ପରିଣତ ବୟସରେ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୨।୭- ନାଁ ତାଙ୍କର କୁଲରନ୍‌ ନାୟକ। ବରଗଡ଼ ଜିଲା ବରପାଲି ଏନଏସି ଅଧିନ ୱାର୍ଡ଼ ନଂ-୩ରେ ସେ ବର୍ତ୍ତମାନ ରହୁଛନ୍ତି । ପରିଣତ ବୟସରେ ସେ ଉପନୀତ। ତାଙ୍କୁ ୭୦ବର୍ଷ ବୟସ ଟପିଲାଣି। ଆହା କିମ୍ବା ସାହା କରିବାକୁ ତାଙ୍କ କୌଣସି ଆତ୍ମୀୟ ନାହାନ୍ତି । ସେ ଅବିବାହିତ ଏବଂ ଏବେ ଅସହାୟ ଜୀବନ ବିତାଉଛନ୍ତି। କିଏ କେତେବେଳେ ଖାଇବାକୁ ମୁଠାଏ ଦେଲେ ତାହା ତାଙ୍କର ଆହାର ପାଲଟୁଛି, ନଚେତ୍‌ ଅନେକ ସମୟରେ ଅର୍ଦ୍ଧାହାର କିମ୍ବା ଅନାହାରରେ ରହୁଥିବା କୁଲରନ୍‌ କହନ୍ତି । ସେହିପରି ରହିବା ପାଇଁ ଘରଟିଏ ମଧ୍ୟ ତାଙ୍କର ନାହିଁ। ଯେତେବେଳେ ଯେଉଁଠି ଆଶ୍ରୟସ୍ଥଳୀଟିଏ ମିଳିଲା, ସେଠାରେ ସେ ଜୀବନ ଅତିବାହିତ କରୁଛନ୍ତି । ଏଭଳିଭାବେ ଜୀବନଯାପନ କରୁଥିବା ଯୋଗୁ କୁଲରନ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି । ପକ୍ଷଘାତରେ ଆକ୍ରାନ୍ତ ଥିବା ଯୋଗୁ ସେ ଠିକ୍‌ଭାବେ କଥାବାର୍ତ୍ତା ମଧ୍ୟ କହି ପାରୁ ନାହାନ୍ତି । ବରପାଲି ଡାକ୍ତରଖାନାକୁ ଅନେକଥର ଚିକିତ୍ସା ପାଇଁ ସେ ଗଲେଣି, ମାତ୍ର ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରି ପାରି ନଥିବା କହନ୍ତି କୁଲରନ୍‌ । ଫଳରେ ତାଙ୍କ ଚିକିତ୍ସା ସହାୟତା ସମେତ ରହିବା, ଖାଇବା ପାଇଁ ବ୍ୟବସ୍ଥା କରିଦେବା ଆଶାରେ ସୋମବାର କୁଲରନ୍‌ ବରଗଡ଼ ଜିଲାପାଳ ଅଫିସ ଆସିଥିଲେ । ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଭେଟି ଏଥିରେ ତାଙ୍କୁ ସହାୟତା କରିବା ପାଇଁ ସେ ଗୁହାରୀ ମଧ୍ୟ କରିଛନ୍ତି । ସେ ଛୋଟ ଥିବାବେଳେ ବାପା ଜୟରାମ ଓ ମା ଛଅଣ୍ଡିଙ୍କ ଦେହାନ୍ତ ହୋଇଗଲା । ସେହିପରି ତାଙ୍କ ଅନ୍ୟଜଣେ ଭାଇ ଓ ଭଉଣୀ ଥିଲେ । ମାତ୍ର ସେମାନେ ମଧ୍ୟ ଆଉ ନାହାନ୍ତି । ଫଳରେ ତାଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କୁଲରନ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ମାସିକ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବ୍ୟତୀତ ଆଉ କିଛି ସରକାରୀ ସହାୟତା ତାଙ୍କୁ ମିଳୁ ନଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri