ପାରାଦୀପ ପୌରାଞ୍ଚଳ: ସ୍ଥଗିତ ରହିଲା ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ

ପାରାଦୀପ, ୯।୩ (ସ୍ବ.ପ୍ର.): ରାଜ୍ୟ ସରକାର ସହରାଞ୍ଚଳରେ ଥିବା କଚ୍ଚା ଘର ବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ୨୦୧୭ରୁ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଏଥିରେ ଦ୍ୱୈତ ଶାସନରେ ପରିଚାଳିତ ପାରାଦୀପ ପୌରାଞ୍ଚଳକୁ ସାମିଲ କରାଯାଇଛି। ୨୦୧୭ ଉସା (ଅର୍ବାନ ସ୍ଲମ ହାଉସ୍‌ ହୋଲ୍ଡ ଏରିଆ) ସର୍ଭେରେ ପୌରାଞ୍ଚଳରେ କଚ୍ଚା ଘର ସଂଖ୍ୟା ୧୪,୬୧୫ ଥିଲା। ସେଥିରୁ ୧୨,୧୦୩ ଘରକୁ ଯୋଗ୍ୟତା କାର୍ଡରେ ସାମିଲ କରାଯାଇଥିବା ପଞ୍ଚାୟତିରାଜ ଦିବସରେ ଘୋଷଣା ହୋଇଛି। କିନ୍ତୁ ସେମାନଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟା ନ ଯାଇ ସ୍ଥଗିତ ରଖାଯାଇଛି। ଏ ନେଇ ଗତ ଗୁରୁବାର ସଭା ମଞ୍ଚରେ କୁହାଯାଇଥିଲା ଯେ, କେତେକ କାରଣବଶତଃ କାର୍ଡ ବଣ୍ଟନରେ ବିଳମ୍ବ ହେଉଛି। ମାତ୍ର ଏହା ପଛରେ ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ଜମି ବିବାଦ ରହିଥିବା ଆଲୋଚନା ହେଉଛି। କାରଣ କାର୍ଡ ବଣ୍ଟନର ପୂର୍ବଦିନ ଜିଲା ଓ ବନ୍ଦର ପ୍ରଶାସନର କେତେକ ଶୀର୍ଷସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଯୋଗ୍ୟତା କାର୍ଡ ସର୍ଭେକୁ ନେଇ ପ୍ରଶ୍ନ ଉଠିଥିଲା। ଶେଷରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କାର୍ଡ ବଣ୍ଟନକୁ ସ୍ଥଗିତ ରଖିବା ସହ ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ସ୍ଥାନ ବନ୍ଦରାଞ୍ଚଳ ବୋଲି ଦର୍ଶାଯାଉଛି, ସେହି ସ୍ଥାନ ପୌରାଞ୍ଚଳ ମାନ୍ୟତା ପାଇଛି। ସମାନ ଜାଗାରେ ବୃହତ୍‌ ବନ୍ଦର ଆଇନ ୧୯୬୩ ଓ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଆଇନ ଲାଗୁ ହୋଇଛି। ଏହି ବିବାଦ ଯୋଗୁ ଉକ୍ତ ସ୍ଥାନରେ ଅନେକ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଏବର ଉସା ସର୍ଭେରେ ସମସ୍ତ ବସ୍ତିକୁ ଡ୍ରୋନ କ୍ୟାମେରା ଦ୍ୱାରା ଫଟୋ ଉଠାଯାଇ ଗଣନା କରାଯାଇଛି। ସେଗୁଡ଼ିକ ମଧ୍ୟରେ ବୃନ୍ଦାବନ କଲୋନୀ, ସିଏଲ୍‌ଆର ପ୍ଲଟ୍‌, କବରଖାନା, ବାଲିଝରା, ଭିତରଗଡ଼ ବସ୍ତି ରହିଛି। ଉକ୍ତ ବସ୍ତିରେ କେତେକ ବନ୍ଦର ସିଏଫ୍‌ଏଚ୍‌ (କ୍ଲିୟରିଂ ଫରଓ୍ବାର୍ଡ ହ୍ୟାଣ୍ଡଲିଂ) ଶ୍ରମିକ, ଡକ୍‌ ଶ୍ରମିକଙ୍କୁ ବନ୍ଦର ପକ୍ଷରୁ ପ୍ଲଟ୍‌ ଯୋଗାଇ ଦିଆଯାଇଛି। ଚାକିରି ସମୟ ଶେଷ ହେବା ପରେ ସେମାନେ ସେହି ଜାଗାରେ କରିଥିବା ଘର ଭାଙ୍ଗିବାର ନିୟମ ରହିଛି। ଘର କ୍ଲିୟରାନ୍ସ ମିଳିବା ପରେ ତାଙ୍କୁ ଫୁଲ୍‌ ଆଣ୍ଡ ଫାଇନାଲ ଅର୍ଥ (ପ୍ରାୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ) ବନ୍ଦର କର୍ତ୍ତୃପକ୍ଷ ପ୍ରଦାନ କରିବେ। ହେଲେ ସେହି ସବୁ ଘରକୁ ଉସା ସର୍ଭେରେ ସାମିଲ କରାଯାଇ ପକ୍କା ଘର ଯୋଗାଇ ଦେବା ସକାଶେ ଗଣନା କରାଯାଉଛି। ସେହିପରି ୧୯୯୦ ଦଶକରେ ବନ୍ଦର ପ୍ରଶାସନ ଇନ୍ଦିରା ପାର୍କ ଓ ଘନଗଳିଆ ବସ୍ତି ଉଚ୍ଛେଦ କରି ଭିତରଗଡ ଓ ବାଲିଝରା ବସ୍ତିକୁ ଥଇଥାନ କରିଛନ୍ତି। ସେହି ବସ୍ତିର ମାଲିକାନା ବନ୍ଦର ପ୍ରଶାସନର ହୋଇଥିଲାବେଳେ ସେଠାରେ ମଧ୍ୟ ଉସା ସର୍ଭେ କରାଯାଇଛି। ଏହି ନ୍ୟାୟରେ ଗୋଟିଏ ଘର ଲୋକଙ୍କୁ ଦୁଇଟି ଯୋଜନାରେ ସାମିଲ କରାଯାଇଛି। ବନ୍ଦର ଘର ନ ଭାଙ୍ଗିଲେ ଶ୍ରମିକଙ୍କୁ ଅର୍ଥ ମିଳିବ ନାହିଁ। ଅପରପକ୍ଷେ ରାଜ୍ୟ ସରକାରଙ୍କ ଯୋଗ୍ୟତା କାର୍ଡ ହରାଇଲେ ଶ୍ରମିକମାନେ ବିଜୁ ପକ୍କାଘର କରିପାରିବେନାହିଁ। ଏମିତି ଗୋଲକ ଧନ୍ଦା ମଧ୍ୟରେ କେତେକ ଲୋକ ଉଭୟ ସୁବିଧା ହାତେଇବା ଆଶାରେ ପତ୍ନୀ-ପତି ଉଭୟଙ୍କ ନାମ ସର୍ଭେରେ ସାମିଲ କରିଥିବାବେଳେ କେତେଜଣ ନାବାଳିକା, ନାବାଳକଙ୍କ ନାମ ମଧ୍ୟ ସର୍ଭେ ତାଲିକାରେ ଯୋଡ଼ିବାରେ ସଫଳ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜମି ବିବାଦ ସମାଧାନ ପାଇଁ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପୁନଃ ଆବେଦନ କରିଛନ୍ତି। ସମ୍ଭବତଃ ଚଳିତ ମାସ ୧୨ କିମ୍ବା ୧୩ରେ ବୈଠକ ବସିବ। ଏଥିରେ ଯଦି ଜମି ବିବାଦ ସମାଧାନ ହୋଇଯାଏ ଉଭୟ ପ୍ରଶାସନ ପାଇଁ କାମ କରିବା ସହଜ ହେବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri