ପୁଣି କ୍ଷମତାକୁ ଫେରିବୁ: ବିଜେଡି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତାମାନଙ୍କ ମନରେ ହାରିବା କିମ୍ବା ଜିତିବା ନେଇ ଛନକା ପଶିଯାଇଛି। କ’ଣ ହେବ ନିଜର ରାଜନୈତିକ ଭାଗ୍ୟ, ଏନେଇ ଛାତି ଧଡ଼ ଧଡ଼। ଜନମତ ସପକ୍ଷରେ ଯିବ ନା ବିପକ୍ଷରେ ଯିବ। ଏମିତି ଅନେକ ପ୍ରଶ୍ନ ପ୍ରାର୍ଥୀମାନଙ୍କ ମନକୁ ଆନ୍ଦୋଳିତ କରୁଛି। ରବିବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ(ବୁଥଫେରନ୍ତା ମତ) ପ୍ରକାଶ ପାଇବା ପରେ ପ୍ରାର୍ଥୀମାନଙ୍କର ରକ୍ତଚାପ ବଢ଼ିଯାଇଛି। କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ଏହି ସର୍ଭେର ଫଳାଫଳ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ଏକଜିଟ ପୋଲ ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେଡି ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବାକୁ ଥିବାବେଳେ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ମଧ୍ୟ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହେବ। ତେବେ ୨୦୧୪ ନିର୍ବାଚନ ତୁଳନାରେ ବିଜେଡି ଉଭୟ ବିଧାନସଭା ଓ ଲୋକ ସଭାର ଅନେକ ଆସନ ହରାଇବ ବୋଲି ଅନୁମାନ କରାଯାଇଛି। ତେବେ ଏହି ଅନୁମାନକୁ ବିଜେଡି ନେତାମାନେ ବିଶ୍ୱାସ କରୁନାହାନ୍ତି।
ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଏକ୍‌ଜିଟ୍‌ ପୋଲ ସର୍ଭେ, ପ୍ରକୃତ ସର୍ଭେ ନୁହେଁ। କିଛି ସାମ୍ପୁଲକୁ ଆଧାର କରି ଫଳାଫଳ ପ୍ରକାଶ କରାଯାଇଛି। ବିଜେଡି ଏଥର ଭଲ ଫଳାଫଳ କରିବ। ବିଧାନସଭାରେ ୧୨୩ ଆସନ ଏବଂ ୧୭ରୁ ୧୮ଟି ଲୋକ ସଭା ଆସନ ହାସଲ କରିବ ବୋଲି ସୂର୍ଯ୍ୟ ଦୃଢୋକ୍ତି କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ପ୍ରଥମ ଥର ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଲା। ପ୍ରଧାନମନ୍ତ୍ରୀ ମୋଦି ୧୦ ଥର, ଅମିତ ଶାହ ୨୦ଥର ଏବଂ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଆସି ପ୍ରଚାର କରିବାରୁ ଲୋକ ସଭା ଆସନରେ କିଛିଟା ପ୍ରଭାବ ପଡ଼ିପାରେ। ଓଡ଼ିଶାରେ ନବୀନ ହାଓ୍ବା ଛଡ଼ା ଅନ୍ୟ କୌଣସି
ପୁଣି କ୍ଷମତାକୁ…
ହାଓ୍ବା କାମ କରିବ ନାହିଁ। ବିଜେଡି ଭଲ କରିବ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଏକ୍‌ଜିଟ ପୋଲ ଠିକ୍‌ ନୁହେଁ। ସେଥିରେ ୫୦ ପ୍ରତିଶତ ମହିଳା, ଦଳିତ, ଆଦିବାସୀ, ବୟସ୍କ ବ୍ୟକ୍ତିଙ୍କ ମତ ପ୍ରାୟତଃ ନିଆଯାଇ ନ ଥାଏ। ଅନେକ ସମୟରେ ଏକଜିଟ୍‌ ପୋଲ ଭୁଲ ପ୍ରମାଣିତ ହୋଇଛି। ବିଜେଡିର ବିଧାନସଭା ଆସନ ୧୦୦ ଟପିବ ଏବଂ ଲୋକ ସଭା ଆସନ ଗତ ନିର୍ବାଚନ ତୁଳନାରେ ୪ରୁ ୫ଟି କମିପାରେ । ଚଳିତ ନିର୍ବାଚନରେ ଭାଜପା ଓ ବିଜେଡି ମଧ୍ୟରେ କଡ୍ଡା ଟକ୍କର ହୋଇଛି। ମୋଦିଙ୍କ ଦେଶପ୍ରେମ ନାଟକର ପ୍ରଭାବ କିଛିଟା ରହିବାରୁ ଲୋକ ସଭାରେ ଭାଜପାକୁ ଏହାର ଫାଇଦା ମିଳିପାରେ ବୋଲି ସେ କହିଛନ୍ତି। ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି, ଏକଜିଟ୍‌ ପୋଲର ସତ୍ୟତା ନାହିଁ। ରାଜ୍ୟରେ ବିଜେଡି ୧୦୫ ଏବଂ ୧୪ଟି ଲୋକ ସଭା ଆସନରେ ବିଜୟୀ ହେବ। ରାଜ୍ୟରେ ଲୋକମାନେ ନବୀନ ବାବୁଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହଁୁଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ କିଛି ପରିମାଣରେ ଲୋକ ସଭା ଭୋଟ ଭାଜପା ସପକ୍ଷରେ ଯାଇ ଥାଇପାରେ। ରାଜ୍ୟରେ ବିଜେଡି ପଞ୍ଚମ ଥର ପାଇଁ ଶାସନକୁ ଫେରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri