ଫାଇଲିନକୁ ବିତିଲା ୬ ବର୍ଷ: ବୁଢ଼ାବଳଙ୍ଗରେ ହୋଇପାରୁନି ଆଡ଼ିବନ୍ଧ

ବାରିପଦା ଅଫିସ,୧୩।୧୦- ସେଦିନ ଥିଲା ୨୦୧୩ ଅକୋ୍ଟବର ୧୩ ତାରିଖର କାଳ ରାତ୍ରି । ଫାଇଲିନ ବାତ୍ୟା ପ୍ରଭାବରେ ଫୁଲି ଉଠିଥିଲା ବୁଢ଼ାବଳଙ୍ଗ । ଚାହୁଁଚାହୁଁ ସେହି ରାତିରେ ବାରିପଦା ସହର ଜଳମଗ୍ନ ହୋଇପଡିଲା। ଜୀବନ ବଞ୍ଚାଇବା ଲାଗି ବିକଳରେ ଅନେକ ଲୋକ ଉଚ୍ଚ ଓ ନିରାପଦ ସ୍ଥାନକୁ ଯାଇ ଆଶ୍ରୟ ନେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ପଶିଥିଲା ପାଣି, ଯାହା ରୋଗୀଙ୍କ ଲାଗି ସଙ୍କଟ ସୃଷ୍ଟି କରିଥିଲା। ଏହି ବନ୍ୟା ବିପର୍ଯ୍ୟୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଧନ ସମ୍ପତ୍ତି, ଘରର ଆସବାବପତ୍ର ଉଜୁଡି ଯାଇଥିଲା। ସେହି ଲୋମଟାଙ୍କୁରା ବନ୍ୟା ଓ ବାତ୍ୟା ବିଭୀଷିକାକୁ ୬ ବର୍ଷ ବିତିଲାଣି । ସେଦିନର କ୍ଷତ ଓ ଦୁଃଖଦ ଅନୁଭୂତି ଏଯାଏ ମନରୁ ଲିଭିନି। ସହରକୁ ବନ୍ୟା ବିପର୍ଯ୍ୟୟରୁ ରକ୍ଷା କରିବା ସକାଶେ ବୁଢ଼ାବଳଙ୍ଗ ନଦୀ ତଟରେ ଆଡିବନ୍ଧ ନିର୍ମାଣ ଯୋଜନା କେବଳ ଘୋଷଣାରେ ସୀମିତ ହୋଇରହିଛି।
ଉଲ୍ଲେଖନୀୟ ଯେ, ଫାଇଲିନ୍‌ ବାତ୍ୟା ଓ ବନ୍ୟା ବିପର୍ଯ୍ୟୟ ପରେ ବାରିପଦା ସହର ନିକଟ ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ପରେ ୧୧୭ ତମ ଟେକନିକାଲ ଆଡଭାଇଜରି କମିଟି (ଟିଏସି) ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। କୁଚେଇ ଘାଟଠାରୁ ଦାମୋଦର ଘାଟ ପର୍ଯ୍ୟନ୍ତ ୩ ପର୍ଯ୍ୟାୟରେ ଆଡିବନ୍ଧ ନିର୍ମାଣ ହେବ ଏବଂ ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ୬୨ କୋଟି ୩୪ ଲକ୍ଷ ଟଙ୍କା ଅନୁମୋଦନ କରିବା ସକାଶେ କମିଟି ସୁପାରିସ କରିଥିଲା। କିନ୍ତୁ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ଏଯାଏ ଆଡ଼ିବନ୍ଧ ନିର୍ମାଣ ସମ୍ଭବ ହୋଇ ନାହିଁ। ବାରିପଦା ସହରର ସୁରକ୍ଷା ଲାଗି ବୁଢ଼ାବଳଙ୍ଗ ନଦୀରେ ଆଡିବନ୍ଧ ନିର୍ମାଣ କରିବା ସକାଶେ ମଧୁବନ ଡେଭଲପମେଣ୍ଟ କମିଟି ଦୀର୍ଘଦିନ ହେବ ଦାବି କରିଆସୁଛି। ଏ ନେଇ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ସଚିବ, ବିଭାଗୀୟ ସଚିବଙ୍କ ସମେତ ଜିଲାପାଳ ଓ ବିଭିନ୍ନ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଗତ ଜାନୁୟାରୀ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସହରରେ ରିଂ ରାଡ ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ। ଜଳ ସମ୍ପଦ ବିଭାଗର ଜଣେ ଅଧିକାରୀ ସର୍ଭେ କରି ଫେରିଯାଇଥିଲେ ମଧ୍ୟ ଏଯାଏ ଏ ଦିଗରେ ଅନ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ମଧୁବନ ଉନ୍ନୟନ ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବୁଢ଼ାବଳଙ୍ଗରେ ରିଂ ରୋଡ ନିର୍ମାଣ ହେଲେ ସହର ସୁରକ୍ଷିତ ରହି ପାରିବ। ଏଥିଲାଗି ବହୁଦିନରୁ ଦାବି କରାଯାଇ ଆସୁଛି। ରାଜ୍ୟ ସରକାରଙ୍କ ଦୁଇଥର ଘୋଷଣା ସତ୍ତ୍ୱେ କାମ ହେଉ ନ ଥିବାରୁ ପରିଷଦ ଏହା ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି । ୬ ବର୍ଷ ତଳର ସେହି କାଳରାତ୍ରିର ସ୍ମୃତି ମନେ ପକାଇ ସ୍ଥାନୀୟ ୭ ନମ୍ବର ୱାର୍ଡର ବାସିନ୍ଦା ବିକାଶ ନାୟକ କହନ୍ତି, ନଦୀ ଉପର ମୁଣ୍ଡରୁ ହଠାତ ବଢି ପାଣି ଆସିିବା ଫଳରେ ତାଙ୍କ ଘରେ ବନ୍ୟା ପାଣି ପଶିିଥିଲା। କୌଶଳ କ୍ରମେ ସେମାନେ ଘରୁ ବାହାରି ଆସି ଜୀବନ ବଞ୍ଚାଇଥିଲେ। ଘରେ ଥିବା ସମସ୍ତ ଜିନିଷପତ୍ର ନଷ୍ଟ ହୋଇ ଯାଇଥିଲା। ଆଜି ବି ଏହି ରାତି କଥା ମନେପଡିଲେ ଦେହ ଥରିଯାଏ। ସେହିପରି ୯ ନମ୍ବର ୱାର୍ଡ ବାସିନ୍ଦା କିଶୋର ବେହେରା କୁହନ୍ତି, ସେହି ରାତିରେ ଫାଇଲିନର ତାଣ୍ଡବ ନ ଦେଖିଲା ଲୋକେ ଏହାକୁ ବିଶ୍ୱାସ କରିପାରିବ ନାହିଁ। ଘରେ ପାଣି ପଶି ଯିବାରୁ ସାରାରାତି ପରିବାର ଲୋକଙ୍କୁ ବାହାରେ ରହିବାକୁ ପଡିଥିଲା। ପରଦିନ ସକାଳେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ରିଲିଫ ଶିିବିରକୁ ନେଇଥିଲା। ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ହେବା ଲାଗି ସହରକୁ ସୁରକ୍ଷିତ ରଖାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri