ପ୍ରତିବର୍ଷ ଜିଲାରେ ବଢ଼ୁଛି ରୋଗୀ ସଂଖ୍ୟା:ଜିଲାରେ ୪୫୬ ଜଣ ଏଚ୍‌ଆଇଭି ପଜିଟିଭ୍‌

ନୟାଗଡ଼ ଅଫିସ,୧।୧୨-ରବିବାର ପାଳନ କରାଯିବ ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ବାର୍ତ୍ତା ରହିଛି କମ୍ୟୁନିଟିଜ୍‌ ମେକ୍‌ ଦି ଡିଫରେନ୍ସ ଅର୍ଥାତ୍‌ ଗୋଷ୍ଠୀ ହିଁ ପରିବର୍ତ୍ତନର ନିର୍ମାତା । ଲୋକମାନେ ଯେପରି ସଚେତନ ହୋଇ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବେ ସେହି ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ହେଲେ ନୟାଗଡ଼ ଜିଲାରେ ପ୍ରତିବର୍ଷ ଏହି ମାରାତ୍ମକ ରୋଗ ତାର କାୟାବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି। ନୟାଗଡ଼ ଜିଲା ସି’ କ୍ୟାଟେଗୋରିରେ ଥିଲେ ମଧ୍ୟ ଜିଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଜିଲାରେ ୨୦୦୬ରୁ ବର୍ତ୍ତମାନ ସୁଦ୍ଧା ୪୫୬ ଜଣଙ୍କଠାରେ ଏଚ୍‌ଆଇଭି ପଜିଟିଭି ଚିହ୍ନଟ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ପୁରୁଷ ୨୯୦, ମହିଳା ୧୦୩, ଏଏନ୍‌ସି (ମା ପେଟରେ ଥିବା ସମୟରେ) ୪୩, ନାବାଳକ ୯ ଓ ନାବାଳିକା ୧୧ ଜଣଙ୍କଠାରେ ଏହି ଭୂତାଣୁ ପଜିଟିଭ ଚିହ୍ନଟ କରାଯାଇଛି। ବର୍ଷ ଅନୁଯାୟୀ ଦେଖିଲେ ୨୦୦୬ରେ ୧୩ ଜଣ, ୨୦୦୭ରେ ୨୨, ୨୦୦୮ରେ ୨୯, ୨୦୦୯ରେ ୨୨, ୨୦୧୦ରେ ୩୭, ୨୦୧୧ରେ ୩୯, ୨୦୧୨ରେ ୪୩, ୨୦୧୩ରେ ୩୮, ୨୦୧୪ରେ ୩୪ , ୨୦୧୫ରେ ୪୩, ୨୦୧୬ରେ ୨୭, ୨୦୧୭ରେ ୩୮ , ୨୦୧୮ରେ ୩୫ ଓ ୨୦୧୯ ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏହିଭଳି ୪୫୬ ଜଣଙ୍କଠାରେ ଏଚଆଇଭି ଭୂତାଣୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୭୭ ଜଣଙ୍କ ଜୀବନ ଏହି ମାରାତ୍ମକ ରୋଗରେ ଚାଲିଯାଇଛି। ଅନ୍ୟପକ୍ଷେ ମାତ୍ର ୧୬୧ ଜଣ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ ହୋଇଛନ୍ତି, ଲୋକଲଜ୍ଜା ଭୟରେ ଅନ୍ୟମାନେ ଏହି ଭତ୍ତା ପାଇଁ ଆବେଦନ କରୁ ନ ଥିବା ଜଣାପଡ଼ିଛି।
ଯେ, ଜିଲାର ୭ଟି ଚିକିତ୍ସାଳୟରେ ଆଇସିଟିସି, ୩ଟି କେନ୍ଦ୍ରରେ ଏଫଆଇସିଟିସି, ଜିଲା ମୁଖ୍ୟ ଚିକିତ୍ସାଳୟରେ ଏସ୍‌ଟିଡ଼ି କ୍ଲିନିକ୍‌ ଖୋଲାଯାଇଛି। ୨୦୧୫ ମସିହାରେ ଖୋଲାଯାଇଥିବା ଏଆରଟି କେନ୍ଦ୍ରରେ ଜିଲାର ବର୍ତ୍ତମାନ ୨୮୭ ଜଣ ମେଡିସିନ୍‌ ନେଇ ଖାଉଛନ୍ତି। ଅନ୍ୟମାନେ ଲୋକଲଜ୍ଜା ଭୟରେ ଭୁବନେଶ୍ୱର କେନ୍ଦ୍ରରୁ ଆଣି ଖାଉଥିବା ଜଣାପଡ଼ିଛି। କହିବାକୁ ଗଲେ ଛୁଆଁ ଅଛୁଆଁ ଭେଦଭାବ, ବାଛବିଚାର ଓ ଗ୍ରାମରେ ସାମାଜିକ ପ୍ରତିବନ୍ଧକ ସାଜିଛି ମୁଖ୍ୟ ସମସ୍ୟା। ଏହି ଭୟରେ କିଛି ଲୋକ ମଧ୍ୟ ଜିଲାରେ ଚିକିତ୍ସା କରାଉନାହାନ୍ତି। ସେମାନେ ଭୁବନେଶ୍ୱରରେ ଯାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ସଚେତନତା କରାଯାଉଥିଲେ ମଧ୍ୟ ଜିଲାରେ ଏହି ରୋଗର ପ୍ରାଦୁର୍ଭାବ ବଢ଼ିବା ଓ ସାମାଜିକ ପ୍ରତିବନ୍ଧକ ହଟାଇ ଦିଆଯାଇ ପାରୁନାହିଁ। ଏଡ୍‌ସ ରୋଗ ବ୍ୟାପିବା ପାଇଁ ୪ଟି କାରଣ ଥିଲେ ମଧ୍ୟ ଆମେ କେବଳ ଅସୁରକ୍ଷିତ ଯୌନସମ୍ପର୍କ ଦ୍ୱାରା ଏହି ରୋଗ ହେଉଥିବା ଭାବି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖରାପ ନଜରରେ ଦେଖିଆସୁଛୁ। ଯାହାଦ୍ୱାରା ରୋଗୀ ମନରେ ହତାଶାଭାବ ଦେଖାଦେଉଛି। ତେଣୁ ରୋଗୀ ନୁହେଁ, ରୋଗକୁ ଘୃଣା କରିବା ଦରକାର ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ଏ ମାରାତ୍ମକ ରୋଗ ବିଷୟରେ ସଚେତନତା କରାଯାଉଥିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri