ଜଟଣୀ,୨୫ା୩(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଲକ୍ଡାଉନ୍ ଘୋଷଣା କାର୍ଯ୍ୟକାରିତା ନେଇ ଜିଲାପାଳ ସିତାଂଶୁ କୁମାର ରାଉତ ମଙ୍ଗଳବାର ଜଟଣୀର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଥିଲେ। ପୋଲିସ ଓ ପ୍ରଶାସନ ଦ୍ୱାରା ବିଭିନ୍ନ ସ୍ଥାନରେ ହେଉଥିବା ବ୍ଲକିଂ ସ୍ଥାନ ସମେତ ଅନ୍ୟ କେତେକ ଅଞ୍ଚଳ ବୁଲି ଦେଖିଥିଲେ। ସ୍ଥାନୀୟ ସୀତାରାମ ଛକରେ ଫଳ ଓ ପନିପରିବା ବିକୁଥିବା ଉଠାଦୋକାନୀଙ୍କ ନିକଟରେ ଗହଳି ଦେଖି ଜିଲାପାଳ ରାଉତ ବିରକ୍ତି ପ୍ରକାଶ କରିଥିଲେ। ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ଉପସ୍ଥିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଟଣୀ ସହରର ବିଭିନ୍ନ ସ୍ଥାନରେ ଥିବା ଉଠାଦୋକାନୀଙ୍କୁ ସ୍ଥାନୀୟ ନୂଆ ବସ୍ଷ୍ଟାଣ୍ଡ ପରିସରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିବା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କହିଛନ୍ତି। ଭୁବନେଶ୍ୱର ସବ୍କଲେକ୍ଟର ଦେବବ୍ରତ ସାହୁ, ଜଟଣୀ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇ ଏପରି ନିଷ୍ପତ୍ତି ହୋଇଛି। ଏହି ଥାନା ଅନ୍ତର୍ଗତ ହରିଭାଇନା ଛକ, ୧୬ ନଂ. ଜାତୀୟ ରାଜପଥର ଜଟଣୀ ଗେଟ୍, ପିତାପଲ୍ଲୀ ଛକରେ ରାସ୍ତା ବ୍ଲକିଂ କରାଯାଇଛି। ସେହିପରି ଜଟଣୀ ତହସିଲ ଓ ମ୍ୟୁନିସିପାଲିଟି ପକ୍ଷରୁ ଗଠିତ ୨ଟି ଲେଖାଏ ଟିମ୍ ସହର ଓ ଗ୍ରାମାଞ୍ଚଳ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବା ସହ ଖୋଲାଥିବା ଦୋକାନ ବନ୍ଦ କରାଇଥିଲେ। ଆବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ। ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…
ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…
ରାଜଧାନୀରେ ମହିଳାଙ୍କୁ ବଳାତ୍କାର
ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…
ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…
ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ
ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…
ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ
ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…
ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….
ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…
ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ
ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…
ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…
ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…
Archives

