ପାହାଡ଼ ଖୋଲରେ ଲୁଚିଥିଲେ ଛତିଶଗଡ ଯୁବକ: ଧରାପଡ଼ି ସଙ୍ଗରୋଧ କେନ୍ଦ୍ରକୁ ଗଲେ

କେନ୍ଦୁଝର,୯ା୪(ସ୍ବ.ପ୍ର.)-ଛତିଶଗଡରୁ ପୁରୀ ଦେଇ କେନ୍ଦୁଝର ଜିଲାକୁ ଆସି ସଦର ବ୍ଲକ ପଳାଶପଙ୍ଗା ନିକଟ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଆମତ୍ଗୋପନ କରିଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛି। ଯୁବକ ଜଣକ ହେଲେ ଛତିଶଗଡ ରାଜ୍ୟର କ୍ଷେମରାଜ ପଟେଲ (୨୪)। ସେ ତାଙ୍କ କେତେକ ସହଯୋଗୀଙ୍କ ସହ ମିଶି ପଳାଶପଙ୍ଗା ନିକଟସ୍ଥ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଗତ କିଛିଦିନ ହେବ ଆମତ୍ଗୋପନ କରିଥିଲେ। ଉକ୍ତ ପାହାଡ଼ ଜନବସତିଠାରୁ ଦୂରରେ ଅବସ୍ଥିତ ଥିବାରୁ ଲକ୍‌ଡାଉନ ଭୟରେ ସେମାନେ ସେଠାରେ ଲୁଚି ରହିଥିବା ଚର୍ଚ୍ଚା ହେଉଛି। ଉକ୍ତ ପାହାଡଖୋଲ ବିପଦପୂର୍ଣ୍ଣ ଥିବାରୁ ସେମାନଙ୍କର ଅବସ୍ଥିତି ଜାଣି ମଧ୍ୟ ସ୍ଥାନୀୟ ଲୋକେ ସେମାନଙ୍କ ପାଖକୁ ଯିବାକୁ ସାହାସ ଜୁଟାଇ ପାରି ନ ଥିଲେ। କରୋନା ପାଇଁ ଲକଡାଉନ ଘୋଷଣା ହୋଇ ବାହାରକୁ ବାହାରିବା ନେଇ କଟକଣା ଲାଗୁ ହୋଇଥିବାରୁ ସ୍ଥାନୀୟ ଲୋକ ସେମାନଙ୍କ ପାଖକୁ ଯାଇ ପାରୁ ନ ଥିଲେ ା ରାତିରେ ଉକ୍ତ ପାହାଡ଼ରୁ ଲାଇଟ ଦେଖାଯିବା ଓ ଦିନରେ ସେମାନେ ପାହାଡ଼ରୁ ତଳକୁ ଯିବା ଆସିବା କରୁଥିବା କେତେକ ଲୋକ ଦେଖି ସନ୍ଦେହ କରିଥିଲେ। ବୁଧବାର ସେମାନଙ୍କ ମଧ୍ୟରୁ କ୍ଷେମରାଜ ଖାଦ୍ୟ ସଂଗ୍ରହ ଲାଗି ପଳାଶପଙ୍ଗା ବଜାରକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପଳାଶପଙ୍ଗା ବିଟହାଉସ ପୋଲିସ ପହଞ୍ଚିି ତାଙ୍କୁ ଗାଡ଼ିରେ ବସାଇ ପ୍ରଥମେ ଝୁମ୍ପୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରେ ପଳାଶପଙ୍ଗା ସନ୍ଥେଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ। ସେ ଭୋକିଲା ଥିଲେ ଏବଂ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଉକ୍ତ ପାହାଡ଼ରେ ଅନ୍ୟମାନେ ଥିବା ଓ ସେମାନେ ତାଙ୍କୁ ଖାଇବାକୁ ଦେଲେନାହିଁ ବୋଲି ସେ ତଳକୁ ଖାଇବା ପାଇଁ ଆସିଥିବା ସ୍ଥାନୀୟ ଲୋକଙ୍କ ଆଗରେ ପ୍ରକାଶ କରିଛନ୍ତି। ତେବେ ଉକ୍ତ ଯୁବକ ଓ ତାଙ୍କ ସହଯୋଗୀମାନେ ଛତିଶଗଡରୁ ପୁରୀ ଦେଇ ପଳାଶଙ୍ଗା ଆସିବା ପଛର କାରଣ କ’ଣ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ା ଉକ୍ତ ପାହାଡ଼ରେ ରହୁଥିବା ଅନ୍ୟମାନଙ୍କ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଡିଏସପି ଇନ୍ଦୁପ୍ରଭା ପଶ୍ଚିମକବାଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri