ବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ

ଝୁମ୍ପୁରା, ୧୭।୨(ଡି.ଏନ.ଏ.)-ଝୁମ୍ପୁରା ବସଷ୍ଟାଣ୍ଡ ପ୍ରବେଶ ଦ୍ୱାର ପାଖରେ ହିଁ ରହିଛି ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ। ଖୁଣ୍ଟ ଉପରେ ଝୁଲି ରହିଛି ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର। ବସଷ୍ଟାଣ୍ଡ ପ୍ରବେଶ ପଥରେ ଥିବା ଏହି ଲୁହା ଖୁଣ୍ଟଟି ଗାଡି ଧକ୍କାରେ ହିଁ ବଙ୍କାଟଙ୍କା ହୋଇ ଛୋଟ ହୋଇଯାଇଛି। ଏହାଦ୍ୱାରା ୧୧କେଭି ତାର ମଧ୍ୟ କମ୍‌ ଉଚ୍ଚତାରେ ରହିଛି। ସବୁ ସମୟରେ ଦୁର୍ଘଟଣାର ସମ୍ଭାବନା। ପ୍ରତ୍ୟହ ବସଷ୍ଟାଣ୍ଡ ଭିତରକୁ ବହୁ ଛୋଟବଡ ଯାତ୍ରୀବାହୀ ଗାଡ଼ିର ଯାତାୟାତ ରହିଛି। ଯାତ୍ରୀବାହୀ ବସର ଉପର ହୁଡ ବିଦ୍ୟୁତ ତାର ସହ ଛୁଇଁବା ଅବସ୍ଥାରେ ଆସି ଯାଉଛି। ଯେ କୌଣସି ସମୟରେ ମଧ୍ୟ ବଡ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଏ ନେଇ ବଜାରବାସୀଙ୍କ ପକ୍ଷରୁ ନେସ୍କୋର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଖୁଣ୍ଟ ବଦଳାଯାଇ ବିଦ୍ୟୁତ ତାରଗୁଡିକୁ ଉଚ୍ଚା କରାଯିବାକୁ ଦାବି ହୋଇଛି। ହେଲେ ନେସ୍କୋ କର୍ତ୍ତୃପକ୍ଷ ସବୁ ସମୟରେ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ନେଉଛନ୍ତି। ଖୁଣ୍ଟ ବଦଳାଯିବା ପ୍ରସଙ୍ଗ ନେଇ ପଚାରିବାରୁ ଝୁମ୍ପୁରା ନେସ୍କୋ ସେକଶନର ଯନ୍ତ୍ରୀ ଲମ୍ବୋଦର ବାରିକ ଏବଂ ଚମ୍ପୁଆସ୍ଥିତ ନେସ୍କୋର ସହକାରୀ ଯନ୍ତ୍ରୀ ଆର.ଏନ. ପାତ୍ର କହିଲେ ଯେ, ତୁରନ୍ତ ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାଳରେ ବୁଡ଼ି ଶିଶୁପୁତ୍ରର ଜୀବନ ଗଲା

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ମୁଣ୍ତାସାହିର ଲିଟୁ ମୁଣ୍ତାଙ୍କ ଏକମାତ୍ର ପୁଅ ବାଦଲ(୪)ର ନାଳରେ ବୁଡ଼ି ମୃତ୍ୟୁ ହୋଇଛି। ଶନିବାର...

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri