ଝୁମ୍ପୁରା, ୨।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ୧୮ ବର୍ଷର ଜଣେ ଯୁବକଙ୍କୁ ରବିବାର ଅପରାହ୍ନରେ ପଥରରେ ଛେଚି ହତ୍ୟା କରାଯାଇଛି। ଘରୋଇ କଳିକୁ କେନ୍ଦ୍ର କରି ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବାମେବାରୀ ଥାନା ଅଧିକାରୀ ପରେଶ ମହାନ୍ତି ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି। ମୃତକ ହେଲେ ନାରଣ ମହାନ୍ତଙ୍କ ସାନପୁଅ ପିତାମ୍ବର ମହାନ୍ତ। ଘଟଣାସ୍ଥଳରୁ ରକ୍ତଲଗା ପଥର ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୧୩/୧୯) ରୁଜୁ କରାଯାଇଛି। ହତ୍ୟାକାଣ୍ଡ ଘଟିଥିବା ଗାଁ ଥାନାଠାରୁ ୧୫ କି.ମି. ଦୂର ଏବଂ ଜଙ୍ଗଲ ଇଲାକାରେ ଥିବାରୁ ପୋଲିସ ମୃତଦେହକୁ ଜଗି ରହିଛି। ସୋମବାର ସକାଳେ ମୃତଦେହକୁ ଆଣି ବ୍ୟବଚ୍ଛେଦ କରାଯିବ।
ଥାନା ଅଧିକାରୀ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ମୃତ ପିତାମ୍ବରଙ୍କ ପିତା ନାରଣ ମହାନ୍ତଙ୍କର ୩ ସ୍ତ୍ରୀ ରହିଛନ୍ତି। ତାଙ୍କ ସାନ ସ୍ତ୍ରୀଙ୍କର ସାନପୁଅ ପିତାମ୍ବର । କିଭଳି ପରିସ୍ଥିତିରେ ତାଙ୍କୁ ପଥରରେ କଚାଡି ହତ୍ୟା କରାଗଲା, ସେ ନେଇ ତଦନ୍ତ ଚାଲିଛି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ଏହି ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥିଲା। ଏନେଇ ଅନେକ ଥର ବାମେବାରୀ ଥାନାରେ ଏତଲା ହୋଇଛି। ତେବେ ରବିବାର ଘଟିଥିବା ବିଭତ୍ସ ହତ୍ୟା ଘଟଣା ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏଭଳି ସ୍ଥିତିରେ ପୋଲିସ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ନିଜ ହେପାଜତରେ ରଖିଥିବା କହିଛି।
ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…
କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…
ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…
ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…
କାଳବୈଶାଖୀର ତାଣ୍ଡବ : ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ
ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି…
ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ
ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…
ରହସ୍ୟଘେରରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…
ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…
ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…
ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…
ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ
ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…
ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…
ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…
Archives

