ପଶ୍ଚିମବଙ୍ଗ ଫେରନ୍ତା ସରକାରୀ କର୍ମଚାରୀଙ୍କୁ ବ୍ରଜରାଜନଗର ବଙ୍ଗଳାରେ ରଖିଲା ପ୍ରଶାସନ, ଲୋକଙ୍କ ବିରୋଧ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର

ଝାରସୁଗୁଡା ଅଫିସ,୨୭ା୪- ଓଡିଶାରେ ବଢ଼ୁଥିବା କରୋନା ପଜିଟିଭର ମୁଖ୍ୟ କାରଣ ପଶ୍ଚିମବଙ୍ଗ ଲିଙ୍କ୍‌ ଦର୍ଶାଯାଉଛି। ଏମିତି ଜଣେ କଲିକତାରୁ ଝାରସୁଗୁଡା ଫେରନ୍ତା ବ୍ୟକ୍ତିଙ୍କୁ ନେଇ ବ୍ରଜରାଜନଜରରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରେ ଜିଲାପାଳ ସରୋଜ କୁମାର ସାମଲଙ୍କ ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଛି।
ସୂଚନା ମୁତାବକ ଝାରସୁଗୁଡା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ କିଛି ଦିନ ତଳେ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ତାଙ୍କ ନିଜ ଘର ଥିବା ବେଳେ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନ ଥିଲା। ସମ୍ପୃକ୍ତ କର୍ମଚାରୀ ରବିବାର ରାତି ଝାରସୁଗୁଡାକୁ ଫେରିଥିଲେ। ଏ ନେଇ ଜିଲା ପ୍ରଶାସନ ଅବଗତ ହେବା ପରେ ରବିବାର ବିଳମ୍ବିତ ରାତିରେ ସମ୍ପୃକ୍ତ କର୍ମଚାରୀ ଏବଂ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀଙ୍କୁ ବ୍ରଜରାଜନଗରସ୍ଥିତ ପୂର୍ତ୍ତ ବିଭାଗର ବଙ୍ଗଳାକୁ ନେଇ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅନ୍ୟପକ୍ଷେ ଏହି ବଙ୍ଗଳା ଦାଇତ୍ୱରେ ଥିବା ଜଣେ କର୍ମଚାରୀଙ୍କୁ ସେଠାରୁ ଅନ୍ୟତ୍ର ଯିବା ପାଇଁ କୁହାଯାଇଥିଲା। ସୋମବାର ସକାଳେ ଏ ନେଇ ସ୍ଥାନୀୟ ଲୋକେ ଜାଣିବା ପରେ ଏହାକୁ ବିରୋଧ କରି ଜିଲା ପ୍ରଶାସନ ପକ୍ଷରୁ ତିଆରି କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟର ରଖିବାକୁ ଦାବି କରିଥିଲେ। ଝାରସୁଗୁଡାରେ କ୍ୱାରାଣ୍ଟାଇନ ସେଣ୍ଟର ଥିବା ସତ୍ତ୍ୱେ ଏଠାକୁ କାହିଁକି ଅଣାଯାଇଥିଲା ବୋଲି ବିରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାସ ଆସି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ସାମଲଙ୍କ ହସ୍ତକ୍ଷେପ ପରେ ଓ ଲୋକଙ୍କ ଦାବି ମୁତାବକ ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ତାଙ୍କ ପରିବାରକୁ ବ୍ରଜରାଜନଗରରେ ଥିବା ଏକ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଏହି ବଙ୍ଗଳାକୁ ଜିଲା ପ୍ରଶାସନ କୋଭିଡ ମୁକାବିଲାରେ ବ୍ୟବହାର କରିବା ପାଇଁ ପଦକ୍ଷେପ ନେଇଛି। ତେବେ ଏହି ସରକାରୀ କର୍ମଚାରୀଙ୍କୁ ପଶ୍ଚିମବଙ୍ଗରୁ ଝାରସୁଗୁଡା ଫେରିବା ପାଇଁ ଅନୁମତିପତ୍ର କେଉଁ ସ୍ତରରୁ ପ୍ରଦାନ କରାଯାଇଥିବା ତାହା ତଦନ୍ତ ସାପେକ୍ଷ ବୋଲି ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri