ପ୍ରଧାନମନ୍ତ୍ରୀ ଆବାସ ଫେରିଯିବା ଆଶଙ୍କା, ଭୂମିହୀନଙ୍କୁ ମିଳୁନି ଘରଡିହ ପଟ୍ଟା

ବଡ଼ସାହି,୫ା୯(ସ୍ବ.ପ୍ର)-ବଡ଼ସାହି ବ୍ଲକ ଅଧୀନ ଭୀମିଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମର କେତେକ ଭୂମିହୀନ ପରିବାର ଘରଡିହ ପଟ୍ଟା ଦାବିରେ ବୁଧବାର ବଦଳି ଗାଁରେ ଥିବା କୁରାଡ଼ିହା ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି। ଗ୍ରାମର ରାଜୁ ସିଂ, ସାନୁ ସିଂ, ବିଶ୍ୱନାଥ ବିନ୍ଧାଣୀ, ଶ୍ରୀଧର ସିଂ, ଶିବାନୀ ସିଂ, ଫୁତୁଲ ସିଂ ଓ ଚୈତନ୍ୟ ସିଂଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣର କାର୍ଯ୍ୟାଦେଶ ଆସିଛି ା ମାତ୍ର ଘରଡ଼ିହ ନ ଥିବାରୁ ଘର ଫେରିଯିବ ବୋଲି ସେମାନେ ଚିନ୍ତାରେ ଦିନ କାଟୁଛନ୍ତି। ଏମାନଙ୍କ ବ୍ୟତୀତ ଗ୍ରାମର ରଘୁନାଥ ସିଂ, ଶୁକୁରା ସିଂ, ରାମ ସିଂ ଓ ଶ୍ୟାମସୁନ୍ଦର ସିଂ ମଧ୍ୟ ଭୂମିହୀନ। ଦୀର୍ଘଦିନ ହେଲା ସେମାନେ ୪ ଡେସିମିଲ ସରକାରୀ ଜାଗା ପାଇଁ କୁରାଡିହା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଜାଗା ମିଳି ପାରି ନାହିଁ। ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଚାରିବାରୁ ଗ୍ରାମରେ ଯଦି ବଳକା ସରକାରୀ ଜାଗା ଥିବ ତେବେ ତଦନ୍ତ ପରେ ଆବେଦନକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri