ପଡ଼ାଗଁ।ଥି ପୁଷ୍‌ପୁନି ଭେଟ୍‌ଘାଟ: କବିତା, ନାଚ୍‌ଗାନାଥି ଦେଖନହାରୀ ବିଭୋର

ବିଜେପୁର, ୧୧।୧ (ଡି.ଏନ୍‌.ଏ)-
ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁଗଁଲିଥି ବଡ଼ା ଉସ୍‌ନାକିଥି ପୁଷ୍‌ପୁନି ତିହାର ଶୁକ୍ରବାର ପାଲିତ ହୋଇଯାଇଛି। କୁକ୍‌ରା ଡକାନୁ ଘରେ ଘରେ ପିଠାପନା ଛନା ବାସ୍‌ନାଥି ଗଁାଖୁଲିମାନ ମହକି ଯାଇଥିଲା। ଠାଁନ୍‌ ଠାଁନ୍‌ ଗଁଜାମାଡ୍‌ ଆର ନଡ଼ିଆ ଭଂଗା ବାଦି ଦେଖବାକେ ମିଲିଥିଲା। ସେନ୍‌ତା ଗାଁମାନ୍‌କେ ଛୁଆମାନେ ଘର ଘର ବୁଲି ଛେର୍‌ଛେରା ମାଗ୍‌ବାର ଦୁରୁଶ୍‌ଟା ବେଶ୍‌ ମନ୍‌ଛୁଅଁା ହେଇଥିଲା। ବେଲହଉବେଲି ପଡ଼ାଗଁା ଲକ୍ଷ୍ମୀଲାଲା ମଁଚାନଥି ପୁଷ୍‌ପୁନି ଭେଟଘାଟ-୨୦୨୦ର ଆୟୋଜନ ହେଇଥିଲା। ଭାରତୀୟ ମୁକ୍ତି ସଂଗ୍ରାମର ତିନି ସେନାନୀ ଭାଗିରଥି ପଟ୍ଟନାୟକ, ଜମ୍ବୋବତୀ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ ଆର ସାଂସ୍କୃତିକ କରମୀ ପ୍ରକାଶ ଦେବତାକଁର ଫଟୁଥି ଫୁଲମାଲ ଦେଇ କୁନୁଆଁମାନେ କାଯ୍‌କରମକେ ଉଦ୍‌ଘାଟନ କରିଥିଲେ। କଁଠ୍‌ଶିଲ୍‌ପୀ ଦୁର୍ବାଦଳ ମେହେର ସମଲେଇ ଭଜନ ପରିବେଷନ୍‌ କରିଥିଲେ। କାଯ୍‌କରମଥି ସାମାଜିକ କରମୀ ଜନାର୍ଦ୍ଧନ ପାଣିଗ୍ରାହୀ, ବଲଭଦ୍ର ପଧାନ, ନାଟିଅକାର ମୋହନ ସିଂ, ପୂରବର ସର୍‌ପଁଚ କବିରାଜ ମାଝି, ସାମାଜିକ କରମୀ ପାଣ୍ଡବ ପଧାନ, କଳାକାର ଜିତେନ୍ଦ୍ରିୟ ମେହେର କୁନୁଆଁ ଭାବେ ଯୋଗଦେଇଥିଲେ। ସଭାପତି ପ୍ରଦୀପ କୁମାର ପଧାନ ସଭାଥି ଅଧ୍ୟକ୍ଷତା କରିଥିଲେ। ସମିଆର ଛାଁଚେ ପଡି ଦିନୁଦିନକେ ତିହାରବାହାର, ଚାଲିଚଲନ ବଦିଲବାରଟା ସୁଆଭାବିକ ଆଏ। ହେଲେ ପୁଷ୍‌ପୁନି ତିହାରଥି ଏଛେନ୍‌ ଭିଲ ଭାଇଚାରାର ଭାବ ଭରି ରହିଛେ। ସେନ୍‌ତା ପରାପାଟକର ଭାଇଦା, ମିତାମଏତରକୁଁ ପିଠାପନା ଗୁରାଦୁ ନାଇଁ ବାଁଟବାରତକ୍‌ ଘର୍‌ ଗୁସିଅଁାକେ ବୋଧ୍‌ ନାଇଁ ଲାଗେ। ଇ ସଁସେ ଭାବଟା ଯୁଗ୍‌ଯୁଗତକ୍‌ ରହିଥିବା ବଲି କୁନୁଆଁମାନେ କହିଥିଲେ। ଖୁଲା କୁଇଜ୍‌ ଆର କୁନି କଳାକାରକଁର ନାଚଥି ଦେଖନହାରି ବିଭୋର ହେଇଯାଇଥିଲେ। ଅହଲ୍ୟା ପଧାନ, କ୍ରାନ୍ତିକବି ହରିଲାଲ ସାହୁ, ଅଧିକାରୀ ସା, ଈଶ୍ୱର ମେହେର, ସନୟ ମେହେର ଆଂଚଲିକ ଭାଷାଥି କବିତା ପାଠ୍‌ କରିଥିଲେ। ସଂପାଦକ ଦିଲୀପ କୁମାର ଦେବତା ଅତିଥି ପରିଚଏ ଆର ଉଦେଶ୍‌ ବାବ୍‌ଦେ କହିଥିଲେ। ଅକ୍ଷୟ କୁମାର ସାହୁ, ସୁରେଶ ଭୋଇ, ସଦାନନ୍ଦ ପଧାନ, ଟିକଲାଲ ପଧାନ କାଯ୍‌କରମକେ ସଂଯୋଜନା କରିଥିଲେ। ଥାନୀୟ ପ୍ରକାଶ ସାଂସ୍କୃତିକ ସଂସଦର ଆୟୋଜନଥି ହେଇଥିବାର ଇ କାଯ୍‌କରମଥି ଅନେକ କବି, କଳାକାର, ସଂସ୍କୃତି ପେମି ଯୋଗଦେଇଥିଲେ। ଶେଷେ ଅମୀୟ ପ୍ରସାଦ ଭୋଇ ଧଏନ୍‌ବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?