ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରଣପୁର,୧୯ା୪(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗୀ ପଞ୍ଚାୟତସ୍ଥ ରାଇପଡା ଛକରେ ବୁଧବାର ସନ୍ଧ୍ୟାରେ ଏକ ପୋଲିସ ବୋଲେରୋ ଗାଡି ଧକ୍କାରେ ସେହି ଗ୍ରାମର ବାଇକ୍‌ ଆରୋହୀ ସୁନୀଲ ଚମ୍ପତ୍ତି (୨୨) ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇ ପୋଲିସ ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଗ୍ରାମବାସୀ ସନ୍ଧ୍ୟା ୭ ଟାରେ ରଣପୁର-ଚାନ୍ଦପୁର ରାସ୍ତା ରାଇପଡ଼ା ଛକଠାରେ ନିଆଁ ଜାଳି ରାସ୍ତାରୋକୋ କରିଥିଲେ।  ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଲୋକ ଉତ୍ତେଜିତ ହୋଇ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ।  ଫଳରେ ଯାତାୟାତ ପାଇଁ ସାଧାରଣଲୋକେ ହଇରାଣ ହୋଇଥିଲେ। ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦିନସାରା ଉତ୍ତେଜନା ଲାଗି ରହିଥିଲା । ତେବେ ଗୁୁରୁବାର ଅପରାହ୍ନ ୨ଟାରେ ରଣପୁର ଥାନାରୁ ଅବସର ଗ୍ରହଣ କରିଥିବା ଥାନା ଅଧିକାରୀ ଗିରିଜା ଶଙ୍କର ରଥ ଏବଂ ସମାଜସେବୀ ତାରା ଆଚାର୍ଯ୍ୟ ଭୁବନେଶ୍ୱରରୁ ଆସୁଥିବାବେଳେ ରାସ୍ତାରୋକୋ ଯୋଗୁ ଆଗକୁ ଯାଇପାରି ନ ଥିଲେ। ଉକ୍ତ ଘଟଣା ନେଇ ରଥ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହିତ ଫୋନରେ କଥାବାର୍ତ୍ତା ହେବା ସହ ଲୋକଙ୍କୁ ବୁଝାଶୁଝା କରିଥିଲେ। ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ କ୍ଷତିପୂରଣ ସହିତ ପୋଲିସ ଗାଡି ଡ୍ରାଇଭର ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଦୀର୍ଘ ୧୯ ଘଣ୍ଟା ପରେ ଅର୍ଥାତ୍‌ ଅପରାହ୍ନ ୨ ଟା ପରେ ରାସ୍ତାରୋକୋ ହଟି ରଣପୁର ଚାନ୍ଦପୁର ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା। ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ଶରଣକୂଳ ଏସ୍‌ଡିପିଓଙ୍କ ବୋଲେରୋ ଗାଡି ରଣପୁର ଅଭିମୁଖେ ଆସୁଥିବାବେଳେ ରାଇପଡା ଛକରେ ଏକ ହିରୋହୋଣ୍ଡା ଗାଡିକୁ ଧକ୍କା ଦେଇ ସେଠାରୁ ପଳାଇଥିଲା । ପଛରେ ଆସୁଥିବା ଏକ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ଯୁବକ ସୁନୀଲଙ୍କୁ ଉଦ୍ଧାର କରି ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ  ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?