହାକୁ ଓଜନ କରାଯାଇଥିଲା। ଏହି ଘଟଣାରେ ସିନ୍ଦୁରମୁଣ୍ଡା ଗ୍ରାମର ପ୍ରେମାନନ୍ଦ ଭୋଇ (୩୩), କେନ୍ଧୁପଦର ଗ୍ରାମର ସୁଶାନ୍ତ ସାହୁ (୩୫) ଓ ଘୁନା ଗ୍ରାମର ଜଗନାଥ ସାହୁ (୩୮)ଙ୍କୁ ପୋଲିସ ଗିରଫ କରିଛି। ସେହିଭଳି ଗାଡିକୁ ମଧ୍ୟ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ: ୯୦% ରଖିଥିବା ୮୪ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲ ଠାରେ ଶନିବାର ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନର ୯୦%ରୁ…

ଗୁଣାତ୍ମକ ଶିକ୍ଷା,ଅକ୍ଲାନ୍ତ ପରିଶ୍ରମ ଆଣିଦେଲା ସଫଳତା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଛାତ୍ରୀଛାତ୍ର ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।…

ଥୁଆମୂଳ ରାମପୁରରେ ‘ସମାଧାନ ସମାରୋହ-୨୦୨୬’ ପ୍ରସ୍ତୁତି ବୈଠକ: ସୁପ୍ରିମ କୋର୍ଟଙ୍କ ବିଶେଷ ଲୋକ ଅଦାଲତ ନେଇ ସଚେତନତା…

ଥୁଆମୂଳ ରାମପୁର, ୨୩।୫(ଦୁର୍ଗା କୀର୍ତ୍ତି): ସାଧାରଣ ଜନତାଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ)ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri