ନୂଆ ରୂପ ନେବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପରେ ରଘୁରାଜପୁରର ବିକାଶ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପୀଗ୍ରାମ ଭାବେ ପରିଚିତ ପୁରୀ ଜିଲାର ରଘୁରାଜପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଯୋଜନା କରାଯାଇଛି। ଗ୍ରାମର ଭିତ୍ତିଭୂମି ବିକାଶ ସହ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର ପଦକ୍ଷେପ ନେବେ। ଏହାସହ ପଟଚିତ୍ର ଶିଳ୍ପକୁ ଅଧିକ ଲୋକପ୍ରିୟ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯିବ। ଆଗାମୀ ଦିନରେ ଗୋଲ୍ଡେନ୍‌ ଟ୍ରାଏଙ୍ଗେଲ୍‌ ସହ ରଘୁରାଜପୁରକୁ ସାମିଲ କରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
ପଟଚିତ୍ର ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ରଘୁରାଜପୁରର ଚିତ୍ରରୂପ ସମ୍ପୂର୍ଣ୍ଣ ବଦଳିବ। ଲିଙ୍ଗରାଜ ଏବଂ ଜଗନ୍ନାଥ ମନ୍ଦିର ଭଳି ଆକର୍ଷଣୀୟ ହେବ ଏହି ଐତିହ୍ୟ ଗ୍ରାମ। ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରାମର ଭିତ୍ତିଭୂମି ବିକାଶ କରାଯିବ। ସଡ଼କ, ପାନୀୟଜଳ ଯୋଗାଣ, ସ୍ବେରେଜ ଏବଂ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥାର ବିକାଶ କରାଯିବ। ରଘୁରାଜପୁରର ପଟଚିତ୍ର ଗ୍ରାମ ଦେଖିବା ଏବଂ ଏହି କଳା ଶିଖିବା ଲାଗି ଆମେରିକା, ଇଂଲଣ୍ଡ, ଇଟାଲୀ ଓ ଜାପାନ ଭଳି ଏକାଧିକ ରାଷ୍ଟ୍ରରୁ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ଗ୍ରାମରେ ସେମାନଙ୍କ ରହଣି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି ଏକ ଗେଷ୍ଟ ହାଉସ୍‌ ନିର୍ମାଣ କରିବାକୁ ଯୋଜନା ରହିଥିବାବେଳେ କଳା ପ୍ରଶିକ୍ଷଣ ଲାଗି ଏକ ସ୍ବତନ୍ତ୍ର ତାଲିମ୍‌ କେନ୍ଦ୍ର ଏବଂ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଛି। ଗ୍ରାମକୁ ପର୍ଯ୍ୟଟନ ସହ ଯୋଡ଼ି ଏଠାର କଳାକାରଙ୍କ ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରିବା ସହ ସେମାନଙ୍କ ମୁଣ୍ଡପିଛା ଆୟ ବୃଦ୍ଧି କରାଯିବ। ଓଡ଼ିଶାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଏବଂ ପଟଚିତ୍ର କ୍ଷେତ୍ରରେ ଏହି ଗ୍ରାମର ବଳିଷ୍ଠ ଅବଦାନ ରହିଥିବାବେଳେ ବହୁ ବରିଷ୍ଠ କଳାକାର ଏବଂ ଶିଳ୍ପୀଙ୍କ ଜନ୍ମ ଏହି ଗ୍ରାମରେ ହୋଇଛି। ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ସେମାନଙ୍କ ସମ୍ପର୍କରେ ଅବଗତ ହୋଇପାରିବେ ସେନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ କରାଯିବ। ପଟଚିତ୍ରକୁ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବା ସହ ବର୍ତ୍ତମାନର ପିଢ଼ିଙ୍କୁ ଏହି କଳା ଶିଖିବାକୁ ପ୍ରୋତ୍ସାହନ ଦିଆଯିବ। ଗ୍ରାମବାସୀଙ୍କ ସହାୟତାରେ ସରକାର ଏହି ଅଞ୍ଚଳର ବିକାଶ କାର୍ଯ୍ୟ ହାତକୁ ନେବେ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ରଘୁରାଜପୁର ଗସ୍ତ କରିବା ସହ ସେଠାରେ ସ୍ଥିତି ଅନୁଧ୍ୟାନ କରିଛି, ଯାହା ଆଧାରରେ ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆଗାମୀ ଦିନରେ ଏହାକୁ ଅନ୍ତର୍ଜାତୀୟମାନର ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯୋଡ଼ାହେବ ୯ ସର୍କିଟ
ପୁରୀ-କୋଣାର୍କ-ଭୁବନେଶ୍ୱରର ଚିରାଚରିତ ୨ରାତି ୩ଦିନିଆ ପ୍ୟାକେଜ୍‌ରୁ ବାହାରି ଓଡ଼ିଶାକୁ ଏକ ‘ଟ୍ବେଣ୍ଟିଓ୍ବାନ୍‌(୨୧) ନାଇଟ୍‌ ଡେଷ୍ଟିନେଶନ’ରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏକାଠି କରି ରାଜ୍ୟ ସରକାର ୯ଟି ଗୁରୁତ୍ୱପୂର୍ଣ୍ଣ ଟୁରିଜମ୍‌ ସର୍କିଟ୍‌ ପ୍ରସ୍ତୁତ କରିଥିବାବେଳେ ଏହି ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯିବ। ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ପରିବେଶ ପର୍ଯ୍ୟଟନସ୍ଥଳୀ, ପାରମ୍ପରିକ ପର୍ଯ୍ୟଟନସ୍ଥଳୀ, ସ୍ବର୍ଣ୍ଣ ତ୍ରିଭୁଜ, ବନ୍ୟଜନ୍ତୁ ଓ ଅଭୟାରଣ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଆଦିକୁ ଗୋଟିଏ ଗୋଟିଏ ସର୍କିଟରେ ପରିଣତ କରି ସେଠାରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସମ୍ପୃକ୍ତ ସ୍ଥାନରେ ରୋଡ୍‌ସାଇଡ୍‌ ଆମେନିଟିଜ୍‌ ସହ ଶୌଚାଳୟ, ତାରକା ହୋଟେଲ, ଆମ୍ୟୁଜମେଣ୍ଟ ପାର୍କ ଆଦି ପ୍ରତିଷ୍ଠା କରିବା ଲାଗି ପଦକ୍ଷେପ ନିଆଯିବ। ଏହାସହ ବିଶ୍ୱ ବଜାରରେ ଏହି ସର୍କିଟକୁ ପ୍ରମୋଟ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?