Posted inଖେଳ

ନୂଆ ରୂପରେ ଟି୧୦ କ୍ରିକେଟ

କିଙ୍ଗଷ୍ଟନ, ୨୫ା୫ (ଏଏଫ୍‌ପି)- କରୋନାଭାଇରସ୍‌ ଯୋଗୁ ନୂଆ ରୂପରେ ଦେଖିବାକୁ ମିଳୁଛି ଟି୧୦ କ୍ରିକେଟ। ଷ୍ଟାଡିୟମରେ ସମର୍ଥକ ଉପସ୍ଥିତ ନାହାନ୍ତି। ବଲ୍‌କୁ ଚକ୍‌ଚକ୍‌ କରିବା ଲାଗି ବୋଲରମାନେ ସାଲିଭା (ପାଟିର ଲାଳ) ବ୍ୟବହାର ଉପରେ କଟକଣା ରହିଛି। ବାଉଣ୍ଡାରିି ଲାଇନ୍‌ରେ ସାନିଟାଇଜର ରହୁଛି। ବିଶ୍ୱରେ କରୋନାଭାଇରସ୍‌ର ପ୍ରକୋପ ଥମି ନ ଥିବା ବେଳେ ଚଳିତ ସପ୍ତାହରେ କ୍ୟାରିବିୟନରେ ଭିନ୍‌ସି ଟି୧୦ ପ୍ରିମିୟର ଲିଗ୍‌ ଆରମ୍ଭ ହୋଇଛି। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆରୋନ୍ସ ଭେଲ୍‌ ଭେନ୍ୟୁରେ ଏହା ଅନୁଷ୍ଠିତ ହେବ। କରୋନାଭାଇରସ୍‌ ମହାମାରୀ ସମୟରେ କୌଣସି ଟେଷ୍ଟ କ୍ରିକେଟ ଖେଳୁଥିବା ରାଷ୍ଟ୍ରରେ ପ୍ରଥମ ଥର ଏକ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୮ରହିଥିବାରୁ ସଂକ୍ରମଣ ରିସ୍କ କମ୍‌ ରହୁଛି। ଏହା ସତ୍ତ୍ୱେ ଷ୍ଟାଡିୟମରେ ଦର୍ଶକମାନଙ୍କୁ ଅନୁମତି ନ ଦେବା ଲାଗି ସ୍ଥିର ହୋଇଥିଲା। ମାତ୍ର ପରବର୍ତ୍ତୀ କାଳରେ ୩୦୦ କିମ୍ବା ଅତିବେଶିରେ ୫୦୦ ଦର୍ଶକଙ୍କୁ ମ୍ୟାଚ ଦେଖିବା ଲାଗି ଅନୁମତି ଦେବା ଲାଗି ବିଚାର କରାଯାଇଥିଲା। କିନ୍ତୁ କେତେଜଣ ବିଶେଷଜ୍ଞ ଏନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦର୍ଶକମାନଙ୍କ କଥା ବିଚାର କରିବା ପୂର୍ବରୁ ଖେଳାଳିମାନଙ୍କ ମ୍ୟାନେଜମେଣ୍ଟ ପ୍ରଥମେ ନିୟମିତ କରାଯିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଥିବା ସେଣ୍ଟ ଭିନ୍‌ସେଣ୍ଟ ଗ୍ରେନାଡିନ୍ସ କ୍ରିକେଟ ଆସୋସିଏଶନ ସଭାପତି କିଶୋର ଶାଲୋ ସୂଚନା ଦେଇଛନ୍ତି। ଟୁର୍ନାମେଣ୍ଟ ମେ ୩୧ରେ ଶେଷ ହେବ। ୬ଜଣ ମାର୍କି ଖେଳାଳିଙ୍କ ମଧ୍ୟରୁ ଷ୍ଟାର ଖେଳାଳି ସୁନୀଲ ଆମ୍ବ୍ରିସଙ୍କ ଉପରେ ସ୍ଥାନୀୟ ସମର୍ଥକଙ୍କ ବିଶେଷ ନଜର ରହିଛି। ଆମ୍ବ୍ରିସ ୨୦୧୭ରେ ନ୍ୟୁଜିଲାଣ୍ଡରେ ଏକ ସିରିଜରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଟେଷ୍ଟ ପଦାର୍ପଣ କରିଥିଲେ। କ୍ରମାଗତ ଦୁଇଟି ଇନିଂସରେ ହିଟ୍‌ ଉଇକେଟ ହୋଇ ଆଉଟ ହେବାରେ ସେ କ୍ରିକେଟ ଇତିହାସରେ ପ୍ରଥମ ଖେଳାଳି ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri