Posted inରାଜ୍ୟ

ପଟାଥାଇ ଜମି ପାଉନାହାନ୍ତି ଆଦିବାସୀ ମହିଳା

କୁଜଙ୍ଗ,୨୫ା୭(ସ୍ବ.ପ୍ର): ସରକାର ଗରିବ ଭୂମିହୀନମାନଙ୍କୁ ପଟା ସହ ଜମି ଓ ବାସଗୃହ ଯୋଗାଇଦେବାକୁ ଯୋଜନା କରିଛନ୍ତି। ଏ କ୍ଷେତ୍ରରେ ଆଦିବାସୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ କୁଜଙ୍ଗ ବ୍ଲକ ତାଳପଡ଼ା ଗ୍ରାମର ଜଣେ ଆଦିବାସୀ ବିଧବା ମହିଳା ସରକାରଙ୍କ ଏହି ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ତାଙ୍କୁ ସରକାରୀ ଯୋଜନାରେ ଜମିପଟା ମିଳିଛି, ହେଲେ ଅଦ୍ୟାବଧି ଜମି ମିଳିପାରିନାହିଁ। ସେ ହେଲେ ଏହି ପଞ୍ଚାୟତର ସମିତି ସଭ୍ୟା ସାକ୍ରା ଟୁଡୁ। ଜଣେ ନିର୍ବାଚିତ ଜନପ୍ରତିନିଧି ହୋଇ ମଧ୍ୟ ସେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ଏପରିସ୍ଥଳେ ଜଣେ ସାଧାରଣ ନାଗରିକ ଅବସ୍ଥା କିପରି ହେଉଥିବା ତାହା ସହଜରେ ଅନୁମେୟ।
ସୂଚନା ଅନୁଯାୟୀ, ସେ ତାଳପଡ଼ା ଗ୍ରାମରେ ଅସ୍ଥାୟୀଭାବେ ଗୃହ ନିର୍ମାଣ କରି ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବସବାସ କରୁଛନ୍ତି। ତାଙ୍କ ବାପା ମଧ୍ୟ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ରହିଆସିଛନ୍ତି। ସ୍ବାମୀଙ୍କ ବିୟୋଗ ପରେ ସେ କୁଜଙ୍ଗ ତହସିଲଦାରଙ୍କ ନିକଟରେ ସରକାରୀ ଜମିପଟା ପାଇଁ ଆବେଦନ କରିଥିଲେ। ତହସିଲଦାର ଆବେଦନକୁ ବିଚାର କରି ତାଙ୍କୁ ତାଳପଡ଼ା ମୌଜାରେ ଖାତା ନଂ-୭୫୫/୫୨୪, ପ୍ଲଟ ନଂ-୨୧୯୨/୨୫୬୩ରେ ୪ ଡେସିମିଲର ଢିଅପଟା ପ୍ରଦାନ କରିଥିଲେ। ସୋମବାର ତାଙ୍କୁ ଉକ୍ତ ସ୍ଥାନ ଦଖଲ ଦେବା ପାଇଁ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ଓ ଅମିନ ଯାଇଥିଲେ। କିନ୍ତୁ ଦଖଲ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଭାଲିଆପାଟଣା ଗ୍ରାମର ୩୦ରୁ ୪୦ ଲୋକ ପହଞ୍ଚତ୍ ଏହାକୁ ବିରୋଧ କରିଥିଲେ। ଏଥିସହ ତାଙ୍କୁ ଜାତିଗତ ଆକ୍ଷେପ କରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଖବରପାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ମାତ୍ର ଅଭିଯୁକ୍ତମାନେ ତହସିଲଦାରଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଉକ୍ତ ସରକାରୀ ପ୍ଲଟରୁ ନ ଓହରିଲେ ତାଙ୍କୁ ସେଠାରେ ସେମାନେ ରଖାଇ ଦେବେନାହିଁ ବୋଲି କହିଥିଲେ। ପରେ ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଘଟଣା ସମ୍ପର୍କରେ ସାକ୍ରା ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କ ସମେତ କୁଜଙ୍ଗ ତହସିଲଦାର, ଆଦିବାସୀ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଏ ସମ୍ପର୍କରେ ତହସିଲଦାର ପଣ୍ଡା କହିଛନ୍ତି ଯେ, ସେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଏତେଲା ଦିଆଯାଇଛି। ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?