ନିଶ୍ଚିତ ବିଜୟ ଲକ୍ଷ୍ୟରେ ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୭।୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଶୁକ୍ରବାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଦକ୍ଷିଣ ଆଫ୍ରିକା ଓ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ରିଭରସାଇଡ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। ଶ୍ରୀଲଙ୍କା ଏହାର ପୂର୍ବ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡକୁ ରୋମାଞ୍ଚକ ଭାବେ ୨୦ ରନରେ ପରାସ୍ତ କରି ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସହ ସେମିଫାଇନାଲ ଦୌଡ଼ରେ ସାମିଲ ହୋଇଥିଲା। ଅନ୍ତିମ-୪’ରେ ପ୍ରବେଶ ଆଶା ଉଜ୍ଜିବୀତ ରଖିବା ପାଇଁ ହେଲେ ଦିମୁଥ କରୁଣାରତ୍ନେଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଦଳକୁ ଏହି ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି। ଶ୍ରୀଲଙ୍କା ୬ ମ୍ୟାଚ୍‌ରୁ ୨ଟି ଲେଖାଏ ବିଜୟ, ପରାଜୟ ଓ ବିନାଫଳ ସହ ୬ ପଏଣ୍ଟ ପାଇ ଟେବୁଲର ୭ମ ସ୍ଥାନରେ ରହିଛି। ୧୯୯୬ ଚାମ୍ପିୟନ ସିଂହଳୀ ଦଳ ଏହାର ଅନ୍ତିମ ୩ ମ୍ୟାଚ୍‌ ଜିତିପାରିଲେ ସେମିଫାଇନାଲରେ ସ୍ଥାନ ପକ୍କା କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଗତ ସଂସ୍କରଣର ସେମିଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଇତିହାସରେ ଏହାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି। ଫାଫ୍‌ ଡୁ ପ୍ଲେସିସଙ୍କ ଦଳ ଏହାର ପୂର୍ବ ମ୍ୟାଚ୍‌ରେ ପାକିସ୍ତାନ ନିକଟରୁ ୪୯ ରନରେ ପରାସ୍ତ ହେବା ସହ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୭ ମ୍ୟାଚ୍‌ରୁ ୧ ବିଜୟ, ୫ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ମାତ୍ର ୩ ପଏଣ୍ଟ ପାଇ ୧୦ ଦଳୀୟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଥିବା ଆଫଗାନିସ୍ତାନର ଉପରେ ରହିଛି। ସେମିଫାଇନାଲରୁ ବାଦ୍‌ ପଡ଼ି ସାରିଥିବାରୁ ଦକ୍ଷିଣ ଆଫ୍ରିକା ଏବେ ସମ୍ମାନ ରକ୍ଷା ଲାଗି ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri