Posted inଫୁରସତ

ପେପର ଫ୍ୟାଶନ ଶୋ’

ପ୍ରତିଦିନ ଫ୍ୟାଶନ ଜଗତରେ ନୂଆ ନୂଆ ତଥା ଭିନ୍ନ ଧରଣର ଡିଜାଇନ୍‌ମାନ ଦେଖିବାକୁ ମିଳୁଛି। ଏହାକୁ ପ୍ରଦର୍ଶନ କରିବା ଲାଗି ବିଭିନ୍ନ ପ୍ରକାର ଫ୍ୟାଶନ ଶୋ’ର ମଧ୍ୟ ଆୟୋଜନ କରାଯାଇଥାଏ। ସେହିପରି ପ୍ରତିବର୍ଷ ଏକ ନିଆରା ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥାଏ ନ୍ୟୁୟର୍କଠାରେ। ‘ଓ୍ବାନ କ୍ଲବ୍‌ ଫର୍‌ କ୍ରିଏଟିଭିଟି ଡେନ୍‌ଭର’ ତରଫରୁ ଆୟୋଜିତ କରାଯାଉଥିବା ଏହି ଫ୍ୟାଶନ ଶୋ’ ରେ ପ୍ରଦର୍ଶିତ ହେଉଥିବା ସମସ୍ତ ପୋଷାକ ପ୍ରସ୍ତୁତ ହୋଇଥାଏ କେବଳ ପେପରରେ। ପେପର ମିଲ ଦ୍ୱାରା ଯୋଗାଇଦିଆଯାଉଥିବା ପେପର ସିଟ୍‌ରେ ଡିଜାଇନରମାନେ ନିଜ ମନପସନ୍ଦର ପୋଷାକ ପ୍ରସ୍ତୁତ କରିଥାନ୍ତି। ନିଜର ସୃଜନଶୀଳତାକୁ ଉପଯୋଗ କରିବାକୁ ଯାଇ ଫ୍ୟାଶନ ଡିଜାଇନରମାନେ ପେପର ସିଟ୍‌କୁ ବିଭିନ୍ନ ପ୍ରଣାଳୀରେ ପ୍ରିଣ୍ଟ, ଡାଏ, ପେଷ୍ଟିଂ, ଷ୍ଟିଚିଙ୍ଗ, ପେଣ୍ଟିଙ୍ଗ କରି ସୁନ୍ଦର ସୁନ୍ଦର ପୋଷାକମାନ ପ୍ରସ୍ତୁତ କରିଥାନ୍ତି। ଏହାକୁ ପରିଧାନ କରି ମଡେଲମାନେ ଯେତେବେଳେ ରନ୍‌ଓ୍ବେରେ ଚାଲନ୍ତି ସେତେବେଳେ ଏହିସବୁ ପୋଷାକ କପଡ଼ାରେ ପସ୍ତୁତ ହୋଇଥିବାର ଭ୍ରମ ସୃଷ୍ଟି କରେ। ପେପର ଫ୍ୟାଶନ ଶୋ’ର ଆଉ ଏକ ବିଶେଷତ୍ୱ ହେଉଛି, ଶୋ’ର ବିଜେତାମାନଙ୍କୁ ପେପରରେ ପ୍ରସ୍ତୁତ ଟ୍ରଫି ହିଁ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri