Posted inଖେଳ

ପାକିସ୍ତାନ ମନରୁ ଏବେ ବି ଲିଭିନି ପରାଜୟ

ନୂଆଦିଲ୍ଲୀ,୨୪।୯: ସେପ୍ଟେମ୍ବର ୨୪ ତାରିଖ ଭାରତୀୟ କ୍ରିକେଟ ପାଇଁ ସ୍ବର୍ଣ୍ଣିମ ଦିନ। ଠିକ୍‌ ୧୪ ବର୍ଷ ତଳେ ଅର୍ଥାତ୍‌ ୨୦୦୭ରେ ଆଜିର ଦିନରେ ଭାରତ ଟି୨୦ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା। ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଇତିହାସ ରଚିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ।

ଜୋହାନ୍ସବର୍ଗରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆହତ ସମସ୍ୟା କାରଣରୁ ଫାଇନାଲ ପାଇଁ ଅଭିଜ୍ଞ ଓପନର ବୀରେନ୍ଦ୍ର ସେହ୍ବାଗ ଉପଲବ୍ଧ ନ ଥିଲେ। ତାଙ୍କ ବଦଳରେ ଗୌତମ ଗମ୍ଭୀରଙ୍କ ସହ ଓପନିଂ କରିଥିଲେ ୟୁସୁଫ ପଠାନ। ଗୋଟେଏ ପଟେ ଗମ୍ଭୀର (୭୫ ରନ୍‌, ୮ ଚୌକା ଓ ୨ ଛକା) ଆଟାକିଂ ଶଟ୍‌ ଖେଳୁଥିବା ବେଳେ ଅନ୍ୟ ପଟେ କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରି ନ ଥିଲେ। ଶେଷ ଆଡ଼କୁ ଧୂଆଁଦାର ୩୦ ରନ୍‌ର ପାଳି ଖେଳିଥିଲେ ରୋହିତ ଶର୍ମା । ଫଳରେ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୧୫୮ ରନ୍‌ର ଟାର୍ଗେଟ ନେଇ ଓହ୍ଲାଇଥିବା ପାକିସ୍ତାନର ବ୍ୟାଟ୍ସମ୍ୟାନଙ୍କୁ ଲଗାତାର ହଇରାଣ କରିଥିଲେ ଆର ପି ସିଂ ଓ ଇର୍ଫାନ ପଠାନ। ଦୁହେଁ ୩ ଲେଖାଏ ଉଇକେଟ ନେଇ ପାକିସ୍ତାନର ବ୍ୟାଟିଂ ଲାଇନ୍‌ ଅପ୍‌ ବିଗାଡ଼ି ଦେଇଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ ମିଶ୍‌ବା ଉଲ ହକ୍‌।

୧୯ ଓଭରରେ ୯ ଉଇକେଟ ହରାଇ ୧୪୫ ରନ୍‌ କରିଥାଏ ପାକିସ୍ତାନ। ଶେଷ ଓଭରରେ ମ୍ୟାଚ୍‌ ଜିତିବା ପାଇଁ ଦଳକୁ ଦରକାର ଥାଏ ୧୩ ରନ୍‌। ସମସ୍ତ ପେସରଙ୍କ ଓଭର ଶେଷ ହୋଇଯାଇଥିବାରୁ ହରଭଜନ ସିଂଙ୍କ ବଦଳରେ ଯୋଗେନ୍ଦର ଶର୍ମାଙ୍କୁ ବାଛିଥିଲେ ଧୋନୀ। ଚାପ ଏତେ ଥିଲେ ଯେ, ପ୍ରଥମ ବଲରେ ବଡ଼ ଓ୍ବାଇଡ୍‌ ପକାଇଥିଲେ ଯୋଗେନ୍ଦର। ତା’ ପର ବଲରେ ସେ କୌଣସି ରନ୍‌ ଦେଇ ନ ଥିଲେ। କିନ୍ତୁ ଦ୍ୱିତୀୟ ବଲ ଫୁଲଟଜ ପକାଇଥିଲେ, ଯାହାକୁ ଛକା ଲଗାଇଥିଲେ ମିଶବା। କିନ୍ତୁ ପରବର୍ତ୍ତୀୟ ବଲରେ ସ୍କୁପ ଶଟ୍‌ ଖେଳିବାକୁ ଯାଇ ମିଶବା ଧରାପଡ଼ିଥିଲେ ଏସ୍‌ ଶ୍ରାସାନ୍ଥଙ୍କ ହାତରେ। ଫଳରେ ୫ ରନ୍‌ରେ ଭାରତ ଜିତି ନେଇଥିଲା ପ୍ରଥମ ଟି୨୦ ବିଶ୍ୱକପ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri