ବଳୟାକାର ସୂର୍ଯ୍ୟୋପରାଗ

ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସମସ୍ତ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଘଟି ନ ଥାଏ। କୌଣସି ଅମାବାସ୍ୟା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସମତଳରେ ଅବସ୍ଥାନ କରିଥାନ୍ତି। ମାତ୍ର କେତେକ ଅମାବାସ୍ୟାରେ ଏ ତିନି ମହାକାଶୀୟ ପିଣ୍ଡ ଏକ ସରଳରେଖାରେ ମଧ୍ୟ ଅବସ୍ଥାନ କରିଥାନ୍ତି। ଏହିଦିନ ହିଁ କେବଳ ସୂର୍ଯ୍ୟୋପରାଗ ଘଟିଥାଏ।“

ସୂର୍ଯ୍ୟୋପରାଗ ତିନି ପ୍ରକାର, ଯଥା ସମ୍ପୂର୍ଣ୍ଣ, ଆଂଶିକ ଓ ବଳୟାକାର ।
ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗରେ ସୂର୍ଯ୍ୟ ଆକାଶରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଉଥିବା ବେଳେ ଏକ ଆଂଶିକ ପରାଗରେ ସୂର୍ଯ୍ୟ ବିମ୍ବ ଆଂଶିକ ମାତ୍ରାରେ ଦୃଶ୍ୟ ହୋଇଥାଏ। ମାତ୍ର ସବୁଠାରୁ ଦର୍ଶନୀୟ ହେଉଛି ବଳୟାକାର ସୂର୍ଯ୍ୟୋପରାଗ। ଏହି ପରାଗରେ ଚନ୍ଦ୍ର ସୂର୍ଯ୍ୟ ବିମ୍ବର କେନ୍ଦ୍ରାଞ୍ଚଳର ଅଧିକାଂଶ ଭାଗ ଢାଙ୍କି ଦେଉଥିଲା ବେଳେ ପ୍ରାନ୍ତ ଭାଗକୁ ଅବରୋଧକରି ନ ଥାଏ। ଫଳରେ ସୂର୍ଯ୍ୟର କେବଳ ପ୍ରାନ୍ତ ଭାଗ ହିଁ ଦୃଶ୍ୟ ହୁଏ। ଏହା ଆକାଶରେ ଏକ ଆଲୋକିତ ବଳୟ ରୂପେ ଦୃଶ୍ୟମାନ ହେଉଥିବାରୁ ଏଭଳି ପରିସ୍ଥିତିକୁ ବଳୟାକାର ସୂର୍ଯ୍ୟୋପରାଗ କୁହାଯାଏ।
କେବଳ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସମସ୍ତ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଘଟି ନ ଥାଏ। କୌଣସି ଅମାବାସ୍ୟା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସମତଳରେ ଅବସ୍ଥାନ କରିଥାନ୍ତି। ମାତ୍ର କେତେକ ଅମାବାସ୍ୟାରେ ଏ ତିନି ମହାକାଶୀୟ ପିଣ୍ଡ ଏକ ସରଳରେଖାରେ ମଧ୍ୟ ଅବସ୍ଥାନ କରିଥାନ୍ତି। ଏହିଦିନ ହିଁ କେବଳ ସୂର୍ଯ୍ୟୋପରାଗ ଘଟିଥାଏ। ପୃଥିବୀର କକ୍ଷତଳ ଓ ଚନ୍ଦ୍ରର କକ୍ଷତଳ ପ୍ରାୟ ୫ ଡିଗ୍ରୀ କୋଣ ଅନ୍ତରରେ ରହୁଥିବାରୁ ସବୁ ଅମାବାସ୍ୟାରେ ଏ ତିନି ପିଣ୍ଡ ଏକ ସରଳରେଖାରେ ରହି ନ ଥାନ୍ତି। ତେଣୁ ପ୍ରତି ଅମାବାସ୍ୟା ତିଥିରେ ସୂର୍ଯ୍ୟୋପରାଗ ଘଟି ନ ଥାଏ।
ଆକାର ଚନ୍ଦ୍ରଠାରୁ ବଡ଼ ଥିଲେ ସୁଦ୍ଧା ଏହା ଦୂରରେ ଥିବାରୁ ଛୋଟ ଦେଖାଯାଏ। ସେହିପରି ଚନ୍ଦ୍ରର ଆକାର ଛୋଟ ଥିଲେ ସୁଦ୍ଧା ଏହା ପାଖରେ ଥିବାରୁ ବଡ଼ ଦେଖାଯାଏ। ଉଭୟ ପିଣ୍ଡର ଆକାର ଓ ଦୂରତା ଏପରି ଯେ ପୃଥିବୀୟ ଦୃଷ୍ଟିରେ ଉଭୟଙ୍କର ବିମ୍ବ ସମାନ ଆକାରରେ ଦେଖାଯାଏ। ତେଣୁ ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଢାଙ୍କିପାରେ। ମାତ୍ର ବେଳେ ବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ନିଜ କକ୍ଷପଥରେ ଘୂରୁ ଘୂରୁ ସବୁଠାରୁ ଦୂର ସ୍ଥାନରେ ପହଞ୍ଚିଥାଏ। ଫଳରେ ପୃଥିବୀରୁ ଚାହିଁଲେ ଚନ୍ଦ୍ରର ବିମ୍ବ ସାମାନ୍ୟ ଛୋଟ ଦେଖାଯାଏ। ଏଭଳି ଅବସ୍ଥାରେ ଚନ୍ଦ୍ର ସୂର୍ଯ୍ୟ ବିମ୍ବକୁ ସମ୍ପୂର୍ଣ୍ଣ ଢାଙ୍କିପାରେ ନାହିଁ। ଚନ୍ଦ୍ର କେବଳ ସୂର୍ଯ୍ୟର ସମ୍ମୁଖରେ ରହି ସୂର୍ଯ୍ୟର କେନ୍ଦ୍ରଭାଗର ଅଧିକାଂଶ ଅଞ୍ଚଳ ଢାଙ୍କିଥାଏ। ମାତ୍ର ସୂର୍ଯ୍ୟର ପ୍ରାନ୍ତ ଭାଗ ଉନ୍ମୁକ୍ତ ରହିଥାଏ। ସୁତରାଂ ସୂର୍ଯ୍ୟର କେନ୍ଦ୍ରାଞ୍ଚଳ ଅନ୍ଧାର ଦେଖାଯାଉଥିଲେ ସୁଦ୍ଧା ଏହାର ପ୍ରାନ୍ତଭାଗ ଏକ ସରୁ ଆଲୋକିତ ବଳୟ ରୂପେ ଦୃଶ୍ୟମାନ ହୁଏ। ଏହା ହିଁ ବଳୟାକାର ସୂର୍ଯ୍ୟୋପରାଗ । ବଳୟାକାର ସୂର୍ଯ୍ୟୋପରାଗ ଭାରତର ଦକ୍ଷିଣ ଭାଗରେ ଦୃଶ୍ୟ ହୋଇଥିଲା ବେଳେ ପରବର୍ତ୍ତୀ ବଳୟାକାର ସୂର୍ଯ୍ୟୋପରାଗ ଆଗାମୀ ଜୁନ ୨୧ତାରିଖରେ ଉତ୍ତର ଭାରତରେ ଦୃଷ୍ଟିଗୋଚର ହେବ। ସୂର୍ଯ୍ୟୋପରାଗ ଏକ ବିରଳ ମହାକାଶୀୟ ଘଟଣା ହୋଇଥିବାରୁ ଏଥିରେ ଶଙ୍କିତ ନ ହୋଇ ଏହାକୁ ନିରାପଦ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରି ଉପଭୋଗ କରିବା ଉଚିତ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri