ପୋଲିସ ଗୁଳି ଫେଲ୍‌

ଗଞ୍ଜାମ ଜିଲାରେ ଅପରାଧ କମୁନି। ବ୍ରହ୍ମପୁର ଏବଂ ଗଞ୍ଜାମ ଦୁଇଟି ପୋଲିସ ଜିଲାରେ ଦୁଇଜଣ ଏସ୍‌ପି ଏବଂ ମାଳମାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରାଟ ଟିମ୍‌ ଥିବା ସତ୍ତ୍ୱେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। କମ୍‌ ବୟସର ଯୁବକମାନେ ଅପରାଧ ଦୁନିଆରେ ପାଦ ଦେଇ ପୋଲିସର ଅପାରଗତାର ସୁଯୋଗ ନେଇ, ଅଳ୍ପଦିନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ସଫଳ ହେଉଛନ୍ତି। ଅପରାଧୀଙ୍କୁ କାବୁ କରିବା ପାଇଁ ମଝିରେ ମଝିରେ ଉଭୟ ଜିଲା ପୋଲିସ ପକ୍ଷରୁ ଏନ୍‌କାଉଣ୍ଟର୍‌ କରାଯାଉଛି। ପ୍ରଥମେ ପ୍ରଥମେ ଏହି ଏନ୍‌କାଉଣ୍ଟରର ସଫଳତା ମିଳୁଥିଲା। ପୋଲିସ ଗୁଳି ପରେ ଅପରାଧୀମାନେ ନୀରବି ଯାଉଥିଲେ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବାରେ ପୋଲିସ ଗୁଳି ବି କାମ କରୁନି, ଫେଲ୍‌ ହୋଇଯାଇଛି। କାରଣ ଏନ୍‌କାଉଣ୍ଟର ପରେ ମଧ୍ୟ କେତେକ ପେସାଦାର ଅପରାଧୀ ପୁଣିଥରେ ଆପରାଧିକ କାଣ୍ଡ ଭିଆଉଛନ୍ତି।
ଟିକେ ପଛକୁ ଦୃଷ୍ଟିଦେଲେ ଜଣାଯାଏ, ଗଞ୍ଜାମ ଜିଲାକୁ ଅପରାଧୀଙ୍କ କବଳରୁ ମୁକୁଳାଇବା ପାଇଁ ୨୦୧୫ରେ ‘କ୍ରିମିନାଲ୍‌ କ୍ଲିନ୍‌’ ଆରମ୍ଭ ହୋଇଥିଲା। ଗଞ୍ଜାମ ଏବଂ ବ୍ରହ୍ମପୁର ଜିଲା ପୋଲିସ ପ୍ରାୟ ୩ଶହ ଦୁର୍ଦ୍ଦାନ୍ତ ଅପରାଧୀଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା। ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ କାବୁ କରିବା ପାଇଁ ବଛାବଛା ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ବହୁ ହାର୍ଡକୋର୍‌ ଅପରାଧୀଙ୍କୁ ଧରାଗଲା। ଯେଉଁମାନେ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କଲେ, ସେମାନଙ୍କୁ ଏନ୍‌କାଉଣ୍ଟର କରାଗଲା। ୨୦୧୫ ଏପ୍ରିଲ ୪ ତାରିଖରେ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଅକ୍ଷୟ ନାୟକଙ୍କୁ ଏନ୍‌କାଉଣ୍ଟର କରିବା ଥିଲା ଜିଲାରେ ପ୍ରଥମ। ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲାରେ କେବଳ ୨୦୧୫ରେ ୩, ୨୦୧୬ରେ ୧୪, ୨୦୧୭ରେ ୧୭ ଏବଂ ୨୦୧୮ରେ ୧୭ଟି ଏନ୍‌କାଉଣ୍ଟର ହୋଇଛି। ୨୦୧୯ରେ ଏବେ ସୁଦ୍ଧା ୪ଟି ଏନ୍‌କାଉଣ୍ଟର ହେଲାଣି। ଏଥିରେ ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇଜଣ ଅପରାଧୀ ବୁଲୁ ଓରଫ ଗଣେଶ ନାୟକ ଏବଂ ହୃଷୀକେଶ ପାତ୍ରଙ୍କୁ ମେ’ ୩୧ତାରିଖରେ ଏନ୍‌କାଉଣ୍ଟର ହୋଇଥିଲା।
ଉଭୟ ପୋଲିସ ଜିଲାରେ ପ୍ରାୟ ୬୦ ଏନ୍‌କାଉଣ୍ଟର ହୋଇ ସାରିଲାଣି। ପୋଲିସ ଗୁଳିରେ ୩ଜଣ ଅପରାଧୀଙ୍କର ମୃତ୍ୟୁ ମଧ୍ୟ ହୋଇଛି। ତଥାପି ଗଞ୍ଜାମ ଜିଲାରେ ଅପରାଧ କମୁନି। ଦାଦାବଟି, ଡକାୟତି ଏବଂ ଚୋରି ବଢ଼ିଚାଲିଛି। ଗ୍ୟାଙ୍ଗ୍‌ୱର୍‌ ଥମୁନି। ପୋଲିସ ଏନ୍‌କାଉଣ୍ଟରକୁ ମଧ୍ୟ ଅପରାଧୀମାନେ ଆଉ ଭୟ କରୁନାହାନ୍ତି। ଗଣେଶ, ଚକା, ଚେରୁ ନାମକ ୩ ଜଣ ପେସାଦାର ଅପରାଧୀଙ୍କୁ ବିଭିନ୍ନ ସମୟରେ ପୋଲିସ ଏନ୍‌କାଉଣ୍ଟର କରିଛି। ହେଲେ ପରବର୍ତ୍ତୀ ସମୟରେ ସେମାନେ ଜେଲ୍‌ରୁ ମୁକୁଳି ପୁଣି ଆପରାଧିକ ସାମ୍ରାଜ୍ୟ ଚଳାଇଥିଲେ। ଏପରିକି ଗଣେଶଙ୍କୁ ଦୁଇଥର ଏନ୍‌କାଉଣ୍ଟର କରାଯାଇଛି। କେବଳ ଏହି ୩ ଜଣ ନୁହନ୍ତି, ପୋଲିସର ଏନ୍‌କାଉଣ୍ଟର ତାଲିକାରେ ଏମିତି ଅନେକ ଅପରାଧୀଙ୍କ ନାମ ରହିଛି, ଯେଉଁମାନେ ଜେଲ୍‌ରୁ ମୁକୁଳିବା ପରେ ନିଜ ଗ୍ୟାଙ୍ଗ୍‌କୁ ସକ୍ରିୟ କରି ପୂର୍ବବତ୍‌ ଅପରାଧ ଘଟାଉଛନ୍ତି। ଅନ୍ୟପଟେ ପୋଲିସ ଯେଉଁ ଅପରାଧୀଙ୍କୁ ଗିରଫ କରୁଛି, ସେମାନଙ୍କ ଟ୍ରାକ୍‌ ରଖୁନି। କେଉଁ ଅପରାଧୀ, କେଉଁ ଦିନ ଜାମିନରେ ମୁକୁଳୁଛନ୍ତି, ସେନେଇ ପୋଲିସ ସୂଚନା ରଖୁନି। ଫଳରେ ପୋଲିସ ଅଜାଣତରେ ଅପରାଧୀମାନେ ଜେଲ୍‌ରୁ ମୁକୁଳି ଆପରାଧିକ କାର୍ଯ୍ୟକଳାପରେ ସକ୍ରିୟ ରହି ପୋଲିସ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri