ପାହାଡ଼ ଖୋଲରେ ଲୁଚିଥିଲେ ଛତିଶଗଡ ଯୁବକ: ଧରାପଡ଼ି ସଙ୍ଗରୋଧ କେନ୍ଦ୍ରକୁ ଗଲେ

କେନ୍ଦୁଝର,୯ା୪(ସ୍ବ.ପ୍ର.)-ଛତିଶଗଡରୁ ପୁରୀ ଦେଇ କେନ୍ଦୁଝର ଜିଲାକୁ ଆସି ସଦର ବ୍ଲକ ପଳାଶପଙ୍ଗା ନିକଟ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଆମତ୍ଗୋପନ କରିଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛି। ଯୁବକ ଜଣକ ହେଲେ ଛତିଶଗଡ ରାଜ୍ୟର କ୍ଷେମରାଜ ପଟେଲ (୨୪)। ସେ ତାଙ୍କ କେତେକ ସହଯୋଗୀଙ୍କ ସହ ମିଶି ପଳାଶପଙ୍ଗା ନିକଟସ୍ଥ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଗତ କିଛିଦିନ ହେବ ଆମତ୍ଗୋପନ କରିଥିଲେ। ଉକ୍ତ ପାହାଡ଼ ଜନବସତିଠାରୁ ଦୂରରେ ଅବସ୍ଥିତ ଥିବାରୁ ଲକ୍‌ଡାଉନ ଭୟରେ ସେମାନେ ସେଠାରେ ଲୁଚି ରହିଥିବା ଚର୍ଚ୍ଚା ହେଉଛି। ଉକ୍ତ ପାହାଡଖୋଲ ବିପଦପୂର୍ଣ୍ଣ ଥିବାରୁ ସେମାନଙ୍କର ଅବସ୍ଥିତି ଜାଣି ମଧ୍ୟ ସ୍ଥାନୀୟ ଲୋକେ ସେମାନଙ୍କ ପାଖକୁ ଯିବାକୁ ସାହାସ ଜୁଟାଇ ପାରି ନ ଥିଲେ। କରୋନା ପାଇଁ ଲକଡାଉନ ଘୋଷଣା ହୋଇ ବାହାରକୁ ବାହାରିବା ନେଇ କଟକଣା ଲାଗୁ ହୋଇଥିବାରୁ ସ୍ଥାନୀୟ ଲୋକ ସେମାନଙ୍କ ପାଖକୁ ଯାଇ ପାରୁ ନ ଥିଲେ ା ରାତିରେ ଉକ୍ତ ପାହାଡ଼ରୁ ଲାଇଟ ଦେଖାଯିବା ଓ ଦିନରେ ସେମାନେ ପାହାଡ଼ରୁ ତଳକୁ ଯିବା ଆସିବା କରୁଥିବା କେତେକ ଲୋକ ଦେଖି ସନ୍ଦେହ କରିଥିଲେ। ବୁଧବାର ସେମାନଙ୍କ ମଧ୍ୟରୁ କ୍ଷେମରାଜ ଖାଦ୍ୟ ସଂଗ୍ରହ ଲାଗି ପଳାଶପଙ୍ଗା ବଜାରକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପଳାଶପଙ୍ଗା ବିଟହାଉସ ପୋଲିସ ପହଞ୍ଚିି ତାଙ୍କୁ ଗାଡ଼ିରେ ବସାଇ ପ୍ରଥମେ ଝୁମ୍ପୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରେ ପଳାଶପଙ୍ଗା ସନ୍ଥେଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ। ସେ ଭୋକିଲା ଥିଲେ ଏବଂ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଉକ୍ତ ପାହାଡ଼ରେ ଅନ୍ୟମାନେ ଥିବା ଓ ସେମାନେ ତାଙ୍କୁ ଖାଇବାକୁ ଦେଲେନାହିଁ ବୋଲି ସେ ତଳକୁ ଖାଇବା ପାଇଁ ଆସିଥିବା ସ୍ଥାନୀୟ ଲୋକଙ୍କ ଆଗରେ ପ୍ରକାଶ କରିଛନ୍ତି। ତେବେ ଉକ୍ତ ଯୁବକ ଓ ତାଙ୍କ ସହଯୋଗୀମାନେ ଛତିଶଗଡରୁ ପୁରୀ ଦେଇ ପଳାଶଙ୍ଗା ଆସିବା ପଛର କାରଣ କ’ଣ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ା ଉକ୍ତ ପାହାଡ଼ରେ ରହୁଥିବା ଅନ୍ୟମାନଙ୍କ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଡିଏସପି ଇନ୍ଦୁପ୍ରଭା ପଶ୍ଚିମକବାଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri