ନୂତନ କୋର୍ଟ କୋଠା ଉଦ୍‌ଘାଟିତ

ଚାନ୍ଦିଲି(କୋଟପାଡ଼),୯ା୩(ଡି.ଏନ୍‌.ଏ.):କୋରାପୁଟ ଜିଲା କୋଟପାଡ଼ ଜେଏମ୍‌ଏଫ୍‌ସି କୋର୍ଟର ଏକ ନୂତନ କୋଠା ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ବିଚାରପତି କୃଷ୍ଣରାମ ମହାପାତ୍ର ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର, କୋରାପୁଟ ଜିଲାଜଜ୍‌ ବିମଲ୍‌ କୁମାର ଚାନ୍ଦ, ଓଡ଼ିଶା ବାର୍‌ କାଉନ୍‌ସିଲ ସଦସ୍ୟ ବିଷ୍ଣୁ ପ୍ରସାଦ ପାତ୍ର, କୋଟପାଡ଼ ଜେଏମ୍‌ଏଫ୍‌ସି ରୋହିତ ରଞ୍ଜନ ମିଶ୍ର ମଞ୍ଚାସୀନ ଥିଲେ। ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ରନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅତ୍ୟାଧୁନିକ କୋଠାର ପରିଷ୍କାର ତଥା ସୁରକ୍ଷା ଦାୟିତ୍ୱ ଓକିଲ ଓ ମହକିଲଙ୍କର ବୋଲି ବିଚାରପତି ମହାପାତ୍ର କହିଥିଲେ। ସେହିପରି କୋଟପାଡ଼ରେ ସିଭିଲ୍‌ ଜଜ୍‌ କୋର୍ଟ, ଫାମିଲି କୋର୍ଟ ଓ ସେସନ୍‌ କୋର୍ଟର ସର୍କିଟ କୋର୍ଟ ଖୋଲାଯିବା ପାଇଁ ସଂଘ ସଭାପତି ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଚାରପତି ମହାପାତ୍ର ଏବଂ ଅତିଥିମାନେ କୋର୍ଟ ପରିସରରେ ଚାରାରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଭିଜିଲାନ୍ସ ଜଜ୍‌ ଶ୍ରୀକାନ୍ତ ମିଶ୍ର, ରେଜିଷ୍ଟ୍ରାର ହିମାଂଶୁ ଶେଖର ବିଶ୍ୱାଳ,ଫାମିଲି ଜଜ୍‌ ଦିଗାମ୍ବର ପୃଷ୍ଟି, ସିଜେଏମ୍‌ ପ୍ରଣତି ପଟ୍ଟନାୟକ, ଏସ୍‌ଡିଜେଏମ୍‌ ଜନ୍ମେଜୟ ପଲେଇଙ୍କ ସମେତ ଏଡିଏମ୍‌ ଦେବେନ ପ୍ରଧାନ, ଉପଜିଲାପାଳ ଲୋକନାଥ ଦଳବେହେରା, ରାସ୍ତା ଓ କୋଠାବାଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ, ତହସିଲଦାର ଦୂତୀକୃଷ୍ଣ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକରଞ୍ଜନ ସାମନ୍ତରାୟ, ଆଇଆଇସି ଉଲ୍ଲାସ ମାଝିଙ୍କ ସମେତ ଜୟପୁର ନବରଙ୍ଗପୁର, ବୋରିଗୁମା, କୋରାପୁଟ ଓକିଲ ସଂଘର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଯୋଗ ଦେଇଥିଲେ। ସମ୍ପାଦକ ଗୁପ୍ତ କୈଳାସ ମହାନ୍ତି, ସହ ସମ୍ପାଦକ ବାବୁଲି ନାୟକ, ଉପ ସଭାପତି ସୁଧୀର ମହାନ୍ତି, କୋଷାଧ୍ୟକ୍ଷ ଶଙ୍କର ପଣ୍ଡା, କାମାକ୍ଷୀ ପ୍ରସାଦ ପାଢ଼ୀ, ରାଜେନ୍ଦ୍ର ପ୍ରସାଦ ନାୟକ, କିଶୋର ଚନ୍ଦ୍ର ମିଶ୍ର, ଦୁର୍ଗା ପ୍ରସନ୍ନ ସାହୁଙ୍କ ସମେତ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri