ନିଶାରେ ଭାସିଥିଲା ନିର୍ବାଚନ

କଟକ ଅଫିସ, ୧୩।୫:  ନିଶାରେ ଭାସିଥିଲା ଓଡ଼ିଶାର ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ। ଭଦ୍ରକରେ ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ ଫନୀ ବିଭୀଷିକା ଏହି ବୃହତ୍‌ ଘଟଣାକୁ ଚାପି ଦେଲା। ନିର୍ବାଚନ ଆଚରଣବିଧି ସଂହିତା ଅନୁଯାୟୀ ମତଦାନର ଦୁଇଦିନ ପୂର୍ବରୁ ମଦ ଦୋକାନ ବନ୍ଦ ରହିଥାଏ। କିନ୍ତୁ ଆଗ ତାଲା, ପଛ ଖୋଲା ନୀତିରେ ମଦ କାରବାର ଚୋରାରେ ଚାଲିଥିଲା, ଯାହା ଭଦ୍ରକ ମଦମୃତ୍ୟୁ ଘଟଣା ସାମ୍ନାକୁ ଆଣିଛି। କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟରେ ନିର୍ବାଚନ ସମୟରେ ଚୋରା ମଦ ସହିତ ଅନ୍ୟାନ୍ୟ ନିଶା ସାମଗ୍ରୀର ଅବାଧ କାରବାର ଚାଲିଥିଲା। ଗତ ମାର୍ଚ୍ଚ ୧୦ରୁ ମେ ପହିଲା ମଧ୍ୟରେ ଅବକାରୀ ବିଭାଗ ଜବତ କରିଥିବା ଚୋରା ନିଶା ସାମଗ୍ରୀକୁ ଦେଖିଲେ ଏହାର ସ୍ପଷ୍ଟ ପ୍ରମାଣ ମିଳୁଛି।

ଉପରୋକ୍ତ ସମୟ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୯,୧୬୧.୨୪୩ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଜବତ ମଦର ମୂଲ୍ୟ ୨,୯୫,୮୦,୬୨୧.୫୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଚୋରା କାରବାରରେ ୫୨୭ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଉପରୋକ୍ତ ଅବଧି ମଧ୍ୟରେ ୪୩୩୮.୨୫୫ ଲିଟର ବିୟର ଜବତ କରାଯାଇଛି। ଏହାର ମୂଲ୍ୟ ୭,୮୦,୮୮୫.୯୦ ଟଙ୍କା ହେବ। ଏହି ଚୋରା କାରବାର ଅଭିଯୋଗରେ ୧୮୯ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଦେଶୀ ମଦ କାରବାର ମଧ୍ୟ କିଛି କମ୍‌ ନ ଥିଲା। ନିର୍ବାଚନ ଚାଲିଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ୩୨,୩୬୯.୦୮୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା, ଯାହାର ମୂଲ୍ୟ ୪୮,୫୫,୩୬୨.୭୫ ଟଙ୍କା ହେବ। ଏହି କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ୯୮୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସମାନ ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୬୮,୬୯୧.୧୨୦ ଲିଟର ହାତରନ୍ଧା ମଦ ଜବତ କରାଯାଇଥିଲା। ତାହାର ମୂଲ୍ୟ ୬୮,୬୯,୧୧୨ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଏହି ଘଟଣାରେ ୨୩୮୫ ଜଣଙ୍କୁ ଗିରଫ କରାଯାଇଛି। ମୋଟାମୋଟି ଭାବେ ଦେଖିଲେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩,୦୭୯ଟି ଚଢାଉ କରାଯାଇ ୧,୬୪,୫୫୯.୭୦୩ ଲିଟର ମଦ ଜବତ କରାଯାଇଛି। ଜବତ କରାଯାଇଥିବା ସମୁଦାୟ ମଦର ମୂଲ୍ୟ ୪ କୋଟି ୨୦ ଲକ୍ଷ ୮୫ହଜାର ୯୮୨ ଟଙ୍କା ୧୫ ପଇସା ହେବ ବୋଲି ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚୋରା କାରବାର ବିରୋଧରେ ଅବକାରୀ ବିଭାଗରେ ୪୭୬୮ ମାମଲା ରୁଜୁ କରାଯାଇ ୪୦୮୪ ଜଣଙ୍କୁ ଗିରଫ କରାଯାଇଛି। ଏହାବାଦ ଅନ୍ୟାନ୍ୟ ଚୋରା ସାମଗ୍ରୀ ଯଥା ଗଞ୍ଜେଇ, ଅଫିମ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ କାରବାର ମଧ୍ୟ ଖୁଲମଖୁଲା ଥିଲା। କାରଣ ମାର୍ଚ୍ଚ ୧୦ ରୁ ମେ ପହିଲା ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ୯୭ ଲକ୍ଷ ୨ହଜାର ୮୨୫ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦିଆଯାଇଛି।

ଉପରୋକ୍ତ ତଥ୍ୟକୁ  ଦେଖିଲେ ମନେ ହୁଏ ନିର୍ବାଚନ ଆସିଲେ ଚୋରା ମଦ ବ୍ୟବସାୟୀଙ୍କ ପାଇଁ ପୁଷ ମାସ ଆଣିଥାଏ। କାରଣ ସରକାରୀ ଭାବେ ମଦ ଦୋକାନ ବନ୍ଦ ରହିଥିବା ଘୋଷଣା କରାଯାଇଥିବାରୁ ଚୋରା ବ୍ୟବସାୟୀମାନେ ବେଶ୍‌ ଲାଭବାନ ହୋଇଥାନ୍ତି। ଏହି କାରବାର ଦ୍ୱାରା ସରକାର ମଧ୍ୟ ବିପୁଳ ପରିମାଣର ରାଜସ୍ବ ହରାଇଥାନ୍ତି। କାରଣ ସରକାରୀ ଭାବେ ଯେଉଁ ମଦର ମୂଲ୍ୟ ୧୦୦ ଟଙ୍କା ତାହା କଟକଣା ସମୟରେ ୨୦୦ରୁ ୩୦୦ ଟଙ୍କା ଛୁଇଁଥାଏ। ମୁଖ୍ୟତଃ ଏହି କଟକଣା ସମୟ ମଧ୍ୟରେ ଅବକାରୀ ବିଭାଗର କେତେଜଣ ମୁନାଫାଖୋର ଅଧିକାରୀ ବେଶ୍‌ ଲାଭବାନ ହେଉଥିବା ରାଜ୍ୟ ନିଶା ନିବାରଣ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ସଂଗଠନର କର୍ମକର୍ତ୍ତା ରମାକାନ୍ତ ମଣ୍ଡଳଙ୍କ କହିବା ଅନୁଯାୟୀ, ମଦ ଦୋକାନ ବନ୍ଦ ରହିବା ପ୍ରଚାର କେବଳ ଧର୍ମକୁ ଆଖିଠାର। କାରଣ କଟକଣା ସମୟରେ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସହାୟତାରେ ମଦ କାରବାର ଚୋରାରେ ଚାଲେ। କେବଳ ସେତିକି ନୁହେଁ, ଚଢ଼ା ମୂଲ୍ୟରେ ମଦ ବିକ୍ରି ହେବା ସହ ଅଧିକ ଫାଇଦା ଗୋଟାଇବାକୁ ଯାଇ ଚୋରା ବ୍ୟବସାୟୀମାନେ ତାହାକୁ ଭେଜାଲ କରିବାକୁ ପଛାଇ ନ ଥାନ୍ତି। ଫଳସ୍ବରୂପ ବିଷାକ୍ତ ମଦ ମୃତ୍ୟୁ ଭଳି ଘଟଣା ଘଟୁଛି।

ଅବକାରୀ ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ପାଲଟା କୁହନ୍ତି, ନିର୍ବାଚନ ସମୟରେ ଚୋରା ନିଶା କାରବାରକୁ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଯଥେଷ୍ଟ ଉଦ୍ୟମ କରାଯାଇଛି। ଏପରିକି ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଥିଲା। ଉକ୍ତ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିବା ଫଳରେ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ତେବେ ଭଦ୍ରକ ଘଟଣାକୁ ବିଭାଗ ପକ୍ଷରୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇଥିବା ପାଲଟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?