ପ୍ରତିବର୍ଷ ଜିଲାରେ ବଢ଼ୁଛି ରୋଗୀ ସଂଖ୍ୟା:ଜିଲାରେ ୪୫୬ ଜଣ ଏଚ୍‌ଆଇଭି ପଜିଟିଭ୍‌

ନୟାଗଡ଼ ଅଫିସ,୧।୧୨-ରବିବାର ପାଳନ କରାଯିବ ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ବାର୍ତ୍ତା ରହିଛି କମ୍ୟୁନିଟିଜ୍‌ ମେକ୍‌ ଦି ଡିଫରେନ୍ସ ଅର୍ଥାତ୍‌ ଗୋଷ୍ଠୀ ହିଁ ପରିବର୍ତ୍ତନର ନିର୍ମାତା । ଲୋକମାନେ ଯେପରି ସଚେତନ ହୋଇ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବେ ସେହି ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ହେଲେ ନୟାଗଡ଼ ଜିଲାରେ ପ୍ରତିବର୍ଷ ଏହି ମାରାତ୍ମକ ରୋଗ ତାର କାୟାବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି। ନୟାଗଡ଼ ଜିଲା ସି’ କ୍ୟାଟେଗୋରିରେ ଥିଲେ ମଧ୍ୟ ଜିଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଜିଲାରେ ୨୦୦୬ରୁ ବର୍ତ୍ତମାନ ସୁଦ୍ଧା ୪୫୬ ଜଣଙ୍କଠାରେ ଏଚ୍‌ଆଇଭି ପଜିଟିଭି ଚିହ୍ନଟ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ପୁରୁଷ ୨୯୦, ମହିଳା ୧୦୩, ଏଏନ୍‌ସି (ମା ପେଟରେ ଥିବା ସମୟରେ) ୪୩, ନାବାଳକ ୯ ଓ ନାବାଳିକା ୧୧ ଜଣଙ୍କଠାରେ ଏହି ଭୂତାଣୁ ପଜିଟିଭ ଚିହ୍ନଟ କରାଯାଇଛି। ବର୍ଷ ଅନୁଯାୟୀ ଦେଖିଲେ ୨୦୦୬ରେ ୧୩ ଜଣ, ୨୦୦୭ରେ ୨୨, ୨୦୦୮ରେ ୨୯, ୨୦୦୯ରେ ୨୨, ୨୦୧୦ରେ ୩୭, ୨୦୧୧ରେ ୩୯, ୨୦୧୨ରେ ୪୩, ୨୦୧୩ରେ ୩୮, ୨୦୧୪ରେ ୩୪ , ୨୦୧୫ରେ ୪୩, ୨୦୧୬ରେ ୨୭, ୨୦୧୭ରେ ୩୮ , ୨୦୧୮ରେ ୩୫ ଓ ୨୦୧୯ ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏହିଭଳି ୪୫୬ ଜଣଙ୍କଠାରେ ଏଚଆଇଭି ଭୂତାଣୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୭୭ ଜଣଙ୍କ ଜୀବନ ଏହି ମାରାତ୍ମକ ରୋଗରେ ଚାଲିଯାଇଛି। ଅନ୍ୟପକ୍ଷେ ମାତ୍ର ୧୬୧ ଜଣ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ ହୋଇଛନ୍ତି, ଲୋକଲଜ୍ଜା ଭୟରେ ଅନ୍ୟମାନେ ଏହି ଭତ୍ତା ପାଇଁ ଆବେଦନ କରୁ ନ ଥିବା ଜଣାପଡ଼ିଛି।
ଯେ, ଜିଲାର ୭ଟି ଚିକିତ୍ସାଳୟରେ ଆଇସିଟିସି, ୩ଟି କେନ୍ଦ୍ରରେ ଏଫଆଇସିଟିସି, ଜିଲା ମୁଖ୍ୟ ଚିକିତ୍ସାଳୟରେ ଏସ୍‌ଟିଡ଼ି କ୍ଲିନିକ୍‌ ଖୋଲାଯାଇଛି। ୨୦୧୫ ମସିହାରେ ଖୋଲାଯାଇଥିବା ଏଆରଟି କେନ୍ଦ୍ରରେ ଜିଲାର ବର୍ତ୍ତମାନ ୨୮୭ ଜଣ ମେଡିସିନ୍‌ ନେଇ ଖାଉଛନ୍ତି। ଅନ୍ୟମାନେ ଲୋକଲଜ୍ଜା ଭୟରେ ଭୁବନେଶ୍ୱର କେନ୍ଦ୍ରରୁ ଆଣି ଖାଉଥିବା ଜଣାପଡ଼ିଛି। କହିବାକୁ ଗଲେ ଛୁଆଁ ଅଛୁଆଁ ଭେଦଭାବ, ବାଛବିଚାର ଓ ଗ୍ରାମରେ ସାମାଜିକ ପ୍ରତିବନ୍ଧକ ସାଜିଛି ମୁଖ୍ୟ ସମସ୍ୟା। ଏହି ଭୟରେ କିଛି ଲୋକ ମଧ୍ୟ ଜିଲାରେ ଚିକିତ୍ସା କରାଉନାହାନ୍ତି। ସେମାନେ ଭୁବନେଶ୍ୱରରେ ଯାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ସଚେତନତା କରାଯାଉଥିଲେ ମଧ୍ୟ ଜିଲାରେ ଏହି ରୋଗର ପ୍ରାଦୁର୍ଭାବ ବଢ଼ିବା ଓ ସାମାଜିକ ପ୍ରତିବନ୍ଧକ ହଟାଇ ଦିଆଯାଇ ପାରୁନାହିଁ। ଏଡ୍‌ସ ରୋଗ ବ୍ୟାପିବା ପାଇଁ ୪ଟି କାରଣ ଥିଲେ ମଧ୍ୟ ଆମେ କେବଳ ଅସୁରକ୍ଷିତ ଯୌନସମ୍ପର୍କ ଦ୍ୱାରା ଏହି ରୋଗ ହେଉଥିବା ଭାବି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖରାପ ନଜରରେ ଦେଖିଆସୁଛୁ। ଯାହାଦ୍ୱାରା ରୋଗୀ ମନରେ ହତାଶାଭାବ ଦେଖାଦେଉଛି। ତେଣୁ ରୋଗୀ ନୁହେଁ, ରୋଗକୁ ଘୃଣା କରିବା ଦରକାର ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ଏ ମାରାତ୍ମକ ରୋଗ ବିଷୟରେ ସଚେତନତା କରାଯାଉଥିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri