Posted inଭଦ୍ରକ

ପ୍ରତିଭାମୟୀ ଶୁଭ୍ରସ୍ମିତା: ଭଦ୍ରକରୁ ମୁମ୍ବାଇ ପରେ ଏବେ ବିଦେଶୀ ମାଟି ଲକ୍ଷ୍ୟ

ଭିନ୍ନ କିଛି କରିବା ଲକ୍ଷ୍ୟରେ ଯୁବପ୍ରତିଭା ଶୁଭ୍ରସ୍ମିତା। ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ଇଂଲିଶ ଓ ତାମିଲ ଭାଷାରେ ଗୀତ ଗାଇ ପ୍ରତିଭା ପ୍ରଦର୍ଶନ ପରେ ଆଗକୁ ଆଗକୁ ପାଦ ବଢ଼ାଇ ଚାଲିଛନ୍ତି। ୟୁଟ୍ୟୁବ୍‌ ମାଧ୍ୟମରେ ବୋଲୁଥିବା ସଂଗୀତର ପ୍ରଚାର ପ୍ରସାର କରି ସାଉଣ୍ଟିଛନ୍ତି ଅନେକ ପ୍ରଶଂସା। ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ସବୁଠୁ ଆଗରେ। ଭଦ୍ରକ ନିକଟସ୍ଥ ଅର୍ଣ୍ଣପାଳ କଲେଜରେ ଯୁକ୍ତ ୨ କଳାରେ ଅଧ୍ୟୟନ କରୁଥିତ୍ବା ଶୁଭ୍ରସ୍ମିତା ଗୀତ ସାଙ୍ଗକୁ ଅଭିନୟ କଳାର ଯାଦୁରେ ସଭିଙ୍କ ମନ କିଣିନିଅନ୍ତି। ଏଭଳି ଜଣେ ଅନନ୍ୟ ପ୍ରତିଭା ନିଜର ଆଗାମୀ ଲକ୍ଷ୍ୟ, ସ୍ବପ୍ନ ଓ ଅଭିଳାଷ ସମ୍ପର୍କରେ କହିବସନ୍ତି ତାଙ୍କ ସାଧନା ଓ ଚଲାପଥର କାହାଣୀ।
ପିଲାଟିଦିନୁ ସଙ୍ଗୀତ ପ୍ରତି ଥିବା ରୁଚି ଶିକ୍ଷାର୍ଥୀ ଜୀବନରେ ତାଙ୍କୁ ବାଟ କଢ଼ାଇ ନେଇଛି। ୨୦୧୨ରେ ପ୍ରଥମେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପ୍ରଥମ ଗୁରୁ ଥିଲେ ରୋହିତ କୁମାର ସାହୁ। ପରେ ପଦ୍ମଲୋଚନ ଦାସଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ବିଭିନ୍ନ ଭାଷାରେ ଗୀତ ଗାଇବାର ଦକ୍ଷତା ହାସଲ କରି ୨୦୧୪ରେ ଦିଲ୍ଲୀରେ ଭେଷ୍ଟିଜ୍‌ ଆଇଡଲ୍‌ ଲାଗି ଅଡିଶନ୍‌ ଦେଇ ସିଲେକ୍ସନ ହୋଇଥିଲେ। ଏଥିରେ ପ୍ରାୟ ୯ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ଥିଲା ତାଙ୍କ ସଫଳତାର ପ୍ରଥମ ପାହାଚ। ପର୍ଯ୍ୟାୟକ୍ରମେ ବିଭିନ୍ନ ମଞ୍ଚରେ ‘ଜବ୍‌ କୋଇ ବାତ୍‌ ବିଗଡ୍‌ ଯାଏ’ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ। ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଅଡିଶନ୍‌ର ଫାଇନାଲ ରାଉଣ୍ଡରେ ଗୀତ ଗାଇ ଟପ୍‌ ଟେନ୍‌ (ଓଡ଼ିଶା) ପ୍ରଥମ ସିଙ୍ଗର ତାଲିକାରେ ସ୍ଥାନ ପାଇଥିଲେ। ମୁମ୍ବାଇରୁ ଆସିଥିବା ବିଚାରପତି ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଏହମ୍ମଦ୍‌ ସାନ୍‌ଙ୍କଠାରୁ ସେ ପ୍ରଶଂସାପତ୍ର ଓ ସାର୍ଟିଫିକେଟ ପାଇଥିଲେ।
ଶୁଭ୍ରସ୍ମିତା କହନ୍ତି, ପାଠ ପଢ଼ିବା ଲାଗି ପ୍ରାଥମିକତା ଦେଉଥିବାରୁ ଗୀତ ଗାଇବା ପାଇଁ ଅଧିକ ସମୟ ଦେଇପାରି ନ ଥିଲେ। ଏଣୁ ନିଜେ ଗୀତ ଗାଇ ଏହାକୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିବା ଆରମ୍ଭ କରିଥିଲେ। ଏଥିଲାଗି ସାଙ୍ଗମାନଙ୍କଠାରୁ ସେ ଅନେକ ପ୍ରଶଂସା ପାଇଥିଲେ। ପର୍ଯ୍ୟାୟକ୍ରମେ ମୁମ୍ବାଇର ଏକ ମ୍ୟୁଜିକ୍‌ ଅନୁଷ୍ଠାନ ଫୋନ୍‌ କଲ୍‌ କରି ଭଏସ୍‌ ଟେଷ୍ଟ ନେଇଥିଲା। ୪ଟି ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ସିଲେକ୍ଟ ହୋଇଥିଲେ। ପ୍ରଥମ ଗୀତ ଥିଲା ‘ଜବ୍‌ କୋଇ ବାତ୍‌ ବିଗଡ୍‌ ଯାଏ’। ଏହି ଗୀତ ତାଙ୍କୁ ଭଦ୍ରକରୁ ମୁମ୍ବାଇରେ ପହଞ୍ଚାଇ ଦେଇଥିଲା। ଏତଦ୍‌ ବ୍ୟତୀତ ଅନେକ ହିନ୍ଦୀ ରିୟଲିଟି ଷ୍ଟାର୍‌ପ୍ଲସ୍‌ ଦିଲ୍‌ ହେ ହିନ୍ଦୁସ୍ଥାନୀ, ଜିଟିଭି ସାରେଗାମାପା ଲିଟିଲ୍‌ ଚାମ୍ପ, ସୋନି ଟିଭି ଇଣ୍ଡିଆନ ଆଇଡଲ୍‌, କଲର୍ସ ରାଇଜିଙ୍ଗ୍‌ ଷ୍ଟାର ଏବଂ ଇଣ୍ଡିଆଜ୍‌ ଗଟ୍‌ ଚ୍ୟାନେଲରେ କଲିକତାରେ ଅଂଶଗ୍ରହଣ କରି ଟପ୍‌ ଫାଇଭ୍‌ରେ ରହିଥିଲେ।
ଶୁଭ୍ରସ୍ମିତାଙ୍କ ବାପା ଜୟନ୍ତ କୁମାର ରାଉତ ଓ ମା’ ପ୍ରଭାତୀ ରାଉତ। ସେମାନେ ଗୀତ ଗାଇବା ଦିଗରେ ତାଙ୍କୁ ଉତ୍ସାହିତ କରନ୍ତି। କେବଳ ଜଣେ ଗାୟିକା ନୁହେଁ, ଜଣେ ଭଲ ଗୀତିକାର ହେବା ଲାଗି ତାଙ୍କ ମା’ ସବୁବେଳେ ତାଙ୍କୁ ଉତ୍ସାହିତ କରିଆସିଛନ୍ତି। ଏଥିଲାଗି ସେ ନିଜ ମା’ଙ୍କୁ ଆଦର୍ଶ ମନେକରନ୍ତି। କଲେଜ ପଢ଼ା ଅବସରରେ ସୁଯୋଗ ମିଳିଲେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଭାଷାର ଗୀତ ଗାଇ ପ୍ରତିଭା ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି ସେ। ଏଥିଲାଗି ଦୈନିକ ଦୁଇଘଣ୍ଟା ବିଭିନ୍ନ ଭାଷାର ଗୀତ ଅଭ୍ୟାସ କରୁଛନ୍ତି। ଅର୍ଥ ସମସ୍ୟା ଥିଲେ ମଧ୍ୟ ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ଲକ୍ଷ୍ୟ ହାସଲ କରିପାରିବେ ବୋଲି ଆଶାବାଦୀ ଅଛନ୍ତି। ବର୍ତ୍ତମାନ ପରୀକ୍ଷା ସମୟ ଆସୁଥିବାରୁ ଷ୍ଟେଜ୍‌ପ୍ରୋଗ୍ରାମ କରିବା କିମ୍ବା ବାହାରକୁ ଯିବାକୁ ଚାହଁୁ ନାହାନ୍ତି। ନିକଟରେ ସ୍ପାନିଶ୍‌, ତୁର୍କୀ, ଇଂଲିଶ୍‌ ଆଦି ଭାଷାର ସମ୍ମିଶ୍ରଣରେ ଏକ ଗୀତ ଗାଇ ୟୁଟ୍ୟୁବ୍‌ରେ ୫ ହଜାରରୁ ଊର୍ଦ୍ଧ୍ୱ ଭ୍ୟୁଅର୍ସଙ୍କ ପସନ୍ଦ ତାଲିକାରେ ଶୀର୍ଷ ସ୍ଥାନ ଛୁଇଁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦ଟି ବିଭିନ୍ନ କିସମର ଗୀତ ବୋଲି ସେଥିରେ ଅଭିନୟ କରିଛନ୍ତି, ଯାହା ରିଲିଜ୍‌ ଅପେକ୍ଷାରେ ରହିଛି। ଶୁଭ୍ରସ୍ମିତାଙ୍କ ଘର ଭଦ୍ରକ ପୌରାଞ୍ଚଳ ଅଧୀନ ମୋଟେଲଛକ ଗବସାହି ଅଞ୍ଚଳରେ। ନିଜ ଅଞ୍ଚଳ ଅପେକ୍ଷା ୟୁଟ୍ୟୁବ୍‌ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ ଆଉ ସୁଖ୍ୟାତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri