ପୋଲିସ ଭ୍ୟାନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ ଘଟଣା: ପଦାରେ ପଡ଼ିଲା ଜିଆର୍‌ପିର ଅପାରଗତା

ଝାରସୁଗୁଡା ଅଫିସ,୨୫ା୫- ଝାରସୁଗୁଡା ଜିଲା ପୋଲିସର ଏକ ପିସିଆର ଭ୍ୟାନରେ ରବିବାର ଜଣେ ପ୍ରବାସୀ ମହିଳା ଏକ ଶିଶୁକନ୍ୟା ପ୍ରସବ କରିବା ଘଟଣାରେ ଜିଆର୍‌ପିର ଅପାରଗତା ପଦାରେ ପଡ଼ିଛି। ଜିଆର୍‌ପି ପକ୍ଷରୁ କେବଳ ଏକ ଆମ୍ବୁଲାନ୍ସ ଡକାଇ ଥାନା ଅଧିକାରୀ ଚୁପ୍‌ହୋଇ ବସି ପଡିଥିଲେ। ପୋଲିସ ଭ୍ୟାନ୍‌ରେ ପ୍ରସୂତିଙ୍କୁ ମେଡିକାଲ ନେଲାବେଳେ ଜିଆର୍‌ପିର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯାଇ ନ ଥିଲେ। ସୋମବାର ସୁଦ୍ଧା ମଧ୍ୟ ଜିଆର୍‌ପିର କୌଣସି ଅଧିକାରୀ କିମ୍ବା କର୍ମଚାରୀ ମା, ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଯାଇନାହାନ୍ତି। ଜଣେ ପ୍ରବାସୀ ପ୍ରସୂତିଙ୍କ ଚିକିତ୍ସା କ୍ଷେତ୍ରରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଜିଆର୍‌ପିର ଦାୟିତ୍ୱହୀନତାକୁ ସୂଚାଇଛି।
ବିହାର କାଇମୁର ଜିଲା ଦୁର୍ଗାବତୀ ଥାନା ଅଧୀନ କୃପାଳପୁର ଅଞ୍ଚଳର ରାକେଶ କୁମାର ତାଙ୍କ ସ୍ତ୍ରୀ ପାୟଲ ଓ ୩ ବର୍ଷର ଝିଅ ସହ ସରକାରଙ୍କ ଦ୍ୱାରା ଚଲାଯାଇଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ରବିବାର ସିକନ୍ଦରାବାଦରୁ ଘରକୁ ଫେରୁଥିଲେ। ସିକନ୍ଦରାବାଦ-ବିହାର(ଟ୍ରେନ୍‌ ନଂ.୦୭୦୮୫)ର ଏକ ସାଧାରଣ ବଗିରେ ସେମାନେ ବସିଥିଲେ। ଦିନ ପ୍ରାୟ ୨ଟା ବେଳକୁ ପାୟଲଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏ ନେଇ ରାକେଶ ରେଳ କର୍ମଚାରୀଙ୍କୁ ଜଣାଇଥିଲେ। ଆଗକୁ ଝାରସୁଗୁଡା ରେଳ ଷ୍ଟେଶନ ପଡୁଥିବାରୁ ରେଳ କର୍ମଚାରୀ ଝାରସୁଗୁଡା ରେଳ ଷ୍ଟେଶନକୁ ସୂଚନା ଦେଇଥିଲେ। ଏହି ଖବର ପାଇଲା ପରେ ଷ୍ଟେଶନ ପକ୍ଷରୁ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଜିଆର୍‌ପିକୁ ଅବଗତ କରାଯାଇଥିଲା। ତେବେ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପାଇଁ ଜଣେ ରେଳ କର୍ମଚାରୀଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା ବେଳେ ଏହି ଘଟଣା ସମ୍ପର୍କରେ ଜାଣିଥିଲେ ଝାରସୁଗୁଡା ଥାନା ଅଧିକାରୀ ସାବିତ୍ରୀ ବଳ। ଏଣୁ ସେ ତୁରନ୍ତ ପିସିଆର ଭ୍ୟାନ୍‌ ଧରି ଷ୍ଟେଶନରେ ପହଞ୍ଚତ୍ଥିଲେ। ହେଲେ ଆମ୍ବୁଲାନ୍ସ ନ ଆସିବାରୁ ସେ ଆସିଥିବା ପିସିଆର ଭ୍ୟାନ୍‌ରେ ପାୟଲଙ୍କୁ ଧରି ହସ୍ପିଟାଲ ବାହାରିଥିଲେ। ଷ୍ଟେଶନଠାରୁ ଅଳ୍ପ ବାଟ ଯାଇଛି ମହିଳା ଜଣକ ଭ୍ୟାନ୍‌ରେ ହିଁ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ଭ୍ୟାନ୍‌ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ଉଭୟ ମା’ ଓ ଶିଶୁକନ୍ୟା ଏବେ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଏ ନେଇ ଜିଆର୍‌ପି ଥାନା ଅଧିକାରୀ ବିନୟ ମିଞ୍ଜଙ୍କୁ ପଚାରିବାରୁ ତାଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ହେଲେ ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ପହଞ୍ଚିବାରୁ ପୋଲିସ ଭ୍ୟାନ୍‌ରେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ଏହି ସମୟରେ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଅନ୍ୟପକ୍ଷେ ଝାରସୁଗୁଡା ଜିଆର୍‌ପିରେ କର୍ମଚାରୀ ମଧ୍ୟ କମ୍‌ ଅଛନ୍ତି ବୋଲି କହି ଖସିଯିବାକୁ ଚେଷ୍ଟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଆଗକୁ କଡ଼ା ଟକ୍କର: ମଜଭୁତ ହେଉଛି ଭାଜପା ସଙ୍ଗଠନ

ଝାରସୁଗୁଡ଼ା,୧୫ା୪ (ସଞ୍ଜୟ ମାଲି): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରବିବାର ଅନ୍ୟ ଦଳର ବହୁ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ...

ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ କର୍ମୀଙ୍କ ବିରୋଧ

ବ୍ରଜରାଜନଗର,୧୨ା୪(ବିଜୟ ବରାଡ଼): ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ଓ ୧୯ଖଣ୍ଡ ମୌଜାର ଭାଜପା ସମର୍ଥକମାନେ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି।...

ବାହାରିଆ ପ୍ରାର୍ଥୀ କହି ହେଉଛି ବିରୋଧ

ବ୍ରଜରାଜନଗର,୭ା୪(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସକାଶେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ତିନି ଦଳର କର୍ମୀଙ୍କୁ...

ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ

ବ୍ରଜରାଜନଗର,୫ା୪(ବିଜୟ ବରାଡ଼)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ମଧୁପୁର ଜଙ୍ଗଲରୁ ଗୁରୁବାର ରାତିରେ ପୋଲିସ ଏକ ଆନ୍ତଃ ଜିଲା ଜୁଆଡ଼ି...

ଜାଣନ୍ତୁ ଦୀପାଳିଙ୍କୁ ପୁଣି ଟିକେଟ୍‌ ଦେବାର କାରଣ

ଝାରସୁଗୁଡ଼ା,୪ା୪(ସଞ୍ଜୟ ମାଲି): ବିଜୁ ଜନତା ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ବୁଧବାର ଘୋଷଣା କରିଛି।...

ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍‌‌ଜେଟ୍‌‌

ଭୁବନେଶ୍ୱର,୩୧।୩: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍‌‌ଜେଟ୍‌‌ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା...

ଝାରସୁଗୁଡ଼ା: ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୪ ମୃତ

ଝାରସୁଗୁଡ଼ା,୧୧।୨: ରବିବାର ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଟ୍ରକ ଧକ୍କା ଦେବା ଫଳରେ ୪ ଜଣ ମୃତ୍ୟୁ ବରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri