ପରିବେଶ ପାଇଁ ଶୁଭଙ୍କର ହେଲା ଲକ୍‌ଡାଉନ

ଭୁବନେଶ୍ୱର,୩୧ା୩ (ବ୍ୟୁରୋ)- ଲକ୍‌ଡାଉନର ପ୍ରଭାବ ପରିବେଶ ଉପରେ ପଡିଛି। ୮ଦିନ ହେବ ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ, କଳକାରଖାନା, ନିର୍ମାଣ ଆଦି ସବୁକିଛି ବନ୍ଦ ରହିଛି। କାଁଭାଁ ଗାଡ଼ି ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଲକ୍‌ଡାଉନ୍‌ ପାଇଁ ଲୋକେ କିଛିଦିନ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପରୋକ୍ଷରେ ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ବାଟ କାଢ଼ିଥିବା କୁହାଯାଉଛି। ବିଶେଷକରି ପରିବେଶ ପାଇଁ ଲକ୍‌ଡାଉନ୍‌ ବେଶ୍‌ ଶୁଭଙ୍କର ହୋଇଥିବା ଜଣାପଡିଛି। ବିପଦଜ୍ଜନକ ସ୍ଥିତିରେ ଥିବା ପରିବେଶ ଏବେ ସନ୍ତୋଷଜନକ ହୋଇଥିବାବେଳେ ଆଉ କିଛିଦିନ ଭିତରେ ଭଲ ସ୍ଥିତିକୁ ଚାଲି ଆସିବାର ସମ୍ଭାବନା ଦେଖାଦେଇଛି। ମୋଟାମୋଟି କହିବାକୁ ଗଲେ ଲକ୍‌ଡାଉନ୍‌ ପରିବେଶ ପାଇଁ ବେଶ୍‌ ଶୁଭଙ୍କର ହୋଇଥିବା ପରିବେଶ୍‌ବିତ୍‌ମାନେ କହିଛନ୍ତି।
ହସ୍ତଗତ ସୂଚନାନୁସାରେ, ଲକ୍‌ଡାଉନ୍‌ ପୂର୍ବରୁ ରାଜଧାନୀର ଏୟାର କ୍ୟୁଲିଟ୍‌ ଇଣ୍ଡେକ୍ସ ୨୦୦ ଉପରେ ରହିଥିବାବେଳେ ୮ଦିନ ଭିତରେ ୧୦୦ତଳକୁ ଖସି ଆସିଛି। ସୋମବାର ଦିନରେ ଇଣ୍ଡେକ୍ସ ୯୦ରୁ ୧୦୦ ମଧ୍ୟରେ ଥିବାବେଳେ ସନ୍ଧ୍ୟାରେ ୧୨୧ ରହିଛି। ଉକ୍ତ ଇଣ୍ଡେକ୍ସ ଅନୁସାରେ, ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ହ୍ରାସ ପାଇଛି। ଅନ୍ୟ ଦିନରେ କଳ କାରଖାନାରୁ ବାହାରୁ ଥିବା ବିଷାକ୍ତ ଜଳ ନଦୀ,ନାଳକୁ ଛଡା ଯାଉଥିଲା। ହେଲେ ଏବେ ସବୁ ବନ୍ଦ ହେବା ଫଳରେ ଜଳ ପ୍ରଦୂଷଣ ହ୍ରାସ ପାଇଛି। ଏହା ସହ ପ୍ଲାଷ୍ଟିକ ବ୍ୟବହାର କମିଯାଇଥିବାରୁ ଏଥିଜନିତ ପ୍ରଦୂଷଣ ହ୍ରାସ ପାଇବାରେ ଲାଗିଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ନିକଟରେ ଏକ ଏଲ୍‌ଇଡି ବୋର୍ଡ ଲଗାଯାଇ ପ୍ରତି ମୁହୂର୍ତ୍ତର ସ୍ଥିତି ସଂକ୍ରାନ୍ତରେ ସୂଚନା ଦିଆଯାଉଛି। ଯେଉଁଥିରୁ ରାଜଧାନୀରେ ଅନୁକୂଳ ପରିବେଶ ଦେଖିବାକୁ ମିଳୁଛି। ସହରର ଅଧିକାଂଶ ସ୍ଥାନରେ ଏଆର୍‌ କ୍ୱାଲିଟି ବା ବାୟୁର ଗୁଣବତ୍ତା ସନ୍ତୋଷ ଜନକ ରହିଛି। ସେହିପରି ବାୟୁରେ କଣିକାର ମାତ୍ରା pm2.5 ରହିଥିବାବେଳେ ଆର୍ଦ୍ରତା ୪୮ ପ୍ରତିଶତ ରହିଥିବା ଦେଖିବାକୁ ମିଳିଥିଲା।
‘ପ୍ରତିମାସରେ ଗୋଟିଏ ଦିନ ଲକ୍‌ଡାଉନ୍‌ ଆବଶ୍ୟକ’
ପରିବେଶ ବିଜ୍ଞାନୀ ପ୍ରକାଶଚନ୍ଦ୍ର ମହାନ୍ତି କହିଛନ୍ତି, ରାଜ୍ୟରେ ଦୈନିକ ଚାଲୁଥିବା ଯାନବାହନ ସଂଖ୍ୟା ୧ କୋଟିରୁ ଅଧିକ। ଏହା ମଧ୍ୟରୁ ୯୦ ପ୍ରତିଶତ ଗାଡ଼ି ରାଜଧାନୀ ସମେତ ବିଭିନ୍ନ ଛୋଟ ବଡ଼ ସହରରେ ଚାଲିଥାଏ। ଯାନବାହନ ହିଁ ଅଧିକ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିଥାଏ। କଳ କାରଖାନା ବାୟୁ, ଶବ୍ଧ ଓ ଜଳ ପ୍ରଦୁଷଣ କରିଥାଏ। ଏସବୁର ସଂଖ୍ୟା କ୍ରମାଗତ ଭାବେ ବଢୁଥିବାରୁ ପରିବେଶ ପାଇଁ ଘାତକ ହେବାରେ ଲାଗିଥିଲା। ହେଲେ ଲକ୍‌ଡାଉନ ଯୋଗୁ ଏସବୁ ବନ୍ଦ ଥିବାରୁ ପରିବେଶ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ମାତ୍ରା ଅଦ୍ଭୂତପୂର୍ବ ଭାବେ ହ୍ରାସ ପାଇବା ଅତ୍ୟନ୍ତ ଶୁଭ ଲକ୍ଷଣ। ଆଗକୁ ମାସକୁ ଦିନେ ଦୁଇଦିନ ଲକ୍‌ଡାଉନ୍‌ କରାଗଲେ ପରିବେଶ ଶନ୍ତୁଳନ ରକ୍ଷା ପାଇପାରିବ ବୋଲି ସେ କହିଛନ୍ତି।
ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି
ମେଡିସିନ ସ୍ପେଶାଲିଷ୍ଟ ଡା. ନିରଞ୍ଜନ ପାଢ଼ୀ କହିଛନ୍ତି, ମଣିଷ ଶରୀର ଉପରେ ମଧ୍ୟ ଲକ୍‌ଡାଉନର ଅନୁକୂଳ ପ୍ରଭାବ ପଡ଼ିଛି। ଏହି ସମୟରେ ଛୋଟ ମୋଟ ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି। ସିଧା ସଳଖ କହିଲେ ଏହା ବଦଳୁଥିବା ପରିବେଶର ପ୍ରଭାବ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?