କଫ୍‌ ସିରପ କାରବାର ଗୁମର ଫିଟୁଛି

ବଲାଙ୍ଗୀର ଅଫିସ, ୧୧ା୧
ବଲାଙ୍ଗୀର କଫ୍‌ ସିରଫ କାରବାରର ପଶ୍ଚିମ ଓଡିଶାସ୍ତରୀୟ ଲିଙ୍କ୍‌ ମିଳିଛି ା ଏହି କାରବାରର ରାଜ୍ୟସ୍ତରୀୟ ଲିଙ୍କ୍‌ କ’ଣ ରହିଛି ସେନେଇ ପୋଲିସ ତନାଘନା ଚଳାଇଛି ା କିଛି ଚିହ୍ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ା ମାତ୍ର ଏହି ବେଆଇନ କାରବାର ପଛରେ ଆହୁରି ବହୁ ଅଚିହ୍ନା ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତି ରହିଛି ା କେତେକ ଲୋକ ସିଧାସଳଖ ବେଆଇନ କାରବାରରେ ସମ୍ପୃକ୍ତ ଅଛନ୍ତି, କଫ୍‌ ସିରପ ଯୋଗାଣ କରୁଛନ୍ତି ା ଆଉ କେତେକ ଏଥିପାଇଁ ଅର୍ଥ ବିନିଯୋଗ ଓ ଲୋକ ଯୋଗାଡ କରୁଛନ୍ତି ା ସେ ସମସ୍ତଙ୍କ ପର୍ଦ୍ଦାଫାଶ କରାଯିବ ା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଜଣକୁ ବି ଛଡା ଯିବନାହିଁ ା ଏଥିପାଇଁ ବଲାଙ୍ଗୀର ପୋଲିସ ଏବେ ମିଶନ୍‌ କ୍ଳିନ୍‌ ବଲାଙ୍ଗୀର ଅଭିଯାନ ଆରମ୍ଭ କରିଛି ା ଏସ୍‌ପି ସନ୍ଦୀପ ମାଡକର ଶୁକ୍ରବାର ପୁଇଁତଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି ା ଏହି ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡିଶା କଫ୍‌ ସିରପ କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ, ସହଯୋଗୀ ବରପାଲିପଡାର ଅଜିତ୍‌ ନନ୍ଦ ଓ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳର ଫାରୁକ୍‌ ଖାନ୍‌ଙ୍କୁ ହାଜର କରାଯାଇଥିଲା ା ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇ ତାଙ୍କଠାରୁ ୫୫ ହଜାର ୨ ଶହ ଟଙ୍କା, ୪ଟି ମୋବାଇଲ ଫୋନ୍‌ ଓ ଏକ ଇନୋଭା ଗାଡି (ନଂ.ଓଡି୦୨ଏୱାଇ ୦୦୫୯) ଜବତ୍‌ କରାଯାଇଥିତ୍ବା ସୂଚନା ଦିଆଯାଇଥିଲା ା ଶୁକ୍ରବାର ଗିରଫ ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ସେମାନଙ୍କୁ ରିମାଣ୍ଡରେ ଅଣାଯିବା ପରେ ଏହି କଫ୍‌ ସିରପ କାରବାର ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହାର ଖୋଳତାଡ କରାଯିବ ବୋଲି ଏସ୍‌ପି ସୂଚନା ଦେଇଥିଲେ ା ଆଞ୍ଚଳିକସ୍ତରରେ ସାନ ନେଗୀ ଏହି କାରବାର କରୁଥିବାବେଳେ ଉପରସ୍ତରରେ କେଉଁମାନେ ରହିଛନ୍ତି ସେମାନେ କେଉଁଠୁ ଏତେ ପରିମାଣରୁ କଫ୍‌ ସିରପ ଆଣୁଛନ୍ତି ଓ ଏଥିରେ କେଉଁମାନେ ଫାଇନାନ୍ସର ରହିଛନ୍ତି ସେସବୁ ଉପରେ ତଦନ୍ତ କରାଯିବ ା
ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ା ଏହା ସହିତ ବଲାଙ୍ଗୀରରେ କଫ୍‌ ସିରପ କାରବାରକୁ ମୂଳପୋଛ କରିବା ପାଇଁ ମିଶନ୍‌ କ୍ଳିନ୍‌ ବଲାଙ୍ଗୀର ଅଭିଯାନ ଆରମ୍ଭ କରାଯାଇଥିବା ଏସ୍‌ପି ଏହି ଅବସରରେ ସୂଚନା ଦେଇଥିଲେ ା ଏହି ଅଭିଯାନରେ ଯେ କେହି ବ୍ୟକ୍ତି କଫ୍‌ ସିରପ୍‌ କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ା ଏହି ଅବସରରେ ଏସ୍‌ପି ମାଡକର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କୁ ଏକ ପୁରସ୍କାର ଘୋଷଣା ମଧ୍ୟ କରିଥିଲେ ା ଗତ ନଭେମ୍ବର ୨୮ ତାରିଖରେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ପୋଲିସ ସ୍କ୍ବାଡ ଘେରାବନ୍ଦୀ କରି ୧୦ ହଜାର ୬ ଶହ ବୋତାଲ ବେଆଇନ୍‌ କଫ୍‌ ସିରପ ଥିବା ଗାଡି ଜବତ୍‌ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ା ତେବେ ମାଷ୍ଟରମାଇଣ୍ଡ ସାନ ନେଗୀ ଫେରାର ହୋଇଯାଇଥିଲେ ା ସେହିଦିନରୁ ପୋଲିସ ତାଙ୍କୁ ଖୋଜୁଥିଲା ା ଗତ ଦୁଇଦିନ ତଳେ ବଲାଙ୍ଗୀର ପୋଲିସ ଭୁବନେଶ୍ୱରରୁ ସାନ ନେଗୀ ଓ ତାଙ୍କର ଦୁଇ ସହଯୋଗୀ ଅଜିତ ନନ୍ଦ ଓ ଫାରୁକ ଖାନ୍‌ଙ୍କୁ କାବୁ କରି ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri