ପ୍ରସ୍ତାବିତ ଟ୍ରକ ଟର୍ମିନାଲ ବିରୋଧରେ ମହିଳାଙ୍କ ବିକ୍ଷୋଭ

କୁଜଙ୍ଗ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦର ପକ୍ଷରୁ ଭୂତମୁଣ୍ଡାଇଠାରେ ୧୦ହଜାର ଟ୍ରକ୍‌ ରହଣୀ ପାଇଁ ଏକ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ତେବେ ଏକ ଜନବସତି ଅଞ୍ଚଳରେ ଏଭଳି ଏକ ପ୍ରଦୂଷଣ ସୃଷ୍ଟିକାରୀ ପ୍ରକଳ୍ପ ନିର୍ମାଣକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଛନ୍ତି। ଗତ ୮ ତାରିଖରେ ୫ ପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ କୁଜଙ୍ଗଠାରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଏହି ପ୍ରସଙ୍ଗରେ ଦାବିପତ୍ର ଦେଇଥିଲେ। ସେତେବେଳେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉକ୍ତ ସ୍ଥାନକୁ ନିଜେ ବୁଲି ଦେଖିବା ପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ କେତେଜଣ ଠିକାଦାରଙ୍କ ଧମକଚମକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଫୋର୍ସ ମୁତୟନ କରାଯାଇ ବଳପୂର୍ବକ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ ବୋଲି ପ୍ରଚାର ହେବାରୁ ବୁଧବାର ଏଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଭୂତମୁଣ୍ଡାଇ ପଞ୍ଚାୟତର ଶତାଧିକ ମହିଳା ଏନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ସ୍ଥାନ ଓ ବଜାର ପାର୍ଶ୍ୱରେ ସଭା କରିଛନ୍ତି। କୌଣସି ଜଟିଳ ପରିସ୍ଥିତି ଆସିଲେ ମୁକାବିଲା କରାଯିବ ଓ ଆନ୍ଦୋଳନରେ ମହିଳାମାନେ ଆଗରେ ରହି ଲଢ଼େଇ କରିବେ ବୋଲି ଏଥିରେ ସଂକଳ୍ପ ନେଇଥିଲେ। ଭୂତମୁଣ୍ଡାଇ ପଞ୍ଚାୟତର ନାରିନେତ୍ରୀ ସୌଦାମିନୀ ସ୍ବାଇଁ ମହିଳାମାନଙ୍କୁ ସଂକଳ୍ପ କରାଇ ନିର୍ମାଣ କାର୍ଯ୍ୟ ଚାଲିଲେ ବିରୋଧ କରାଯିବ ଓ ମାଟିଗୋଡ଼ି ପକାଇ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। ପରେ ମହିଳାମାନେ ଭୂତମୁଣ୍ଡାଇ ସରପଞ୍ଚ ଜ୍ୟୋତିର୍ମୟୀ ସ୍ବାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ପଡ଼ିଆଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶ୍ୱାଳି ପଞ୍ଚାୟତର ସରପଞ୍ଚ ସୁପ୍ରଭା ସାହୁ, ସମିତି ସଭ୍ୟ ରଞ୍ଜନ ସେଠୀ, ଆଲୋକ ସାହୁ, ସୁନ୍ଦରମଣି ସ୍ବାଇଁ, ଅରକ୍ଷିତ ଦାସ, ଦୁଷ୍ମନ୍ତ ମାଝି, ରଞ୍ଜିତା ପଣ୍ଡା, ଅରକ୍ଷିତ ଦାସ, ଦେବବାଳା ମହାପାତ୍ର, ପ୍ରମୋଦ ଜେନା ଓ ଶାରଦା ପ୍ରସନ୍ନ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଗଠିତ ଆଞ୍ଚଳିକ ସୁରକ୍ଷା ସମିତିର ମୁଖପାତ୍ର ଶ୍ରୀବଲ୍ଲଭ କର ଏହାକୁ ସଞ୍ଚାଳନା କରିଥିଲେ। ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୨ରେ ପିଡିଏ (ପାରାଦୀପ ଡେଭଲପମେଣ୍ଟ ଅଥରିଟି) ପକ୍ଷରୁ ଆଖପାଖ ୫ ପଞ୍ଚାୟତର ନେତୃତ୍ୱଙ୍କୁ ନେଇ ସଭା କରାଯାଇଥିଲା। ସରକାରୀ ନକ୍‌ସା ମୁତାବକ ଯେଉଁ ସ୍ଥାନରେ ଟ୍ରକ ଟର୍ମିନାଲ ନିର୍ମାଣ ସେତେବେଳେ ନିଷ୍ପତ୍ତି ହୋଇଥିଲା, ବର୍ତ୍ତମାନ ବନ୍ଦର କର୍ତ୍ତୃପକ୍ଷ ସେହି ସ୍ଥାନରେ ନିର୍ମାଣ ନ କରି ଏକ ଜନବସତି ଅଞ୍ଚଳକୁ ଚିହ୍ନଟ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri