ନିୟମିତ ବ୍ରସ ନ କଲେ ବଢେ ଷ୍ଟ୍ରୋକ୍‌ ଆଶଙ୍କା

ଦାନ୍ତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ ନିୟମିତ ଭାବେ ବ୍ରସ ନ କରନ୍ତି ସେମାନଙ୍କ ମସ୍ତିଷ୍କରେ ଥିବା ଧମନିରେ ବ୍ଲକେଜ୍‌ ସମସ୍ୟା ଦେଖାଦେଇଥାଏ। ଫଳରେ ଏମାନଙ୍କ ନିକଟରେ ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ଥାଏ। ଅନ୍ୟପଟେ ଲାଳରେ ଥିବା ଏନଜାଇମ୍‌ ହାଇପୋଥାଲାମସ୍‌ ଉପରେ ପ୍ରଭାବ ପକାଉ ଥିବାରୁ ଏହା ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ଆଉ ଯେଉଁମାନେ ନିୟମିତ ବ୍ରସ କରି ନ ଥାଆନ୍ତି ସେମାନଙ୍କ ନିକଟରେ ଏଭଳି ଷ୍ଟ୍ରୋକ୍‌ ସମସ୍ୟା ଦେଖାଯିବା ସାଧାରଣ କଥା। ବିଶେଷଜ୍ଞଙ୍କ ମତରେ ଦାନ୍ତରେ ସମସ୍ୟା ଥିଲେ ଏହା ବ୍ଲକେଜ ପ୍ରକ୍ରିୟାକୁ ବଢାଇ ଦେଇଥାଏ। କାରଣ ଏହା ରକ୍ତବାହୀ ନଳୀକୁ ଦୁର୍ବଳ କରିଦେଇଥାଏ। ନିକଟରେ ଲସ୍‌ ଆଞ୍ଜେଲସରେ ଆୟୋଜିତ ଆମେରିକାନ ଷ୍ଟ୍ରୋକ୍‌ ଆସୋସିଏଶନ୍ସ ଇଣ୍ଟରନ୍ୟାଶନାଲ ଷ୍ଟ୍ରୋକ୍‌ କନଫରେନ୍ସରେ ଏହା ଉପରେ ଆଲୋଚନା ହୋଇଛି। ଏଥିରେ ୟୁନିଭର୍ସିଟି ଅଫ୍‌ ସାଉଥ୍‌ କରୋଲିନା ସ୍କୁଲ ଅଫ୍‌ ମେଡିସିନର ଡା. ସୌଭିକ ସେନ କହିଛନ୍ତି, ଦାନ୍ତ ବା ମାଢିରେ ଦେଖାଯାଇଥିବା ସମସ୍ୟା ହେଉଛି ଏକ କ୍ରନିକ ବ୍ୟାକ୍ଟରିଆଲ ଇନଫେକସନ୍‌। ଯାହା ଷ୍ଟ୍ରୋକ୍‌ ସମସ୍ୟା ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଆଉ ଏହାର ଏକ ଲକ୍ଷଣ ହେଉଛି ଦାନ୍ତରୁ ଅବା ମାଢିରୁ ରକ୍ତ ବାହାରିବା। ଏମିତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଭଲ। ଏମିତିକି ନିୟମିତ ବ୍ରସ୍‌ ନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଡାଇବେଟିସ୍‌, ହୃଦରୋଗ ଆଦି ଆଶଙ୍କା ଥାଏ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri