Posted inଫୁରସତ

ପର୍ଯ୍ୟଟନ: ମହାରାଷ୍ଟ୍ରର’ମାଣିକଗଡ଼ ଦୁର୍ଗ’; କେବେ ଓ କେମିତି ଯିବେ..

ମହାରାଷ୍ଟ୍ରସ୍ଥିତ ମାଣିକଗଡ଼ ଦୁର୍ଗ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଏବେ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ଖାସ୍‌କରି ଏଠାରେ ନୂଆକରି ନିର୍ମିତ ହୋଇଥିବା କାଠର ଦୁଇଟି ପାଗୋଡା ଏକ ନିଆରା ଅନୁଭୂତି ଦେଉଛି…


ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ ମହାରାଷ୍ଟ୍ରର ଭିନ୍ନ ଏକ ସ୍ବତନ୍ତ୍ରତା ରହିଛି। ପ୍ରକୃତିପ୍ରେମୀଙ୍କଠାରୁ ଆରମ୍ଭକରି ରୋମାଞ୍ଚକର ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ଅଛି ବହୁ ପ୍ରାଚୀନ ଦୁର୍ଗ, ମହଲ, ମନ୍ଦିର, ଶୈଳନିବାସ, ଜଳପ୍ରପାତ ତଥା ଆହୁରି ଅନେକ କିଛି। ସେମିତି ଏକ ଐତିହାସିକ ଦୁର୍ଗ ଭାବେ ସ୍ଥାନୀୟ ମାଣିକଗଡ଼ ଦୁର୍ଗ ଏବେ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଚାଲିଛି।

ଦୁର୍ଗ ସମ୍ପର୍କରେ
ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହିଛି ଏହି ମାଣିକଗଡ଼ ଦୁର୍ଗ, ଯାହା ସ୍ଥାନୀୟ ଏକ ପାହାଡ଼ ଉପରେ ନିର୍ମିତ ହୋଇଛି। ସୂଚନାନୁଯାୟୀ, ସମୁଦ୍ର ପତ୍ତନରୁ ପ୍ରାୟ ୫୦୭ ମିଟର ଉଚ୍ଚତାରେ ଥିବା ଏହି ପାହାଡି ଦୁର୍ଗଟିକୁ ନାଗା କିଙ୍ଗ୍‌ ଗହିଲୁ ତିଆରି କରିଥିଲେ। ସେମାନଙ୍କର ଇଷ୍ଟ ଦେବୀ ଭାବେ ଜଣାଶୁଣା ମାଣିକଦେବୀଙ୍କ ନାମାନୁସାରେ ଏହି ଦୁର୍ଗଟିର ନାମକରଣ ହୋଇଥିବା ଅନୁମାନ କରାଯାଏ। ଦୁର୍ଗଟିର ଆକର୍ଷଣୀୟ କାରୁକାର୍ଯ୍ୟ ଏବେ ବି ଖୁବ୍‌ ଆକର୍ଷିତ ଲାଗେ। ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ଏହି ସ୍ଥାନକୁ ବୁଲି ଆସିଲେ ଏକ ନିଆରା ଅନୁଭୂତି ମିଳିବା ସହ ଖୁବ୍‌ ଶାନ୍ତି ଲାଗିଥାଏ। ଦୁର୍ଗ ନିକଟରେ ରାଣୀଙ୍କର ଏକ ପ୍ରାସାଦ ରହିଛି, ଆଉ ତା’ ପାଖରେ ରହିଛି ଗୋଟିଏ ଛୋଟ ଡ୍ୟାମ୍‌, ଯାହା ଦୁର୍ଗକୁ ଭିନ୍ନ ଏକ ରୂପ ପ୍ରଦାନ କରିଥାଏ। ଗଛଲତା ଦ୍ୱାରା ଘେରି ହୋଇ ରହିଥିବା ଏହି ଦୁର୍ଗ ନିକଟରେ ଏବେ ବନ ବିଭାଗ ତରଫରୁ ଦୁଇଟି କାଠର ପାଗୋଡା ମଧ୍ୟ ତିଆରି କରାଯାଇଛି, ଯାହା ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିପାରୁଛି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ଥିଲେ ହେଁ ବର୍ଷାଦିନକୁ ଛାଡି ବାକି ଅନ୍ୟ ସମୟରେ ଯିବା ପାଇଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ତରଫରୁ ନିର୍ଦ୍ଦେଶ ଦିଆଯାଇଥାଏ। ସେହିପରି ଗମନାଗମନର ମଧ୍ୟ ବେଶ୍‌ ଭଲ ସୁବିଧା ରହିଛି ଏଠାରେ। ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏହି ଦୁର୍ଗର ନିକଟବର୍ତ୍ତୀ ବିମାନବନ୍ଦର। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ମୁମ୍ବାଇକୁ ସିଧାସଳଖ ଟ୍ରେନ୍‌ ଯୋଗେ ମଧ୍ୟ ଯାଇହେବ। ଆଉ ସେଠାରୁ ଟ୍ୟାକ୍ସି କିମ୍ବା ଅନ୍ୟ କୌଣସି ମୋଟର ଗାଡ଼ି ଯୋଗେ ଯାଇ ସୁବିଧାରେ ମାଣିକଗଡ଼ ଦୁର୍ଗ ନିକଟରେ ପହଞ୍ଚତ୍ହେବ।

ଅନ୍ୟାନ୍ୟ ଦର୍ଶନୀୟସ୍ଥାନ
ଏହି ଦୁର୍ଗ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଚନ୍ଦ୍ରପୁର ଜିଲାରେ ଥିବା ଆଉ କେତୋଟି ଆକର୍ଷଣୀୟ ସ୍ଥାନ ବି ବୁଲି ଦେଖିପାରିବେ। ଯେମିତିକି ଚନ୍ଦ୍ରପୁର ସୁପର୍‌ ଥର୍ମାଲ୍‌ ପାଓ୍ବାର୍‌ ଷ୍ଟେଶନ, ଓ୍ବାର୍ଧା ଭାଲି କୋଲଫିଲ୍ଡ , ତଡୋବା ଅନ୍ଧାରୀ ଟାଇଗର୍‌ ରିଜର୍ଭ, ଇରଇ ଡ୍ୟାମ୍‌ ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri