ବଇଣ୍ଡା ଅଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ

ବଇଣ୍ଡା,୧୫।୬(ଡି.ଏନ.ଏ.): ଗମନାଗମନ କ୍ଷେତ୍ରରେ ବଇଣ୍ଡା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ହେଲେ ବହୁ ସମସ୍ୟା ଏହି ଅଞ୍ଚଳରେ ଲାଗି ରହିଛି। ଲୋକମାନଙ୍କୁ କିଭଳି ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ସମସ୍ତଙ୍କ ସହଯୋଗ ସହ ଯୁବଗୋଷ୍ଠୀ ଏକଜୁଟ୍‌ ହେଲେ ବଇଣ୍ଡା ଅଞ୍ଚଳର ବିକାଶ ହୋଇପାରିବ ବୋଲି ଶନିବାର କିଶୋରନଗର ବ୍ଲକ ବଇଣ୍ଡା କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଏହା କହିଛନ୍ତି। ନୁନୁକାପଶି ସରପଞ୍ଚ ଜଳଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପ୍ରାରମ୍ଭରେ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ କିଭଳି ବିକାଶ ହେବ ସେ ନେଇ ଅଧିକ ଗୁରୁତ୍ୱ ଦେବାସହ ଶିକ୍ଷାର ବିକାଶ କିଭଳି ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବିଧାୟକ ସାହୁ କର୍ମୀମାନଙ୍କୁ କହିଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ, ଗାଁ ବଇଣ୍ଡା ସରପଞ୍ଚ ମାନସ କୁମାର ସାହୁ, ହଣ୍ଡପା ସରପଞ୍ଚ ଅମୀୟ ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଅଜୟ କୁମାର ପ୍ରଧାନ, ନୁନୁକାପଶି ନାଏବ ସରପଞ୍ଚ ସୁରେଖା ବେହେରା, କଣ୍ଟେଇକୁଳିଆ ସରପଞ୍ଚ କୁମୁଦିନୀ ପ୍ରଧାନ, ଧୋବେଇ ବେହେରା, ବିଜେଡି ନେତା ଦୁର୍ଯ୍ୟୋଧନ ପ୍ରଧାନ, ଚିତ୍ତରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ସମ୍ମିଳନୀରେ ବଇଣ୍ଡା ଅଞ୍ଚଳକୁ ଏନ୍‌ଏସି ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ବିଧାୟକଙ୍କଠାରେ ଦାବି କରିଥିଲେ।(


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri