Posted inଖେଳ

ପାକିସ୍ତାନ ମନରୁ ଏବେ ବି ଲିଭିନି ପରାଜୟ

ନୂଆଦିଲ୍ଲୀ,୨୪।୯: ସେପ୍ଟେମ୍ବର ୨୪ ତାରିଖ ଭାରତୀୟ କ୍ରିକେଟ ପାଇଁ ସ୍ବର୍ଣ୍ଣିମ ଦିନ। ଠିକ୍‌ ୧୪ ବର୍ଷ ତଳେ ଅର୍ଥାତ୍‌ ୨୦୦୭ରେ ଆଜିର ଦିନରେ ଭାରତ ଟି୨୦ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା। ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଇତିହାସ ରଚିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ।

ଜୋହାନ୍ସବର୍ଗରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆହତ ସମସ୍ୟା କାରଣରୁ ଫାଇନାଲ ପାଇଁ ଅଭିଜ୍ଞ ଓପନର ବୀରେନ୍ଦ୍ର ସେହ୍ବାଗ ଉପଲବ୍ଧ ନ ଥିଲେ। ତାଙ୍କ ବଦଳରେ ଗୌତମ ଗମ୍ଭୀରଙ୍କ ସହ ଓପନିଂ କରିଥିଲେ ୟୁସୁଫ ପଠାନ। ଗୋଟେଏ ପଟେ ଗମ୍ଭୀର (୭୫ ରନ୍‌, ୮ ଚୌକା ଓ ୨ ଛକା) ଆଟାକିଂ ଶଟ୍‌ ଖେଳୁଥିବା ବେଳେ ଅନ୍ୟ ପଟେ କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରି ନ ଥିଲେ। ଶେଷ ଆଡ଼କୁ ଧୂଆଁଦାର ୩୦ ରନ୍‌ର ପାଳି ଖେଳିଥିଲେ ରୋହିତ ଶର୍ମା । ଫଳରେ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୧୫୮ ରନ୍‌ର ଟାର୍ଗେଟ ନେଇ ଓହ୍ଲାଇଥିବା ପାକିସ୍ତାନର ବ୍ୟାଟ୍ସମ୍ୟାନଙ୍କୁ ଲଗାତାର ହଇରାଣ କରିଥିଲେ ଆର ପି ସିଂ ଓ ଇର୍ଫାନ ପଠାନ। ଦୁହେଁ ୩ ଲେଖାଏ ଉଇକେଟ ନେଇ ପାକିସ୍ତାନର ବ୍ୟାଟିଂ ଲାଇନ୍‌ ଅପ୍‌ ବିଗାଡ଼ି ଦେଇଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ ମିଶ୍‌ବା ଉଲ ହକ୍‌।

୧୯ ଓଭରରେ ୯ ଉଇକେଟ ହରାଇ ୧୪୫ ରନ୍‌ କରିଥାଏ ପାକିସ୍ତାନ। ଶେଷ ଓଭରରେ ମ୍ୟାଚ୍‌ ଜିତିବା ପାଇଁ ଦଳକୁ ଦରକାର ଥାଏ ୧୩ ରନ୍‌। ସମସ୍ତ ପେସରଙ୍କ ଓଭର ଶେଷ ହୋଇଯାଇଥିବାରୁ ହରଭଜନ ସିଂଙ୍କ ବଦଳରେ ଯୋଗେନ୍ଦର ଶର୍ମାଙ୍କୁ ବାଛିଥିଲେ ଧୋନୀ। ଚାପ ଏତେ ଥିଲେ ଯେ, ପ୍ରଥମ ବଲରେ ବଡ଼ ଓ୍ବାଇଡ୍‌ ପକାଇଥିଲେ ଯୋଗେନ୍ଦର। ତା’ ପର ବଲରେ ସେ କୌଣସି ରନ୍‌ ଦେଇ ନ ଥିଲେ। କିନ୍ତୁ ଦ୍ୱିତୀୟ ବଲ ଫୁଲଟଜ ପକାଇଥିଲେ, ଯାହାକୁ ଛକା ଲଗାଇଥିଲେ ମିଶବା। କିନ୍ତୁ ପରବର୍ତ୍ତୀୟ ବଲରେ ସ୍କୁପ ଶଟ୍‌ ଖେଳିବାକୁ ଯାଇ ମିଶବା ଧରାପଡ଼ିଥିଲେ ଏସ୍‌ ଶ୍ରାସାନ୍ଥଙ୍କ ହାତରେ। ଫଳରେ ୫ ରନ୍‌ରେ ଭାରତ ଜିତି ନେଇଥିଲା ପ୍ରଥମ ଟି୨୦ ବିଶ୍ୱକପ୍‌।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri