ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ

ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତବସ୍ତ୍ର ବ୍ୟବହାର କରୁଥିବାବେଳେ ଦେବତାମାନଙ୍କୁ ମଧ୍ୟ ଓଢଣ ଷଷ୍ଠୀଠାରୁ ଶୀତ ଲାଗିଥାଏ। ତେଣୁ ଶ୍ରୀଜୀଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀନୀଳମାଧବଜୀଉଙ୍କ ପାରମ୍ପରିକ ବେଶ ଆସନ୍ତା ବସନ୍ତ ପଞ୍ଚମୀ ପଯର୍‌ୟନ୍ତ ଅନୁଷ୍ଠିତ ହେବ । ଏହି ସମୟରେ ଠାକୁରଙ୍କ ମୁଖ ବ୍ୟତୀତ ସମସ୍ତ ଶରୀରକୁ ଆବୃତ୍ତ କରି ରଖା ଯାଇଥାଏ। ତେଣୁ ଶ୍ରଦ୍ଧାଳୁମାନେ କେବଳ ଠାକୁରଙ୍କ ମୁଖ ଦର୍ଶନ କରିବେ। ଏହି ଅବସରରେ ଭୋର ୫ଟାରେ ଶ୍ରୀଜୀଉଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ମଙ୍ଗଳ ଆଳତି, ଅବକାଶ ନୀତି, ଦୈନିକ ବେଶ, ବଲ୍ଲଭ, ସକାଳ ଧୂପ ଉଠିବା ପରେ ଶ୍ରୀଜୀଉଙ୍କ ଶରୀରକୁ ଆବୃତ୍ତ କରିବା ସହ ମୁଣ୍ଡରେ ପଗଡି ବନ୍ଧା ଯାଇଥିଲା । ସେହିପରି ଶ୍ରୀଜୀଉଙ୍କ ନିକଟରେ ସ୍ବତନ୍ତ୍ର ଭୋଗ ଲାଗି ହୋଇଥିଲା । ଏହି ପାରମ୍ପରିକ ନୀତି ପୂର୍ବରୁ ରବିବାର ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କ ରାତ୍ର ଚନ୍ଦନ ନୀତି ବଢିବା ପରେ ଭୋଗ ମଣ୍ଡପ ଘରେ ପୂଜକ ୩ ଗୋଟି ମଣ୍ଡଳ କାଟିଥିଲେ । ଏହାପରେ ପୂଜାରୀ ଅଧିବାସ ନୀତି ସମ୍ପନ୍ନ କରିବା ପରେ ଦୁଆର ମୁଦ ଦିଆହୋଇଥିଲା । ସମୁଦାୟ ୧୨ଟି ଘୋଡ(ଚତୁର୍ଦ୍ଧା ବିଗ୍ରହଙ୍କର) ସମେତ ବିମଳା, ଲକ୍ଷ୍ମୀ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ଘୋଡ ଅଧିବାସ ସମ୍ପନ୍ନ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri