Posted inରାଜ୍ୟ

ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ତାଗିଦ: ୩ ଦିନରେ ଜମା କର ବକେୟା ୩୫.୩୩ ଲକ୍ଷ

ଜଗତ୍‌ସିଂହପୁର ଅଫିସ,୨୫ା୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଆଜି ସଙ୍କଟରେ। ମନ୍ଦିର ଛାତଠାରୁ ଆରମ୍ଭ କରି ଚନ୍ଦନ ପୋଖରୀ ଓ ସମ୍ପୂର୍ଣ୍ଣ ପରିବେଶ ବିଗିଡିଯାଇଛି। ପାର୍କିଂ, ଭୋଗ ଓ ଦୀପ ଦୋକାନୀମାନେ ମନ୍ଦିର ରାଜସ୍ବ ଲୁଟି ଚାଲିଛନ୍ତି। ସେମାନେ ମନ୍ଦିର ପ୍ରଶାସନକୁ ଗତବର୍ଷର ବକେୟା ରାଶି ନ ଦେଇ ମଧ୍ୟ ଚଳିତବର୍ଷ ବିନା ରାଜିନାମାରେ କାରବାର ଚଳାଇଛନ୍ତି। ଆଶ୍ଚର୍ଯ୍ୟର କଥା ଚଳିତବର୍ଷର ୨ଟି କିସ୍ତି ମଧ୍ୟ ଜମା କରି ନ ଥିଲେ। ଏ ବାବଦରେ ମୋଟ ୪୭ ଲକ୍ଷ ଟଙ୍କା ଉପରୋକ୍ତ ଦୋକାନୀଙ୍କ ଉପରେ ବାକି ପଡିଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବ ରହିଥିଲା। ଏନେଇ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଉଭୟ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ଚେଇଁ ଉଠିଛି। ଦେବୋତ୍ତର ବିଭାଗ ନୋଟିସ୍‌ କରିବାରୁ ଭୋଗ ଓ ଦୀପ ଦୋକାନୀ ପାଖାପାଖି ୧୧.୫୩ ଲକ୍ଷ ଟଙ୍କା ଜମା କରିଛନ୍ତି। କିନ୍ତୁ ପାଖାପାଖି ୩୫.୩୩ ଲକ୍ଷ ଟଙ୍କା ଏବେ ବି ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କ ଉପରେ ବକେୟା ରହିଛି। ଏହି ରାଶି ୩ ଦିନ ମଧ୍ୟରେ ଅର୍ଥାତ୍‌ ୨୭ ତାରିଖ ସୁଦ୍ଧା ଜମା କରିବାକୁ ମନ୍ଦିର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ଧଳ ନୋଟିସ୍‌ କରିଛନ୍ତି। ସେହିପରି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମନ୍ଦିର ପରିଦର୍ଶନରେ ଯାଇ ଏହାର ସମୀକ୍ଷା କରିବା ସହ ଚନ୍ଦନ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ବେଆଇନ ପାର୍କିଂ ଫି ଆଦାୟ କଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରରେ ଯେପରି କୌଣସି ଅନିୟମିତତା ନ ହୁଏ ଓ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଭୋଗ, ଦୀପ ଓ ପାର୍କିଂ ଦୋକାନୀମାନେ ୨ଟି କିସ୍ତି ଟଙ୍କା ଜମା କରିବା କଥା। କିନ୍ତୁ କେହି ଜମା କରୁ ନ ଥିଲେ। ଧରିତ୍ରୀରେ ଏହି ଖବର ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ ଓ ଜିଲାପାଳ ତତ୍ପରତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଦୀପ ଦୋକାନୀ ୨ରୁ ୧ଟି କିସ୍ତି ବାବଦ ପାଖାପାଖି ୭,୫୩,୦୦୦ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୭,୫୩,୦୦୦ ଟଙ୍କା ୩ ଦିନ ମଧ୍ୟରେ ଜମା କରିବାକୁ ନୋଟିସ୍‌ ହୋଇଛି। ଭୋଗ ଦୋକାନୀ ଚଳିତବର୍ଷ କିସ୍ତି ପିଛା ୮,୬୭,୩୨୫ ଟଙ୍କା ଦେବ ବୋଲି ସ୍ଥିର ହୋଇଛି। କିନ୍ତୁ ଦୋକାନୀମାନେ କିସ୍ତି ଟଙ୍କା ଦେବାରେ ବିଳମ୍ବ କରିଛନ୍ତି। ନିକଟରେ ପାଖାପାଖି ୪ ଲକ୍ଷ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୧୩ ଲକ୍ଷ ଟଙ୍କା ବାକି ରହିଛି। ୨୦୧୮-୧୯ରେ ପାଖାପାଖିଢ଼ ୪ ଲକ୍ଷ ଟଙ୍କା ବାକି ରହିଛି। ଏହିପରି ମୋଟ ୧୭ ଲକ୍ଷ ଟଙ୍କା ୩ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ପାର୍କିଂ ନେଇଥିବା ବ୍ୟକ୍ତି କିସ୍ତି ପିଛା ପାଖାପାଖି ୨,୯୦,୦୦୦ ଟଙ୍କା ପୈଠ କରିବାକୁ ସର୍ତ୍ତ ରହିଛି। କିନ୍ତୁ ସେ ଅଦ୍ୟାବଧି ଗୋଟିଏ ବି କିସ୍ତି ଦେଇନାହାନ୍ତି। ତେଣୁ ଚଳିତବର୍ଷର ୫,୮୦,୦୦୦ ଓ ଗତବର୍ଷର ୫,୦୦,୦୦୦ ମିଶାଇ ମୋଟ ପ୍ରାୟ ୧୧ ଲକ୍ଷ ଟଙ୍କା ୩ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ହୋଇଛି। ଅନ୍ୟାନ୍ୟ ସଂସ୍କାର ଉପରେ ଜିଲାପାଳ ମହାପାତ୍ର କହିଛନ୍ତି ଯେ, ଚନ୍ଦନ ପୋଖରୀ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କରାଯିବ। ଏଥିରେ ୪ଟି ଫାଉଣ୍ଟେନ୍‌ ଲାଗିବ। ଡ୍ରେନେଜ୍‌ ବିଭାଗକୁ ଏହି ପୋଖରୀ କାମ ହସ୍ତାନ୍ତର କରାଯିବ। ଗୋଡ ଧୋଇବାକୁ ପଦ ପ୍ରୋକ୍ଷାଳନ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଏଠାରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ କାମ ଚାଲିଛି। ଏନେଇ ଓଟିଡିସି ନିର୍ବାହୀ ଯନ୍ତ୍ରୀଙ୍କ ସହ ସମୀକ୍ଷା ହୋଇଛି। ଆସନ୍ତା ବୁଧବାର ପୁଣି ସମୀକ୍ଷା ହେବ। ଏହାର ସାମ୍ନା ଖାଲି କରାଯିବ। ନବ କଳେବର ସମୟରେ ଯେଉଁମାନଙ୍କ ଦୋକାନ ଭଙ୍ଗା ଯାଇଥିଲା ସେମାନଙ୍କୁ ଘର ଦିଆଯିବ। ମନ୍ଦିର ସମ୍ମୁଖ ଦକ୍ଷିଣ ପଟେ ମଝିରେ ଥିବା ଖାଲି ସ୍ଥାନରେ ପାର୍କିଂ କରାଯିବ। ଏହି ପାର୍କିଂ ସ୍ଥାନରେ ପରିଶ୍ରାଗାର ରହିବ। ଏହାବାଦ୍‌ ଓଟିଡିସି ମଧ୍ୟ ଏକ କମ୍ପ୍ଲେକ୍ସ କରୁଛି। ଏହାର ଉନ୍ନତିକରଣ ମଧ୍ୟ କରାଯିବ। ମନ୍ଦିର ଓ ବାହାର ପରିବେଶ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ଧ୍ୟାନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri