Posted inଜାତୀୟ

ନୀତୀଶଙ୍କୁ ଟକ୍କର ଦେବେ ପୁଷ୍ପମ ପ୍ରିୟା

ପାଟନା,୯।୩: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଆଉ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା ଆସିଛି ଚର୍ଚ୍ଚାକୁ। ବ୍ରିଟେନରେ ପାଠ ପଢୁଥିବା ପୁଷ୍ପମ ପ୍ରିୟା ଚୌଧୁରୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟକ୍କର ଦେବେ ବୋଲି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି। ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ତଥା ନୀତୀଶଙ୍କ ନିକଟତମ ବିନୋଦ ଚୌଧୁରୀଙ୍କ ଝିଅ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ବିନୋଦ କହିଛନ୍ତି ଝିଅ ଏବେ ପ୍ରାପ୍ତ ବୟସ୍କା ତେଣୁ ତା’ ନିଷ୍ପତ୍ତି ଉପରେ ମୁଁ କିଛି କହିପାରିବି ନାହିଁ। ସୂଚନାଯୋଗ୍ୟ, ପୁଷ୍ପମ ରବିବାର ବିହାରର ପ୍ରାୟ ସମସ୍ତ ଖବରକାଗଜରେ ବିଜ୍ଞାପନ ଦେଇ ସେ ଏଥର ବିହାର ବଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ବିହାରର କିଛି ସ୍ଥାନରେ ତାଙ୍କର ପୋଷ୍ଟର ଲାଗିଥିବା ମଧ୍ୟ ଦେଖାଯାଇଛି। ତାଙ୍କର ନୂଆ ଦଳ ‘ପ୍ଲୁରାଲ୍ସ’ର ସେ ଅଧ୍ୟକ୍ଷା ଅଛନ୍ତି। ଯଦି ସେ ବିହାର ନିର୍ବାଚନରେ ବିଜୟ ଲାଭ କରନ୍ତି ତେବେ ସେ ୨୦୨୫ ବେଳକୁ ବିହାରକୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରିବା ସହ ୨୦୩୦ ବେଳକୁ ଏହା ଯୁରୋପୀୟ ଦେଶ ଭଳି ହୋଇଯିବ ବୋଲି ପୁଷ୍ପମ କହିଛନ୍ତି। ଏଥର ସେ ନିର୍ବାଚନରେ ଜିତିବେ କିନ୍ତୁ ଭୋଟର ଏହାକୁ ଐତିହାସିକ କରିବା ପାଇଁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri