ନୟାଗଡ଼ ବନ ବିଭାଗର ନିଆରା ଉଦ୍ୟମ: ପ୍ଲାଷ୍ଟିକ ବଦଳରେ ବାଉଁଶ ଖୋଳରେ ଲାଗିବ ଚାରା

ନୟାଗଡ଼ ଅଫିସ,୧୨ା୧୨: ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକରୁ ତିଆରି। ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏପରି କି ରାଜ୍ୟ ସରକାର ପଲିଥିନକୁ ବ୍ୟାନ୍‌ ମଧ୍ୟ କରିଛନ୍ତି। ଏ କ୍ଷେତ୍ରରେ ନୟାଗଡ଼ ବନ ବିଭାଗ ଦୁଇପାଦ ଆଗକୁ ଯାଇ ପ୍ଲାଷ୍ଟିକ ବଦଳରେ ବାଉଁଶ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ପ୍ରତିବର୍ଷ ଲଗାଯାଉଥିବା ଚାରା ପ୍ଲାଷ୍ଟିକ ଜରି ବଦଳରେ ବାଉଁଶ ଖୋଳରେ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ଼ ବ୍ଲକ ମୁକ୍ତାପୁର କେନ୍ଦ୍ରୀୟ ନର୍ସରୀ (ଚାରା ଉତ୍ପାଦନ କେନ୍ଦ୍ର)ରେ ଏହି କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାକୁ ଯାଉଛି। ସେଠାରେ ଲଗାଯାଉଥିବା ଚାରା ପ୍ଲାଷ୍ଟିକ ଜରି ବଦଳରେ ବାଉଁଶ ଖୋଳରେ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ବାଉଁଶର ଗଣ୍ଠି ତଳକୁ କାଟି ଏକ ଖୋଳ ପ୍ରସ୍ତୁତ କରାଯାଉଛି। ଗୋଟିଏ ବାଉଁଶରୁ ପାଖାପାଖି ୧୦ରୁ ଅଧିକ ଖୋଳ ପ୍ରସ୍ତୁତ ହେଉଛି। ଏହି ବାଉଁଶ ଖୋଳରେ ମାଟି ଦିଆଯାଇ ମଞ୍ଜି ପୋତାଯାଇ ଚାରା ଉତ୍ପନ୍ନ କରାଯିବ। ଖାଲି ସେତିକି ନୁହେଁ, ଚଳିତବର୍ଷ ଜିଲା ମହୋତ୍ସବକୁ ଜିଲା ପ୍ରଶାସନ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରୟାସ କରୁଛି। ଏହି ବାଉଁଶ ଖୋଳରେ ଫୁଲ ସଜାଯାଇ ଅତିଥିମାନଙ୍କୁ ପ୍ରଦାନ କରାଯିବ। ବନ ବିଭାଗର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲାରେ ଗୋଟିଏ ମେଗା ନର୍ସରୀ ଓ ୬ଟି କେନ୍ଦ୍ରୀୟ ନର୍ସରୀ ରହିଛି। ପ୍ରତିବର୍ଷ ଉକ୍ତ ନର୍ସରୀରେ ପ୍ରାୟ ୮ ଲକ୍ଷ ଚାରା ଉପତ୍ାଦନ କରାଯାଏ। ଏଥିପାଇଁ ପଲିଥିନ ଆବଶ୍ୟକ ହୋଇଥାଏ। ବନ ବିଭାଗ ପଲିଥିନମୁକ୍ତ କରି କିପରି ପରିବେଶ ଅନୁକୂଳ ଭାବେ ଚାରା ଲଗାଯିବ ସେଥିପ୍ରତି ଗୁରୁତ୍ୱ ଦେଇଛି। ଜିଲାର ବିଭିନ୍ନ ନର୍ସରୀରେ ନିମ୍ବ, କରଞ୍ଜ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ମହାନିମ୍ବ, ଶାଗୁଆନ, ପଟାସ, ଆମ୍ବ, ପଣସ, ଅଁଳା, ଜାମୁ, ସୁନାରି ଆଦି ଚାରା ଉତ୍ପାଦନ କରାଯାଏ। ଚାରା ପାଇଁ ବ୍ୟବହୃତ ହେଉଥିବା ପଲିଥିନରେ ୨ରୁ ୩ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାଉଁଶ ଖୋଳରେ ପାଖାପାଖି ୮ରୁ ୯ ଟଙ୍କା ଖର୍ଚ୍ଚ ହେବ। ମୁକ୍ତାପୁରଠାରେ ଏହା ସଫଳ ହେଲେ ଆଗାମୀ ଦିନରେ ଏହି ପଦ୍ଧତି ଅନ୍ୟ ନର୍ସରୀରେ ଆପଣାଯିବ ବୋଲି ନୟାଗଡ଼ ଡିଏଫଓ ଧନରାଜ ଏଚ୍‌ଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri