Posted inଖେଳ

ପଦବୀ ଉଚ୍ଛେଦ କରିବ ଆଇଟା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) କେତୋଟି ପଦବୀ ଉଚ୍ଛେଦ କରିବାକୁ ରାଜି ହୋଇଛି। ଏହି ଅବେଅତନିକ ପଦବୀଗୁଡ଼ିକ ହେଲା ଆଜୀବନ ସଭାପତି, ଆଜୀବନ ଉପସଭାପତି ଓ ଆଜୀବନ କନସେଲର। ଏହି ପଦବୀଗୁଡ଼ିକ ନ୍ୟାଶନାଲ ସ୍ପୋଟର୍‌ସ କୋଡ୍‌ର ଉଲ୍ଲଂଘନ କରୁଛି। ଏହି ନିଷ୍ପତ୍ତି ଦ୍ୱାରା ସିନିୟର କ୍ରୀଡ଼ା ପ୍ରଶାସକ ଅନିଲ ଖାନ୍ନା ଓ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଯଶବନ୍ତ ସିହ୍ନା ପ୍ରମୁଖ ଫେଡେରେଶନର ଆଜୀବନ ସଭାପତି ପଦବୀ ହରାଇବେ। ମନ୍ତ୍ରଣାଳୟର ନିର୍ଦ୍ଦେଶ ଦ୍ୱାରା ପୂର୍ବତନ ଡେଭିସ୍‌ କପ୍‌ ଅଧିନାୟକ ଜୟଦୀପ ମୁଖାର୍ଜୀ ଓ ନରେଶ କୁମାରଙ୍କ ସମେତ ୮ଜଣ ବ୍ୟକ୍ତି ଉପସଭାପତି ପଦବୀ ହରାଇବେ। ଅନ୍ୟ ୬ଜଣ ଆଜୀବନ ଉପସଭାପତି ପଦବୀ ହରାଇବେ। ସେମାନେ ହେଲେ ଡି.ଭି ଭାଟିଆ, ଘନଶ୍ୟାମ ପଟେଲ, ନରେନ୍ଦ୍ର କୁମାର, ନଟଓ୍ବର ସିଂ, ବଲିଉଡ ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନା ଓ ୟୁସୁଫ୍‌ ହମିଦ। ଟି.ଡି. ଫ୍ରାନ୍ସିସ୍‌ ଆଜୀବନ କାଉନ୍‌ସିଲର ପଦବୀରେ ରହିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ୧୬ରେ ଆଇଟା ନିକଟକୁ ଚିଠି ପଠାଯାଇଥିଲା। ଏଭଳି ପଦବୀ ସୃଷ୍ଟି କରିବା ନ୍ୟାଶନାଲ ସ୍ପୋଟର୍‌ସ ଡେଭଲପମେଣ୍ଟ କୋଡ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ଡିସିଆଇ)-୨୦୧୧ର ନିୟମ ବାହାରେ ଏଥିରେ ଉଲ୍ଲେଖ କରିଥିଲା। ନିର୍ଦ୍ଦେଶକୁ ୬ ସପ୍ତାହ ଳମଧ୍ୟରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ସେମାନେ କାର୍ଯ୍ୟକାରୀ କରିବା ଲାଗି ନୀତିଗତ ନିଷ୍ପତ୍ତି ନେଇଥିବା ଆଇଟା ସିଇଓ ଆଖୋରି ବିଶ୍ୱଦୀପ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri