ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ଛୁଇଁଛି। ଏହି ସମୟରେ ସ୍ପେନରେ ୧ ଲକ୍ଷ ୫୩ ହଜାର ଏବଂ ଇଟାଲୀରେ ୧ ଲକ୍ଷ ୪୩ ହଜାର ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାରେ ଗୁରୁବାର ସୁଦ୍ଧା ୮୧,୮୬୫ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଦିନ ସମଗ୍ର ଆମେରିକାରେ ୩୩,୫୩୬ଜଣ ସଂକ୍ରମିତ ହୋଇଥିବାବେଳେ ୧୯୦୦ କରୋନା ପୀଡ଼ିତ ଆଖିବୁଜିଛନ୍ତି। ଏହାସାଙ୍ଗକୁ ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ୬୮ ହଜାର ଟପିଯିବା ସହ ୧୬ ହଜାର ୬୯୧ଜଣଙ୍କ ପ୍ରାଣହାନି ଘଟିଛି। ନ୍ୟୁୟର୍କ ପରେ ନ୍ୟୁଜର୍ସି ଆମେରିକାର ଦ୍ୱିତୀୟ କରୋନା ହଟସ୍ପଟ। ଏହି ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାର ଟପିଯାଇଛି। ସାରା ବିଶ୍ୱକୁ ଦେଖିଲେ ଗୁରୁବାର ସୁଦ୍ଧା ସଂକ୍ରମିତ ସଂଖ୍ୟା ୧୬ ଲକ୍ଷ ଏବଂ ମୃତ୍ୟୁସଂଖ୍ୟା ୯୫ ହଜାର ପାର କରିଯାଇଛି।
ନ୍ୟୁୟର୍କରେ ଗୁରୁବାର ମୋଟ ମୃତ୍ୟୁସଂଖ୍ୟା ୭ ହଜାର ଟପିଯାଇଥିଲା, ଯାହାକି ଚାଇନାର ମୃତ୍ୟୁସଂଖ୍ୟା(୩,୩୩୫)ଠାରୁ ଦୁଇଗୁଣରୁ ଅଧିକ। ଏହି ସମୟ ମଧ୍ୟରେ ସର୍ବାଧିକ ମୃତ୍ୟୁ ଇଟାଲୀ(୧୮,୨୭୯)ରେ ଘଟିଥିବାବେଳେ ଦିନେ କିମ୍ବା ୨ ଦିନ ମଧ୍ୟରେ ଆମେରିକା ଏହି ସଂଖ୍ୟାକୁ ଟପିଯାଇପାରେ। କାରଣ ଗତ ସପ୍ତାହର ସ୍ଥିତି ଅନୁଧ୍ୟାନ କଲେ ଆମେରିକାରେ ଗତ ଶୁକ୍ରବାର ୧୦୪୬, ଶନିବାର ୧୩୩୦, ରବିବାର ୧୧୬୫, ସୋମବାର ୧୨୫୮, ମଙ୍ଗଳବାର ୧୯୭୧, ବୁଧବାର ୧୯୪୦ ଓ ଗୁରୁବାର ୧୯୦୦ ଲୋକଙ୍କ ପ୍ରାଣହାନି ଘଟିଛି। ବିଶେଷ କରି ଏପ୍ରିଲ ୧ରୁ ୯ ତାରିଖ ଯାଏ ୧୨ ହଜାର ୬୩୧ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ନ୍ୟୁୟର୍କର ଶ୍ମଶାନ ବିଶେଷକରି ବ୍ରୋନକ୍ସ ନିକଟ ‘ହାର୍ଟ ଦୀପ’ରେ ଗଣସମାଧି ଦିଆଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ହାର୍ଟ ଦୀପ ହେଉଛି ଏକ ଐତିହାସିକ ସ୍ଥାନ, ଯେଉଁଠି ୧୫୦ ବର୍ଷ ଧରି ମୃତକଙ୍କୁ କବର ଦିଆଯାଉଛି। କେହି ସମ୍ପର୍କୀୟ ନ ଥିବା କିମ୍ବା ଅକ୍ଷମ ପରିବାର ପାଇଁ ସ୍ଥାନୀୟ ସରକାର ପକ୍ଷରୁ ସେଠାରେ କରୋନା ମୃତକଙ୍କୁ କବର ଦିଆଯାଉଛି। ସାଧାରଣତଃ ରାଇକର୍ସ ଦ୍ୱୀପର ବନ୍ଦୀମାନେ କବର ଦେବା କାର୍ଯ୍ୟ କରିଥାନ୍ତି। ଏବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବାରୁ ଠିକାଦାରଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ କରାଯାଉଛି। ନ୍ୟୁୟର୍କ ସିଟି ମେୟର ବିଲ୍‌ ଡି ବ୍ଲାସିଓ ସୂଚନା ଦେଇଛନ୍ତି ଯେ, ସହରର ସର୍ବସାଧାରଣ ଶ୍ମଶାନକୁ କରୋନା ମହାମାରୀ ସମୟରେ କବର ଦେବା ପାଇଁ ବ୍ୟବହାର କରାଯାଇପାରେ। ହ୍ବାଇଟ୍‌ ହାଉସ୍‌ର କରୋନା ଭାଇରସ୍‌ ଟାସ୍କଫୋର୍ସ ପ୍ରମୁଖ ସଦସ୍ୟ ଡ. ଆନ୍ଥୋନୀ ଫଉସି ଗୁରୁବାର ଏନ୍‌ବିସି ନ୍ୟୁଜ୍‌ କହିଛନ୍ତି ଯେ, କୋଭିଡ-୧୯ରେ ୬୦ ହଜାରରୁ ଊର୍ଦ୍ଧ୍ୱ ଆମେରିକୀୟଙ୍କ ମୃତ୍ୟୁ ଘଟିପାରେ। କିନ୍ତ ମାର୍ଚ୍ଚ ଶେଷ ସପ୍ତାହରେ ଆନ୍ଥୋନୀଙ୍କ ଏହି ଆକଳନ ଥିଲା ୧ଲକ୍ଷରୁ ୨ଲକ୍ଷ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?